ବଳଙ୍ଗାରେ ବେଆଇନ ବାଲି ଘାଟ ଉପରେ ଚଢ଼ଉ : ୧୮ଟି ବାଲି ବୋଝେଇ ହାଇୱା ଓ ୨ ଜେସିବି ଜବତ, ୧୦ ଅଟକ
ପୁରୀ, ୨୦ ଜୁନ୍ (ହି.ସ.)- ପୁରୀ ଜିଲ୍ଲାର ବଳଙ୍ଗା ଥାନା ଅଂଚଳରେ ବେଆଇନ ବାଲି ଘାଟ ଉପରେ ଚଢ଼ଉ ହୋଇଛି । ପୁରୀ ଖଣି ବିଭାଗ ଓ ପୋଲିସର ସ୍ପେଶାଲ ସ୍କ୍ୱାଡ୍ ପକ୍ଷରୁ ବଳଙ୍ଗା ଥାନା ଅନ୍ତର୍ଗତ ଭାର୍ଗବୀ ନଦୀର ତେରହଳ ଅଂଚଳରେ ଚାଲୁଥିବା ବେଆଇନ ବାଲି ଘାଟ ଉପରେ ଗତକାଲି ବିଳମ୍ବିତ ରାତିରେ ଏହି ଚଢ଼ଉ କରାଯାଇ
ବଳଙ୍ଗାରେ ବେଆଇନ ବାଲି ଘାଟ ଉପରେ ଚଢ଼ଉ : ୧୮ଟି ବାଲି ବୋଝେଇ ହାଇୱା ଓ ୨ ଜେସିବି ଜବତ, ୧୦ ଅଟକ


ପୁରୀ, ୨୦ ଜୁନ୍ (ହି.ସ.)- ପୁରୀ ଜିଲ୍ଲାର ବଳଙ୍ଗା ଥାନା ଅଂଚଳରେ ବେଆଇନ ବାଲି ଘାଟ ଉପରେ ଚଢ଼ଉ ହୋଇଛି । ପୁରୀ ଖଣି ବିଭାଗ ଓ ପୋଲିସର ସ୍ପେଶାଲ ସ୍କ୍ୱାଡ୍ ପକ୍ଷରୁ ବଳଙ୍ଗା ଥାନା ଅନ୍ତର୍ଗତ ଭାର୍ଗବୀ ନଦୀର ତେରହଳ ଅଂଚଳରେ ଚାଲୁଥିବା ବେଆଇନ ବାଲି ଘାଟ ଉପରେ ଗତକାଲି ବିଳମ୍ବିତ ରାତିରେ ଏହି ଚଢ଼ଉ କରାଯାଇଛି । ଏହି ଅଭିଯାନ ସମୟରେ ୧୮ଟି ବାଲି ବୋଝେଇ ହାଇୱା ଓ ୨ଟି ଜେସିବି ଜବତ କରାଯାଇଥିବା ସୂଚନା ମିଳିଛି । ଘଟଣାସ୍ଥଳରୁ ୧୦ ଜଣଙ୍କୁ ବଳଙ୍ଗା ପୋଲିସ ଥାନାକୁ ଉଠାଇ ନେଇଛି । ସେମାନଙ୍କୁ ଅଟକ ରଖି ପଚରାଉଚରା କରୁଥିବା ଜଣାପଡ଼ିଛି ।

ସୂଚନା ଅନୁଯାୟୀ, ତେରହଳ ଅଂଚଳରେ ଦୀର୍ଘ ଦିନ ଧରି ବେଆଇନ ବାଲି ଉତୋଳନ ଓ ପରିବହନ ଚାଲୁଥିବା ନେଇ ସ୍ଥାନୀୟ ଲୋକଙ୍କ ଅଭିଯୋଗ ରହିଥିଲା । ଶେଷରେ ପ୍ରଶାସନ ପକ୍ଷରୁ ଏଭଳି ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande