ଆଜି ଓଡ଼ିଶା ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ : ମୟୂରଭଞ୍ଜର ପାହାଡପୁର ଗ୍ରାମ ଗସ୍ତ କରିବେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ :  ଓଡ଼ିଶା ସରକାରଙ୍କ ଦୁଇ ବର୍ଷ ପୂରଣ ଅବସରରେ ରାଇରଙ୍ଗପୁରରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେବେ
ରାଇରଙ୍ଗପୁର, ୨୦ ଜୁନ୍ (ହି.ସ.)- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଓଡ଼ିଶା ଗସ୍ତରେ ଆସିବେ । ଏହି ସମୟରେ ଭାରତର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ମଧ୍ୟ ଉପସ୍ଥିତ ରହିବେ, ଯାହା ରାଜ୍ୟ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ତଥା ଗୌରବମୟ ମୁହୂର୍ତ ହେବ । ଶନିବାର ଦିନ ପ୍ରାୟ ୧୧ଟା୧୫ ମିନିଟ୍ ସମୟରେ,
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ


ରାଇରଙ୍ଗପୁର, ୨୦ ଜୁନ୍ (ହି.ସ.)- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଓଡ଼ିଶା ଗସ୍ତରେ ଆସିବେ । ଏହି ସମୟରେ ଭାରତର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ମଧ୍ୟ ଉପସ୍ଥିତ ରହିବେ, ଯାହା ରାଜ୍ୟ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ତଥା ଗୌରବମୟ ମୁହୂର୍ତ ହେବ । ଶନିବାର ଦିନ ପ୍ରାୟ ୧୧ଟା୧୫ ମିନିଟ୍ ସମୟରେ, ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀ ମୟୂରଭଞ୍ଜ ଜିଲ୍ଲାର ପାହାଡପୁର ଗ୍ରାମ ପରିଦର୍ଶନ କରିବେ । ଏହାପରେ ଉଭୟ ନେତୃତ୍ୱ ପବିତ୍ର ସାନ୍ତାଳୀ ଜାହେରା ଏବଂ ହୋ ଜାହେରା, ଦକ୍ଷତା କେନ୍ଦ୍ର ଏବଂ ପାହାଡପୁର ସ୍କୁଲରେ ପ୍ରାର୍ଥନା କରିବେ ।

ଅପରାହ୍ନ ପ୍ରାୟ ୧ଟାରେ, ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ମୟୂରଭଞ୍ଜର ରାଇରଙ୍ଗପୁରରେ ଓଡ଼ିଶା ସରକାରଙ୍କ ଦୁଇ ବର୍ଷ ପୂର୍ତି ଅବସରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେବେ । ଏହି କାର୍ଯ୍ୟକ୍ରମର ବିଷୟବସ୍ତୁ ରହିଛି ବିକାଶର ଧାରା, ଓଡ଼ିଶା ସାରା । କାର୍ଯ୍ୟକ୍ରମ ସମୟରେ ୪୭,୬୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍ଘାଟନ ଏବଂ ଭିତିପ୍ରସ୍ତର ସ୍ଥାପନ ହେବ । ଏହାସହିତ ପ୍ରଧାନମନ୍ତ୍ରୀ ଏହି ଅବସରରେ ସମାବେଶକୁ ମଧ୍ୟ ସମ୍ବୋଧିତ କରିବେ । ଏହି କାର୍ଯ୍ୟକ୍ରମ ସମୟରେ, ଶକ୍ତି, ଶିଳ୍ପ ଭିତିଭୂମି, ସଡ଼କ ସଂଯୋଗୀକରଣ, ପାନୀୟ ଜଳ, ସ୍ୱାସ୍ଥ୍ୟ, ଶିକ୍ଷା, ପର୍ଯ୍ୟଟନ ଏବଂ ଜଳସେଚନ ସମେତ ପ୍ରମୁଖ କ୍ଷେତ୍ରର ପ୍ରକଳ୍ପଗୁଡ଼ିକର ଉଦ୍ଘାଟନ ଏବଂ ଭିତିପ୍ରସ୍ତର ସ୍ଥାପନ କରାଯିବ । ଏହି ପ୍ରକଳ୍ପଗୁଡ଼ିକ ସମଗ୍ର ଓଡ଼ିଶାରେ ଭିତିଭୂମିକୁ ସୁଦୃଢ଼ କରିବା, ସଂଯୋଗୀକରଣରେ ଉନ୍ନତି ଆଣିବା, ଶକ୍ତି ସୁରକ୍ଷା ବୃଦ୍ଧି କରିବା ଏବଂ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ବୋଲି ଆଶା କରାଯାଉଛି ।

ଶିଳାନ୍ୟାସ ହେବାକୁ ଥିବା ପ୍ରମୁଖ ପ୍ରକଳ୍ପଗୁଡ଼ିକ ମଧ୍ୟରେ ୬୦୦ ଏମଡବ୍ଲୁ ଉପର ଇନ୍ଦ୍ରାବତୀ ପମ୍ପଡ୍ ଷ୍ଟୋରେଜ୍ ପ୍ରକଳ୍ପ ଏବଂ ଆଇବି ଥର୍ମାଲ୍ ପାୱାର ଷ୍ଟେସନର ପର୍ଯ୍ୟାୟ-୨ ସମ୍ପ୍ରସାରଣ ପ୍ରକଳ୍ପ ଅନ୍ତର୍ଭୁକ୍ତ । ଏହି ପ୍ରକଳ୍ପଗୁଡ଼ିକ ଓଡ଼ିଶାରେ ଶକ୍ତି ସୁରକ୍ଷା ବୃଦ୍ଧି କରିବ ଏବଂ ଅର୍ଥନୈତିକ ଅଭିବୃଦ୍ଧିକୁ ସମର୍ଥନ କରିବ । ଝାରସୁଗୁଡା ଜିଲ୍ଲାର ଲଖନପୁରରେ ଭାରତ କୋଇଲା ଗ୍ୟାସିଫିକେସନ୍ ଆଣ୍ଡ କେମିକାଲ୍ସ ଲିମିଟେଡ୍ ପ୍ରକଳ୍ପର ମଧ୍ୟ ଭିତିପ୍ରସ୍ତର ସ୍ଥାପନ କରାଯିବ । ଏହା ଘରୋଇ କୋଇଲା ସମ୍ପଦର ସ୍ୱଚ୍ଛ ବ୍ୟବହାରକୁ ପ୍ରୋତ୍ସାହିତ କରିବ, ଆମଦାନୀ ନିର୍ଭରଶୀଳତା ହ୍ରାସ କରିବ ଏବଂ ଏହି ଅଂଚଳରେ ନୂତନ ଶିଳ୍ପ ଏବଂ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ।

ଭିତିପ୍ରସ୍ତର ସ୍ଥାପନ କରାଯିବାକୁ ଥିବା ପ୍ରକଳ୍ପର ମଧ୍ୟରେ ଭୁବନେଶ୍ୱରରେ ଏକ ୩୦୦ ଟିପିଡି ସୋର୍ସ- ସେଗ୍ରୀଗେଟେଡ଼ ମ୍ୟୁନିସପାଲ ସଲିଡ଼ ୱେଷ୍ଟ-ବେସଡ କମ୍ପ୍ରେସଡ ବାୟୋଗ୍ୟାସ୍ ପ୍ଲାଂଟ, କଟକ ଏବଂ ଭୁବନେଶ୍ୱର ମଧ୍ୟରେ ସିଧାସଳଖ ସଂଯୋଗ ପ୍ରଦାନ କରୁଥିବା କାଠଯୋଡି ନଦୀ ଉପରେ ଏକ ସେତୁ, ବୌଦ୍ଧ ଜିଲ୍ଲାର ଧଳପୁର-ହରଭଙ୍ଗା ରାସ୍ତାର ପ୍ରଶସ୍ତୀକରଣ ଏବଂ ସୁଦୃଢ଼ୀକରଣ ଏବଂ ନୂଆପଡାରୁ ଘଟୀପଡା ପର୍ଯ୍ୟନ୍ତ ଏନଏଚ-୩୫୩ ର ଏକ ଅଂଶକୁ ଚାରି ଲେନ କରିବା, କୁସୁମଡିହି ମେଗାଲିଫ୍ଟ ଜଳସେଚନ ପ୍ରକଳ୍ପ, ଆଇଜିଏନଓୟୁ ଆଂଚଳିକ କେନ୍ଦ୍ର ଏବଂ ରାଇରଙ୍ଗପୁରରେ ଇଣ୍ଡୋର ବ୍ୟାଡମିଂଟନ କମ୍ପେ୍ଲକ୍ସ ଇତ୍ୟାଦି ଅନ୍ତର୍ଭୁକ୍ତ ।

ସେହିପରି ବୌଦ୍ଧରେ ୩୦୦ ଶଯ୍ୟା ବିଶିଷ୍ଟ ଜିଲ୍ଲା ମୁଖ୍ୟାଳୟ ହସ୍ପିଟାଲ କୋଠା, ୨୪ଟି ଅଟଳ ବସ୍ ଷ୍ଟାଣ୍ଡ ଏବଂ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ୯ଟି ସ୍ୱୟଂଚାଳିତ ପରୀକ୍ଷଣ କେନ୍ଦ୍ର ସହିତ ଉଦ୍ଘାଟନ କରାଯିବ । ଏହି ପ୍ରକଳ୍ପଗୁଡ଼ିକ ରାଜ୍ୟରେ ସ୍ୱାସ୍ଥ୍ୟସେବା ଏବଂ ସାଧାରଣ ପରିବହନ ଭିତିଭୂମିକୁ ସୁଦୃଢ଼ କରିବ ବୋଲି ଆଶା କରାଯାଉଛି । ଉଦ୍ଘାଟନ ହେବାକୁ ଥିବା ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପଗୁଡ଼ିକ ମଧ୍ୟରେ ଏନଏଚ-୫୭ରେ ନୟାଗଡ ଟାଉନ ବାଇପାସ୍, କୁସୁମି ସ୍ମାର୍ଟ ଜଳସେଚନ ପ୍ରକଳ୍ପର ଭୂତଳ ପାଇପଲାଇନ୍ ଅଂଶ, ଜଖପୁରା-ଯାଜପୁର କେଉଁଝର ରାସ୍ତା-ବୈତରଣୀ ରାସ୍ତା ମଲ୍ଟି-ଟ୍ରାକିଂ ପ୍ରକଳ୍ପ, ହିନ୍ଦୋଳ ରାସ୍ତା-ମେରାମଣ୍ଡାଳୀ ମଲ୍ଟି-ଟ୍ରାକିଂ ପ୍ରକଳ୍ପ, କ୍ରୀଡା କମ୍ପେ୍ଲକ୍ସ ଏବଂ ରାଇରଙ୍ଗପୁରରେ ଜନଜାତି ଗବେଷଣା କେନ୍ଦ୍ର ଅନ୍ତର୍ଭୁକ୍ତ ।

ଏହାସହିତ ପ୍ରଧାନମନ୍ତ୍ରୀ ଓଡିଶା ମାଟିକୁ ସମ୍ମାନ ଜଣାଇ ରାଷ୍ଟ୍ରପତିଙ୍କ ଜନ୍ମଦିନ ଉପଲକ୍ଷେ ରାଷ୍ଟ୍ରପତିଙ୍କ ଗ୍ରାମରେ ଗୋଟିଏ ଘଂଟା ରହିବା ସହିତ ସେଠାକାର ପୂଜାସ୍ଥଳୀ ପରିଦର୍ଶନ କରିବେ । ସ୍ଥାନୀୟ ଛାତ୍ରଛାତ୍ରୀମାନଙ୍କ ସହ ଆଲୋଚନା କରିବେ । ଏହା ସହିତ ଅନ୍ୟାନ୍ୟ କାର୍ଯ୍ୟକ୍ରମ ମଧ୍ୟ ରହିଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande