ସଂଶୋଧିତ ପାଠ୍ୟ ପୁସ୍ତକ ଯୋଗାଇ ଦିଆଯାଉ- ଲସ୍କଫ୍
କେନ୍ଦ୍ରାପଡ଼ା, ୨୦ ଜୁନ୍(ହି.ସ.) – ଏସ୍.ସି.ଇ.ଆର୍.ଟି ଦ୍ୱାରା ରାଜ୍ୟର ପ୍ରଥମରୁ ପଂଚମ ଶ୍ରେଣୀ ପର୍ୟ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ଯୋଗାଇ ଦିଆଯାଇଥିବା ତ୍ରୁଟିପୂର୍ଣ୍ଣ ପାଠ୍ୟପୁସ୍ତକକୁ ଶିକ୍ଷକମାନେ ସଂଶୋଧନ କରି ପଢ଼ାଇବା ପାଇଁ ଶିକ୍ଷା ବିଭାଗ ପକ୍ଷରୁ ଦିଆଯାଥିବା ନିର୍ଦ୍ଦେଶକୁ ଭାରତୀୟ ସାଂସ୍କୃତିକ ସହଯ
ସଂଶୋଧିତ ପାଠ୍ୟ ପୁସ୍ତକ ଯୋଗାଇ ଦିଆଯାଉ- ଲସ୍କଫ୍


କେନ୍ଦ୍ରାପଡ଼ା, ୨୦ ଜୁନ୍(ହି.ସ.) – ଏସ୍.ସି.ଇ.ଆର୍.ଟି ଦ୍ୱାରା ରାଜ୍ୟର ପ୍ରଥମରୁ ପଂଚମ ଶ୍ରେଣୀ ପର୍ୟ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ଯୋଗାଇ ଦିଆଯାଇଥିବା ତ୍ରୁଟିପୂର୍ଣ୍ଣ ପାଠ୍ୟପୁସ୍ତକକୁ ଶିକ୍ଷକମାନେ ସଂଶୋଧନ କରି ପଢ଼ାଇବା ପାଇଁ ଶିକ୍ଷା ବିଭାଗ ପକ୍ଷରୁ ଦିଆଯାଥିବା ନିର୍ଦ୍ଦେଶକୁ ଭାରତୀୟ ସାଂସ୍କୃତିକ ସହଯୋଗ ଓ ମୈତ୍ରୀ ସଂଘ ଅତ୍ୟନ୍ତ ଦାୟିତ୍ୱହୀନ ଓ ଅପରିଣାମୀ ଦର୍ଶାଇ ଘୋର ନିନ୍ଦା କରିଛି। ଏହା ଶିକ୍ଷା ଅଧିକାର ଆଇନ- ୨୦୦୯ର ଖୋଲା ଉଲଂଘନ ବୋଲି ସେମାନେ ଅଭିଯୋଗ କରିଛି। ଗୋଟିଏ ନିମ୍ନ ମାନର ଜୋତା ପାଇଁ ସମୁଦାୟ ଜୋତାକୁ ନଷ୍ଟ କରିଦେଇଥିବା ଉତ୍କଳ ଗୌରବ ମଧୁବାବୁଙ୍କ ଠାରୁ ଉଦାହରଣ ଗ୍ରହଣ କରି ସମୁଦାୟ ପାଠ୍ୟପୁସ୍ତକ ଫେରାଇ ନେଇ ନୂତନ ପୁସ୍ତକ ତୁରନ୍ତ ଯୋଗାଇ ଦେବାକୁ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଚାରି ଦଫା ସମ୍ବଳିତ ଦାବିପତ୍ର ଅତିରିକ୍ତ ଜିଲ୍ଲାପାଳ ନବକୃଷ୍ଣ ଜେନାଙ୍କ ମାଧ୍ୟମରେ ପ୍ରଦାନ କରାଯାଇଛି। ଡଃ ବାସୁଦେବ ଦାସ, ଓ ସମ୍ପାଦକ ଆଦିକନ୍ଦ ରାଉଳଙ୍କ ସମେତ ଅଧ୍ୟାପକ ଅଜୟ ସାମଲ, ଅବନ୍ତୀ ବେହେରା, ଶୈଳବାଳା ସାମଲ, ରମଣୀ ରଞ୍ଜନ ରାଉତରାୟ, ଗୟାଧର ଧଳ, ମହେନ୍ଦ୍ର ପଟ୍ଟନାୟକ, ରଣଧୀର ଜେନା, ପ୍ରତାପ ଚନ୍ଦ୍ର ପରିଡା ପ୍ରମୁଖ ଉପସ୍ଥିତ ଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande