
ବଲାଙ୍ଗିର, 20 ଜୁନ୍ (ହି.ସ.)
ସ୍ଥାନୀୟ ମିଶନ ପଡ଼ିଆରେ ଆଜି ଠୁଁ ଆରମ୍ଭ ହୋଇ ଯାଇଛି ପାୟୋନିୟର ୧୯ ବର୍ଷରୁ କମ ବୟସ କ୍ରିକେଟ ଟୁର୍ଣ୍ଣାମେଣ୍ଟ। ଏଥିରେ ବଲାଙ୍ଗୀର ଜିଲ୍ଲାର ଚାରୋଟି ଦଳ ଭାଗ ନେଉଛନ୍ତି। ଯେଉଁଥିରେ ସବୁ ଦଳ ମଧ୍ୟରେ ଲିଗ୍ ଶୃଙ୍ଖଳା ଓ ପରେ ନକଆଉଟ୍ ଖେଳ ଆୟୋଜିତ ହେବ। ଆସନ୍ତା ୨୪ ତାରିଖ ଏହାର ଫାଇନାଲ ଖେଳ ଅନୁଷ୍ଠିତ ହେବାକୁ ଥିବା ବେଳେ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହେବ। ତେବେ ଆଜି ଏହାର ଉଦ୍ଘାଟନ ହୋଇ ଯାଇଥିବା ବେଳେ ଉଦ୍ଘାଟନୀ ସଭାରେ ଅତିଥି ଭାବରେ ପୂର୍ବତନ ରଣଜୀ ଖେଳାଳି ସୂର୍ଯ୍ୟ ମିଶ୍ର, ଜିଲ୍ଲା ଓକିଲ ସଂଘ ସଭାପତି ବାସୁ ରଥ, ଓକିଲ ସଂଘର ଯୁଗ୍ମ ସମ୍ପାଦିକା ବବିତା ମିଶ୍ର, ବିଜେଡି ରାଜ୍ୟ ଯୁବ ନେତା ନିର ରଞ୍ଜନ ସ୍ୱାଇଁ, ସାମ୍ବାଦିକ ଶେଖ୍ ମହମ୍ମଦ ୱାହିଦ ଓ କର୍ଯ୍ୟକ୍ରମ ସଭାପତି ସୁଶାନ୍ତ ଠାକୁର ପ୍ରମୁଖ ଉପସ୍ଥିତ ଥିଲେ। ପ୍ରଥମ ଦିନ ଟି ଟ୍ବେଣ୍ଟି ଫର୍ମାଟ ଲିଗ୍ ମ୍ୟାଚ୍ ରେ ୱେଷ୍ଟର୍ନ ଇଲେଭେନ୍ ଓ ପାୟୋନୀୟର ଟାଇଟନ୍ ମୁହାଁମୁହିଁ ହୋଇଥିଲେ। ଏଥିରେ ୱେଷ୍ଟର୍ନ ଇଲେଭେନ ପ୍ରଥମେ ବ୍ୟାଟିଂ କରିଥିଲା। ଯେଉଁଥିରେ ପ୍ରହ୍ଲାଦ କୁମାର ମିଶ୍ରଙ୍କ ୭୬ ରନର୍ ପାଟିରେ ଟିମ୍ ୧୯୩ ରନ କରିଥିଲା। ସେପଟେ ପାୟୋନିୟର ଟାଇଟନ୍ ଦଳ ମୋଟ ୧୫ ଓଭର ଖେଳି ୧୩୪ ରନ କରି ପରାଜିତ ହୋଇଥିଲେ। ଦଳାପକ୍ଷରୁ ସର୍ବାଧିକ ଆୟୁଷ କୁମାର ଠାକୁର ୨୫ ରନ୍ କରି ଆଉଟ୍ ହୋଇଥିଲେ।
ଆଜିର ଏହି କାର୍ଯ୍ୟକ୍ରମରେ ଯୁବ ଖେଳାଳି ବିକାଶ ମିଶ୍ର, ସନ୍ତୋଷ ପାଣିଗ୍ରାହୀ, ରଞ୍ଜନ ଠାକୁର, ସଶାଙ୍କର ପଟ୍ଟନାୟକ ଓ ଅଭିଭାବକ ବୃନ୍ଦ ମଧ୍ୟରେ ଶ୍ରୀ ଘିବାଲା, ଶ୍ରୀ ପୁଟେଲ୍, ଶ୍ରୀ ମନ ପଣ୍ଡା ଙ୍କ ସହ କୁନି ଖେଳାଳି ଅକ୍ଲେଶ କୁମାର ଠାକୁର, ତାନିଶ , ପିହୁ, ଶ୍ରେୟା, ଦିୟା ପ୍ରମୁଖ ଉପସ୍ଥିତ ଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ