
ଜୟପୁର, ୨୦ ଜୁନ୍ (ହି.ସ.)- ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧିର ୨୩ତମ କିସ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ପଶ୍ଚିମବଙ୍ଗର ତାରକେଶ୍ୱର, ହୁଗୁଳି ଠାରେ ଉନ୍ମୋଚନ କରାଯାଇଥିଲା। ଏହା ଦେଶର ସମସ୍ତ ସ୍ଥାନରେ ସିଧାପ୍ରସାରଣ କରାଯାଉଥିଲା। ଏହା କୋରାପୁଟ ଜିଲ୍ଲାର ସଂସ୍କୃତି ଭବନ ଠାରେ ପାଳିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ବିଧାୟକ, କୋରାପୁଟ, ରଘୁରାମ ମାଛ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ, କୋରାପୁଟ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ, କୋରାପୁଟ, କୃଷି ଜିଲ୍ଲା ଅଧିକାରୀ କୋରାପୁଟ, କୃଷି ଜିଲ୍ଲା ଅଧିକାରୀ, ଜୟପୁର, କୃଷି ଜିଲ୍ଲା ଅଧିକାରୀ ନନ୍ଦପୁର, ଉପ ନିର୍ଦ୍ଦେଶକ, ଉଦ୍ୟାନ କୃଷି କୋରାପୁଟ, ବରିଷ୍ଠ ବୈଜ୍ଞାନିକ, କୃଷି ବିଜ୍ଞାନ କେନ୍ଦ୍ର କୋରାପୁଟ, କୋରାପୁଟ ଓ ଅନ୍ୟାନ୍ୟ ଅଧିକାରୀମାନେ ଯୋଗ ଦେଇଥିଲେ।
ଏହି କାର୍ଯ୍ୟକ୍ରମରେ କୋରାପୁଟ ଜିଲ୍ଲାର ବିଭିନ୍ନ ବ୍ଲକର ୧୦୦ ଜଣ ଚାଷୀ ଯୋଗ ଦେଇଥିଲେ । କୋରାପୁଟ ଜିଲ୍ଲାରେ ମୋଟ୍ ହିତାଧିକାରୀ ଚାଷୀଙ୍କ ସଂଖ୍ୟା ୬୧୩୯୧ ଥିଲା ଯେଉଁମାନଙ୍କୁ ୧୪ କୋଟି ୨୭ଲକ୍ଷ ୮୨ ହଜାର ଟଙ୍କାର ସହାୟତା ପ୍ରଦାନ କରାଗଲା ।
ହିନ୍ଦୁସ୍ଥାନ ସମାଚାର / ପିକେପି