ପିଏମ କିଷାନ ଉତ୍ସବ ଦିବସର ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ
କେନ୍ଦୁଝର, ୨୦ ଜୁନ୍ (ହି.ସ.) ଆଜି ପରାହ୍ନରେ ଜୁଡ଼ିଆ ସ୍ଥିତ କୃଷି ବିଜ୍ଞାନ କେନ୍ଦ୍ର ସଭାଗୃହରେ ପିଏମ କିଷାନ ଉତ୍ସବ ଦିବସର ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି କ୍ଷ ଏହି ଉତ୍ସବ ଦିବସ ଉପଲକ୍ଷେ ପଶ୍ଚିମବଙ୍ଗ ରାଜ୍ୟର ତାରକେଶ୍ୱରରେ ଆୟୋଜିତ କାର୍ଯ୍ୟକ୍ରମରେ ଆମ ଦେଶର ଯଶସ୍ୱୀ ପ୍ରଧାନମନ
District


କେନ୍ଦୁଝର, ୨୦ ଜୁନ୍ (ହି.ସ.) ଆଜି ପରାହ୍ନରେ ଜୁଡ଼ିଆ ସ୍ଥିତ କୃଷି ବିଜ୍ଞାନ କେନ୍ଦ୍ର ସଭାଗୃହରେ ପିଏମ କିଷାନ ଉତ୍ସବ ଦିବସର ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି କ୍ଷ ଏହି ଉତ୍ସବ ଦିବସ ଉପଲକ୍ଷେ ପଶ୍ଚିମବଙ୍ଗ ରାଜ୍ୟର ତାରକେଶ୍ୱରରେ ଆୟୋଜିତ କାର୍ଯ୍ୟକ୍ରମରେ ଆମ ଦେଶର ଯଶସ୍ୱୀ ପ୍ରଧାନମନ୍ତ୍ରୀ କୃଷକ ଭାଇଭଉଣୀ ମାନଙ୍କ ବ୍ୟାଙ୍କ ଖାତାକୁ କୃଷି କାର୍ଯ୍ୟକ୍ରମ ପାଇଁ ପିଏମ କିଷାନ ଯୋଜନା ଅନ୍ତର୍ଗତ ୨୩ ତମ ସହାୟତା ରାଶି ପ୍ରଦାନ କରିଥିଲେ । ମହତାବ ଭବନ, ରାଇରଙ୍ଗପୁର ଠାରେ ଆୟୋଜିତ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ମାନ୍ୟବର ଉପମୁଖ୍ୟମନ୍ତ୍ରୀ, କୃଷି ଓ କୃଷକ ସଶକ୍ତିକରଣ, ଶକ୍ତି, ଓଡିଶା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କୃଷକ ସମାଜକୁ ଉଦବୋଧନ ଦେବା ସଙ୍ଗେ ସଙ୍ଗେ ସରକାରୀ ଯୋଜନାର ସହାୟତା ନେବାକୁ ଆହ୍ୱାନ ଦେଇଥିଲେ କ୍ଷ ଜିଲ୍ଲାର ବିଭିନ୍ନ ବ୍ଲକରୁ ଆସିଥିବା ଶତାଧିକ କୃଷକ ଭାଇଭଉଣୀ, ବିଭଗୀୟ ଅଧିକାରୀ, କୃଷି ବୈଜ୍ଞାନିକ ମାନେ ଆଭାସୀ ମାଧ୍ୟମରେ ରାଜ୍ୟସ୍ତରୀୟ ଓ ତାରକେଶ୍ୱରରେ ଆୟୋଜିତ ମୁଖ୍ୟ କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ । ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଶ୍ରୀ ୍ୱିଶାଲ ସିଂ, ସିଡିଭିଓ ଡ଼ଃ ଚନ୍ଦ୍ରଶେଖର ରଥ, ପିଡି ୱାଟରସେଡ଼ ଶ୍ରୀ ଅଶୋକ କୁମାର ସେନାପତି, ଏଡିଆର ଡ. କିଶୋର ଚନ୍ଦ୍ର ସାହୁ, କୃଷି ବିଜ୍ଞାନ କେନ୍ଦ୍ରର ମୁଖ୍ୟ ଡ. ସୁକାନ୍ତ କୁମାର ସାହୁ, ଏଡିଏଚ ଶ୍ରୀ ଗୋବିନ୍ଦ ଚନ୍ଦ୍ର ମେହେର ଅତିଥି ଆସନ ଅଳଙ୍କୃତ କରିବା ସଙ୍ଗେ ସଙ୍ଗେ ଆଭାସୀ ମାଧ୍ୟମରେ ପ୍ରସାରିତ ରାଜ୍ୟ ସ୍ତରୀୟ ଓ ମୁଖ୍ୟ କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ। ସର୍ବଶେଷରେ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଶ୍ରୀ ପ୍ରିଥୁରାଜ ମଣ୍ଡଳ କେନ୍ଦୁଝର ଜିଲ୍ଲାର ୧.୮୨ ଲକ୍ଷରୁ ଉର୍ଦ୍ଧ ଚାଷୀ ଭାଇଭଉଣୀଙ୍କ ଖାତାକୁ ପାଖାପାଖି ୩୬.୪୭ କୋଟି ଟଙ୍କା ସହାୟତା ରାଶି ହସ୍ତାନ୍ତର ହୋଇଥିବାର ସୂଚନା ଦେବା ସଙ୍ଗେ ସଙ୍ଗେ ଧନ୍ୟବାଦ ଅର୍ପଣ କରିଥିଲେ ।

----------------

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande