ଝାରସୁଗୁଡ଼ା ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ସ୍ଵତନ୍ତ୍ର ସଘନ ସଂଶୋଧନ ପାଇଁ ସମୀକ୍ଷା ବୈଠକ
ଝାରସୁଗୁଡ଼ା, ୨୦ ଜୁନ୍ (ହି.ସ.)- ଝାରସୁଗୁଡ଼ା ପୌରାଞ୍ଚଳ ଅଧୀନରେ ଚାଲିଥିବା ଭୋଟର ତାଲିକା ସଂଶୋଧନ ଓ ଏନ୍ୟୁମେରେସନ୍ (ଗଣନା) କାର୍ଯ୍ୟର ଅଗ୍ରଗତି ନେଇ ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକଟି ଝାରସୁଗୁଡ଼ା ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିବା ସମ୍ମିଳନୀ
Meeting on sir


ଝାରସୁଗୁଡ଼ା, ୨୦ ଜୁନ୍ (ହି.ସ.)- ଝାରସୁଗୁଡ଼ା ପୌରାଞ୍ଚଳ ଅଧୀନରେ ଚାଲିଥିବା ଭୋଟର ତାଲିକା ସଂଶୋଧନ ଓ ଏନ୍ୟୁମେରେସନ୍ (ଗଣନା) କାର୍ଯ୍ୟର ଅଗ୍ରଗତି ନେଇ ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକଟି ଝାରସୁଗୁଡ଼ା ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିବା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ବିଶେଷ କରି ଏନ୍ୟୁମେରେସନ୍ ଫର୍ମଗୁଡ଼ିକର ସଠିକ୍ ବିତରଣ, ସଂଗ୍ରହ ଏବଂ ତାହାର ସମ୍ପୂର୍ଣ୍ଣ ଡିଜିଟାଇଜେସନ ଉପରେ ବିସ୍ତୃତ ଆଲୋଚନା କରାଯାଇଛି। ନିର୍ବାଚନ ପଞ୍ଜିକରଣ ଅଧିକାରୀ (୦୭ ଝାରସୁଗୁଡ଼ା ନିର୍ବାଚନ ମଣ୍ଡଳୀ) ତଥା ଉପ-ଜିଲ୍ଲାପାଳ ସବ୍ୟସାଚୀ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଏହି ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ଝାରସୁଗୁଡ଼ା ପୌରାଞ୍ଚଳ ଅଧୀନରେ ଥିବା ସମସ୍ତ ସହକାରୀ ନିର୍ବାଚନ ପଞ୍ଜିକରଣ ଅଧିକାରୀ, ବୁଥ୍ ସ୍ତରୀୟ ଅଧିକାରୀ ଏବଂ ବିଏଲଓ ସୁପରଭାଇଜରମାନେ ଉପସ୍ଥିତ ଥିଲେ। ଶ୍ରୀ ପଣ୍ଡା ସମସ୍ତ କାର୍ଯ୍ୟର ସମୀକ୍ଷା କରିବା ସହ ଡିଜିଟାଇଜେସନ ପ୍ରକ୍ରିୟାକୁ କିପରି ଅଧିକ ସ୍ୱଚ୍ଛ, ସଠିକ୍ ଏବଂ ସମୟସୀମା ମଧ୍ୟରେ ଶେଷ କରାଯାଇପାରିବ ସେ ନେଇ ଆବଶ୍ୟକୀୟ ଦିଗଦର୍ଶନ ଦେଇଥିଲେ।

ଏହି ପ୍ରକ୍ରିୟାରେ କୌଣସି ପ୍ରକାର ଅବହେଳାକୁ ବରଦାସ୍ତ କରାଯିବ ନାହିଁ ବୋଲି ପ୍ରଶାସନ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଏହି ସମ୍ପୂର୍ଣ୍ଣ ସମୀକ୍ଷା ପ୍ରକ୍ରିୟା ସମ୍ପର୍କରେ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳଙ୍କୁ ମଧ୍ୟ ଅବଗତ କରାଯାଇଛି। ପୌରାଞ୍ଚଳର ସମସ୍ତ ଭୋଟରଙ୍କ ତଥ୍ୟକୁ ସଠିକ୍ ଭାବେ ଡିଜିଟାଲ୍ ବ୍ୟବସ୍ଥାରେ ସାମିଲ କରିବା ପାଇଁ ଉପ-ଜିଲ୍ଲାପାଳ ସମସ୍ତ କ୍ଷେତ୍ରସ୍ତରୀୟ କର୍ମଚାରୀଙ୍କୁ ନିଷ୍ଠାର ସହ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଛନ୍ତି।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande