ପ୍ରାକ୍ତନ ଶିକ୍ଷା ପରିଦର୍ଶକ ବାଉରୀ ବନ୍ଧୁଙ୍କ ସ୍ମୃତିଚାରଣ ସଭା
କେନ୍ଦ୍ରାପଡ଼ା, ୨୦ ଜୁନ୍(ହି.ସ.) – କେନ୍ଦ୍ରାପଡା ଜିଲ୍ଲା ଅବସରପ୍ରାପ୍ତ ଶିକ୍ଷା ପରିଦର୍ଶକ ସଂଗଠନ ତରଫରୁ ପ୍ରାକ୍ତନ ଆଦର୍ଶ ପ୍ରଧାନ ଶିକ୍ଷକ ଉପଶିକ୍ଷା ପରିଦର୍ଶକ ସ୍ୱର୍ଗତ ବାଉରୀ ବନ୍ଧୁ ମୁଦୁଲିଙ୍କ ପାଇଁ ବିଶିଷ୍ଠ ଶିକ୍ଷାବିତ୍ ମନ୍ମଥ କୁମାର ରାୟଙ୍କ ସଭାପତିତ୍ୱରେ ଏକ ଭାବ ଗଭୀର ସ୍ମୃତିଚାରଣ ଓ ଶ୍
ପ୍ରାକ୍ତନ ଶିକ୍ଷା ପରିଦର୍ଶକ ବାଉରୀ ବନ୍ଧୁଙ୍କ ସ୍ମୃତିଚାରଣ ସଭା


କେନ୍ଦ୍ରାପଡ଼ା, ୨୦ ଜୁନ୍(ହି.ସ.) – କେନ୍ଦ୍ରାପଡା ଜିଲ୍ଲା ଅବସରପ୍ରାପ୍ତ ଶିକ୍ଷା ପରିଦର୍ଶକ ସଂଗଠନ ତରଫରୁ ପ୍ରାକ୍ତନ ଆଦର୍ଶ ପ୍ରଧାନ ଶିକ୍ଷକ ଉପଶିକ୍ଷା ପରିଦର୍ଶକ ସ୍ୱର୍ଗତ ବାଉରୀ ବନ୍ଧୁ ମୁଦୁଲିଙ୍କ ପାଇଁ ବିଶିଷ୍ଠ ଶିକ୍ଷାବିତ୍ ମନ୍ମଥ କୁମାର ରାୟଙ୍କ ସଭାପତିତ୍ୱରେ ଏକ ଭାବ ଗଭୀର ସ୍ମୃତିଚାରଣ ଓ ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ ହୋଇଯାଇଛି। ସମ୍ପାଦକ ନରୋତମ ଜେନାଙ୍କ ଆବହକତ୍ୱ ଓ ସଂଯୋଜନାରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳୀ କାର୍ଯ୍ୟକ୍ରମରେ ପ୍ରଥମେ ଦୁଇମିନିଟ ନୀରବ ପ୍ରାର୍ଥନା କରାଯାଇ ସ୍ୱର୍ଗତ ଆତ୍ମାର ସଦଗତି କାମନା କରାଯାଇଥିଲା। ହେମନ୍ତ କୁମାର ଜେନା, ନରେନ୍ଦ୍ର କୁମାର ନାୟକ, ଇଶ୍ୱର ଚନ୍ଦ୍ର ମନ୍ତ୍ରୀ, ଚୈାଧୁରୀ କୈଳାସ ଚନ୍ଦ୍ର ପଟ୍ଟନାୟକ, ଅନାମ ଚରଣ ସାହୁ, କାଶିନାଥ ରାଉତରାୟ ପ୍ରଭୃତି ସ୍ୱର୍ଗତ ମୁଦୁଲିଙ୍କ ବହୁମୁଖୀ ପ୍ରତିଭା ଉପରେ ଆଲୋଚନା କରି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande