ଗତ ୨୪ ଘଂଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ରେକର୍ଡ଼ ହୋଇଥିବା ବର୍ଷା : କଟକ ଜିଲ୍ଲାର କଟକରେ ସର୍ବାଧିକ ୯୧.୪ ମି.ମି. ବର୍ଷା
ଭୁବନେଶ୍ୱର, ୨୦ ଜୁନ୍ (ହି.ସ.)- ଗତ ୨୪ ଘଂଟା ମଧ୍ୟରେ ରାଜ୍ୟର କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଛି । କଟକ ଜିଲ୍ଲାର କଟକରେ ସର୍ବାଧିକ ୯୧.୪ ମି.ମି. ବର୍ଷା ରେକର୍ଡ ହୋଇଛି । ସେହିପରି କେନ୍ଦୁଝର ଜିଲ୍ଲାର ହରିଚନ୍ଦନପୁରରେ ୮୩.୮ ମି.ମି., ମୟୂରଭଞ୍ଜ ଜିଲ୍ଲାର ସାରସକଣାରେ ୮୩.୦
ଗତ ୨୪ ଘଂଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ରେକର୍ଡ଼ ହୋଇଥିବା ବର୍ଷା : କଟକ ଜିଲ୍ଲାର କଟକରେ ସର୍ବାଧିକ ୯୧.୪ ମି.ମି. ବର୍ଷା


ଭୁବନେଶ୍ୱର, ୨୦ ଜୁନ୍ (ହି.ସ.)- ଗତ ୨୪ ଘଂଟା ମଧ୍ୟରେ ରାଜ୍ୟର କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଛି । କଟକ ଜିଲ୍ଲାର କଟକରେ ସର୍ବାଧିକ ୯୧.୪ ମି.ମି. ବର୍ଷା ରେକର୍ଡ ହୋଇଛି ।

ସେହିପରି କେନ୍ଦୁଝର ଜିଲ୍ଲାର ହରିଚନ୍ଦନପୁରରେ ୮୩.୮ ମି.ମି., ମୟୂରଭଞ୍ଜ ଜିଲ୍ଲାର ସାରସକଣାରେ ୮୩.୦ ମି.ମି., କଳାହାଣ୍ଡି ଜିଲ୍ଲାର ଜୟପାଟଣାରେ ୭୫.୦ ମି.ମି., ମୟୂରଭଞ୍ଜ ଜିଲ୍ଲାର ଶୁଳିଆପଦାରେ ୭୨.୦ ମି.ମି., ଭଦ୍ରକ ଜିଲ୍ଲାର ବନ୍ତରେ ୬୨.୦ ମି.ମି., କଟକ ଜିଲ୍ଲାର ଆଠଗଡ଼ରେ ୬୨.୦ ମି.ମି., ମୟୂରଭଞ୍ଜ ଜିଲ୍ଲାର ଚନ୍ଦନପୁରରେ ୬୦.୮ ମି.ମି., ଜାମଶୋଳାଘାଟରେ ୫୯.୦ ମି.ମି., ବାଙ୍ଗିରିପୋଷି ୫୫.୦ ମି.ମି., କୋରାପୁଟ ଜିଲ୍ଲାର ବନ୍ଧୁଗାଁରେ ୫୨.୦ ମି.ମି., କେନ୍ଦ୍ରାପଡା ଜିଲ୍ଲାର ରାଜକନିକାରେ ୪୬.୦ ମି.ମି., ଢେଙ୍କାନାଳ ଜିଲ୍ଲାର ଗଁଦିଆରେ ୪୬.୦ ମି.ମି., ବରଗଡ଼ ଜିଲ୍ଲାର ଅମ୍ବାଭୋନାରେ ୪୪.୦ ମି.ମି., ପୁରୀ ଜିଲ୍ଲାର ପୁରୀରେ ୪୨.୬ ମି.ମି. ଏବଂ ଅନୁଗୁଳ ଜିଲ୍ଲାର ଅନୁଗୁଳରେ ୪୧.୦ ମି.ମି. ବର୍ଷା ରେକର୍ଡ ହୋଇଛି । ଭୁବନେଶ୍ୱର ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଶନିବାର ଏହି ଟ୍ୱିଟ ଜାରି ହୋଇଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande