ନୂଆପଡ଼ାରେ ପିଏମ୍-କିଷାନ ଉତ୍ସବ ଦିବସ ପାଳିତ
୮୫ ହଜାରରୁ ଊର୍ଦ୍ଧ୍ୱ ଚାଷୀଙ୍କ ଖାତାକୁ ଗଲା ପିଏମ୍-କିଷାନର ୨୩ତମ କିସ୍ତି ନୂଆପଡ଼ା, ୨୦ ଜୁନ୍(ହି.ସ.) – ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (ପିଏମ୍-କିଷାନ) ଯୋଜନାର ୨୩ତମ କିସ୍ତି ବଂଟନ ଅବସରରେ ଆଜି ଜିଲ୍ଲା ପଂଚାୟତ ସମ୍ବଳ କେନ୍ଦ୍ର, ସିଲଦାଠାରେ ଜିଲ୍ଲାସ୍ତରୀୟ ପିଏମ୍-କିଷାନ ଉତ୍ସବ ଦିବସ ପାଳ
Nuapada re PM kishan utsav


୮୫ ହଜାରରୁ ଊର୍ଦ୍ଧ୍ୱ ଚାଷୀଙ୍କ ଖାତାକୁ ଗଲା ପିଏମ୍-କିଷାନର ୨୩ତମ କିସ୍ତି

ନୂଆପଡ଼ା, ୨୦ ଜୁନ୍(ହି.ସ.) – ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (ପିଏମ୍-କିଷାନ) ଯୋଜନାର ୨୩ତମ କିସ୍ତି ବଂଟନ ଅବସରରେ ଆଜି ଜିଲ୍ଲା ପଂଚାୟତ ସମ୍ବଳ କେନ୍ଦ୍ର, ସିଲଦାଠାରେ ଜିଲ୍ଲାସ୍ତରୀୟ ପିଏମ୍-କିଷାନ ଉତ୍ସବ ଦିବସ ପାଳିତ ହୋଇଯାଇଛି।

ଏହି ଅବସରରେ ପଶ୍ଚିମବଙ୍ଗର ହୁଗୁଳି ଜିଲ୍ଲାର ତାରକେଶ୍ୱରଠାରୁ ଆୟୋଜିତ ମୁଖ୍ୟ କାର୍ଯ୍ୟକ୍ରମ ସହ ଆଭାସୀ ମାଧ୍ୟମରେ ନୂଆପଡ଼ା ଜିଲ୍ଲାର ଚାଷୀମାନେ ସଂଯୁକ୍ତ ହୋଇଥିଲେ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର ୯.୪୪ କୋଟିରୁ ଅଧିକ ଯୋଗ୍ୟ ଚାଷୀଙ୍କ ବ୍ୟାଙ୍କ ଖାତାକୁ ୧୮,୮୮୦ କୋଟି ଟଙ୍କାରୁ ଅଧିକ ଅର୍ଥରାଶି ପ୍ରତ୍ୟକ୍ଷ ହସ୍ତାନ୍ତର କରିଥିଲେ। ସେହିପରି ଓଡ଼ିଶାର ୩୪.୬ ଲକ୍ଷରୁ ଊର୍ଦ୍ଧ୍ୱ ଚାଷୀ ଭାଇଭଉଣୀଙ୍କ ଖାତାକୁ ୬୯୩ କୋଟି ଟଙ୍କା ହସ୍ତାନ୍ତର କରାଯାଇଛି। ନୂଆପଡ଼ା ଜିଲ୍ଲାରେ ମୋଟ ୮୫,୦୬୧ ଜଣ ଚାଷୀଙ୍କ ବ୍ୟାଙ୍କ ଖାତାକୁ ପିଏମ୍-କିଷାନର ୨୩ତମ କିସ୍ତିର ଅର୍ଥରାଶି ସିଧାସଳଖ ଜମା ହୋଇଛି। ବ୍ଲକ୍ ଭିତିକ ଭାବେ ବୋଡେନ ବ୍ଲକ୍ର ୧୩,୬୯୪ ଜଣ, ଖରିଆର ବ୍ଲକ୍ର ୧୫,୮୭୯ ଜଣ, କୋମନା ବ୍ଲକ୍ର ୨୦,୨୩୧ ଜଣ, ନୂଆପଡ଼ା ବ୍ଲକ୍ର ୧୪,୯୬୨ ଜଣ ଏବଂ ସିନାପାଲି ବ୍ଲକ୍ର ୨୦,୨୯୫ ଜଣ ଚାଷୀ ଏହି କିସ୍ତିର ଲାଭ ପାଇଛନ୍ତି। ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଲମ୍ବୋଦର ଧରୁଆ, ସାଂସଦଙ୍କ ପ୍ରତିନିଧି ପ୍ରେମ ଅଗ୍ରୱାଲ, କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ଡ଼. ଲବ ସୋରେନ ଏବଂ ଜ଼ିଲ୍ଲା ମୁଖ୍ୟ କୃଷି ଅଧିକାରୀ ପ୍ରଣତି ରାଣୀ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ। ସେମାନେ ପିଏମ୍-କିଷାନ ଯୋଜନା କୃଷକଙ୍କ ଆର୍ôଥକ ସଶକ୍ତିକରଣ ଓ କୃଷି ଉନ୍ନୟନ କ୍ଷେତ୍ରରେ ଏକ ମାଇଲଖୁଂଟ ସାବ୍ୟସ୍ତ ହୋଇଛି ବୋଲି ମତ ପ୍ରକାଶ କରିଥିଲେ। କାର୍ଯ୍ୟକ୍ରମରେ ଜିଲ୍ଲାର ବହୁ ସଂଖ୍ୟକ ଚାଷୀ, ଜନପ୍ରତିନିଧି, କୃଷି ବିଭାଗର ଅଧିକାରୀ ଓ କର୍ମଚାରୀମାନଙ୍କ ସମେତ ଗଣମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ହେମନ୍ତ


 rajesh pande