ମାତା ପାର୍ବତୀ ଦେବାଧିଦେବ ମହାଦେବତ ବିବାହ ଶୀତଳଷଷ୍ଠୀ ଯାତ୍ରା ସମ୍ପନ୍ନ
ସୁଦପଡା ଶୀତଳଷଷ୍ଠୀରେ ଅସୀମା ପଣ୍ଡା ଷ୍ଟାର ନାଇଟ୍ ସହ ପ୍ରତିଭା ସମ୍ବର୍ଦ୍ଧନା ବଲାଙ୍ଗୀର, ୨୦ ଜୁନ୍ - ଦେବାଧିଦେବ ମହାଦେବ ଓ ଜଗତଜନନୀ ମା'' ପାର୍ବତୀଙ୍କ ବିବାହ ଉତ୍ସବ ପାଳନକୁ ନେଇ ବଲାଙ୍ଗିର ଉତ୍ସବମୁଖର ହୋଇ ଉଠିଛି। ଗୁରୁବାର ରାତିରେ ଦେବାଧିଦେବ ମହାଦେବ ଶ୍ରଦ୍ଧାଳୁ ଓ ସାଂସ୍କୃତିକ ଦଳ ସହ ବର ଶ
ମାତା ପାର୍ବତୀ ଦେବାଧିଦେବ ମହାଦେବ  ବିଭାହ ଶୀତଳଷଷ୍ଠୀ ଯାତ୍ରା ସମ୍ପନ୍ନ: ସୁଦପଡା ଶୀତଳଷଷ୍ଠୀରେ ଅସୀମା ପଣ୍ଡା ଷ୍ଟାର ନାଇଟ୍ ସହ ପ୍ରତିଭା ସମ୍ବର୍ଦ୍ଧନା


ମାତା ପାର୍ବତୀ ଦେବାଧିଦେବ ମହାଦେବ  ବିଭାହ ଶୀତଳଷଷ୍ଠୀ ଯାତ୍ରା ସମ୍ପନ୍ନ: ସୁଦପଡା ଶୀତଳଷଷ୍ଠୀରେ ଅସୀମା ପଣ୍ଡା ଷ୍ଟାର ନାଇଟ୍ ସହ ପ୍ରତିଭା ସମ୍ବର୍ଦ୍ଧନା


ମାତା ପାର୍ବତୀ ଦେବାଧିଦେବ ମହାଦେବ  ବିଭାହ ଶୀତଳଷଷ୍ଠୀ ଯାତ୍ରା ସମ୍ପନ୍ନ: ସୁଦପଡା ଶୀତଳଷଷ୍ଠୀରେ ଅସୀମା ପଣ୍ଡା ଷ୍ଟାର ନାଇଟ୍ ସହ ପ୍ରତିଭା ସମ୍ବର୍ଦ୍ଧନା


ସୁଦପଡା ଶୀତଳଷଷ୍ଠୀରେ ଅସୀମା ପଣ୍ଡା ଷ୍ଟାର ନାଇଟ୍ ସହ ପ୍ରତିଭା ସମ୍ବର୍ଦ୍ଧନା

ବଲାଙ୍ଗୀର, ୨୦ ଜୁନ୍ - ଦେବାଧିଦେବ ମହାଦେବ ଓ ଜଗତଜନନୀ ମା' ପାର୍ବତୀଙ୍କ ବିବାହ ଉତ୍ସବ ପାଳନକୁ ନେଇ ବଲାଙ୍ଗିର ଉତ୍ସବମୁଖର ହୋଇ ଉଠିଛି। ଗୁରୁବାର ରାତିରେ ଦେବାଧିଦେବ ମହାଦେବ ଶ୍ରଦ୍ଧାଳୁ ଓ ସାଂସ୍କୃତିକ ଦଳ ସହ ବର ଶୋଭଯାତ୍ରାରେ ବାହାରି ପାର୍ବତୀଙ୍କ କଳ୍ପିତ ମାତାପିତାଙ୍କ ଘରେ ପହଂଚିଥିଲେ। ମହାତେବଙ୍କ ବରଯାତ୍ରା ଓ ଦେବ ଦମ୍ପତିଙ୍କ ଅଲୌକିକ ବିବାହ ଉତ୍ସବରେ ସାମିଲ ହୋଇ ଶ୍ରଦ୍ଧାଳୁ ନିଜ ଭାଗ୍ୟବାନ ମନେ କରିଛନ୍ତି। ନିର୍ଦ୍ଧାରିତ ଲଗ୍ନରେ ସମ୍ପୂର୍ଣ୍ଣ ବିଧିବିଧାନ ମଧ୍ୟରେ ଦେବ ଦମ୍ପତିଙ୍କ ବିବାହ ସମ୍ପନ୍ନ ହୋଇଛି। ୧୩ଟି ସ୍ଥାନରେ ଶୀତଳଷଷ୍ଠୀ ମହୋତ୍ସବ ଆୟୋଜିତ ହୋଇ ଥିବା ବେଳେ ସମସ୍ତ କମିଟି ତରଫରୁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହେଇଥିଲା। ବଲାଙ୍ଗୀର ସହରର ଅନ୍ୟତମ ପୁରାତନ ଶୀତଳ ଷଷ୍ଠୀ କମିଟି ସୁଦ୍ ପଡା ଶୀତଳଷଷ୍ଠୀ ପୂଜା କମିଟି ୪୫ ବର୍ଷରେ ପହଂଚିଛି। ଗତକାଲି ସାଂସ୍କୃତିକ କାର୍ଯ୍ୟକ୍ରମରେ ମୁଖ୍ୟ ଆକର୍ଷଣ ଅସୀମ ପଣ୍ଡା ଙ୍କ ଟିମ୍ ଙ୍କ ବିଭିନ୍ନ ଗୀତରେ ଝୁମିଥିଲେ ହଜାର ହଜାର ଦର୍ଶକ। ସାଂସ୍କୃତିକ କାର୍ଯ୍ୟକ୍ରମ ପୂର୍ବରୁ ସାଂସ୍କୃତିକ ସଭାରେ ମୁଖ୍ୟ ଅତିଥି ଭାବେ ବଲାଙ୍ଗୀର ପୌରାଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ, ସମ୍ମାନିତ ଅତିଥି ଭାବରେ ଉପଖଣ୍ଡ ଆରକ୍ଷୀ ଅଧିକାରୀ ସରୋଜ ଉପାଧ୍ୟାୟ, ଆଦର୍ଶ ଟଉନ ଥାନା ଅଧିକାରୀ ଅବନୀ ସାହୁ, ଜିଲ୍ଲା ସଂସ୍କୃତି ଅଧିକାରୀ ରଶ୍ମିରଂଜନ ମିଶ୍ର, ଅଧ୍ୟାପକ ସୁରେଶ ଷଡ଼ଙ୍ଗୀ, ୱର୍ଡ ନଂ ୧୦ର କାଉନସିଲର କିଶୋର କୁମ୍ଭାର, ସୁଦପଡା ପୂଜା କମିଟିର ପ୍ରଥମ କାର୍ଯ୍ୟକର୍ତା ସତ୍ୟନାରାୟଣ ଭୋଇ, ଦୁର୍ଗାଚରଣ ବେହେରା, କୱଲଜିତ ସିଂହ, ବିପିନ ପାଢ଼ୀ ମଂଚାସୀନ ହୋଇଥିଲେ। ସନ୍ଦୀପ କୁମାର କୁଅଁର ସଭାକୁ ସଂଯୋଜନା କରିଥିବା ବେଳେ ମାଟ୍ରିକ, ଯୁକ୍ତ ଦୁଇ, ବିଶ୍ୱବିଦ୍ୟାଳୟ ଟପ୍ପର, ମହିଳା କ୍ରିକେଟ ଦଳ, ବଲାଙ୍ଗୀରଙ୍କୁ ସମ୍ବର୍ଦ୍ଧିତ କରାଯାଇ ଥିଲା। ଏହି ଅବସରରେ ଚଳିତ ବର୍ଷର କାର୍ଯ୍ୟକର୍ତା ରାଜେଶ ଦୋରା, ରାଜା ସାମନ୍ତରାୟ, ସନ୍ତୋଷ ପଣ୍ଡା, ଅନନ୍ତ ମଛଖଣ୍ଡ, ଉମେଶ କବାଟ, ସୁବଳ ଖରସେଲ, ଘନ ଦୋରାଙ୍କୁ ଅତିଥି ମାନେ ଅଙ୍ଗବସ୍ତ୍ର ଦେଇ ସମ୍ବର୍ଦ୍ଧନା କରିଥିଲେ। ଦେବ ଦମ୍ପତିଙ୍କ ବିବାହ ଅନୁଷ୍ଠିତ ହେବା ପରେ ଶୁକ୍ରବାର ଶ୍ରଦ୍ଧାଳୁ ଦେବଦମ୍ପତିଙ୍କ ଯୁଗଳ ମୂର୍ତି ଦର୍ଶନ କରିବେ। ଆସନ୍ତା ଶନିବାର ଦେବଦମ୍ପତି ଶୋଭା ଯାତ୍ରାରେ ମନ୍ଦିର ଫେରିବା କାର୍ଯ୍ୟକ୍ରମ ରହିଛି। ଚଳିତବର୍ଷ ମୁଖ୍ୟମନ୍ତ୍ରୀ ବଲାଙ୍ଗୀରର ୯ଟି ଯାତ୍ରା କମିଟିକୁ ଶୀତଳଷଷ୍ଠୀ ମହୋତ୍ସବ ଆୟୋଜନ ପାଇଁ ୪ଲକ୍ଷ ଟଙ୍କା ଲେଖାଏଁ ଅନୁଦାନ ମଞ୍ଜୁର କରିଥିବାରୁ କମିଟି ଗୁଡ଼ିକ ମଧ୍ୟରେ ଅଧିକ ଉତ୍ସାହ ଦେଖିବାକୁ ମିଳିଛି।

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande