ଡ଼କାୟତି ମାମଲା ରେ ଜଣେ ଗିରଫ
ଜୟପୁର, ୨୦ ଜୁନ୍ (ହି.ସ.) ୨ କାଜୁ ମିଲ ମାଲିକଙ୍କୁ ମାଡମିରା ଲୁଟ ମାମଲା ଅନ୍ୟ ଏକ ଅଭିଯୁକ୍ତ ଗିରଫ ଲୁଟ ମାମଲା ରେ ଆଜି ଅନ୍ୟ ଏକ ଅଭିଯୁକ୍ତ କୁ ଗିରଫ କରିଛି ଜୟପୁର ସଦର ପୋଲିସ କ୍ଷ ଗିରଫ ଅଭିଯୁକ୍ତ ଜଣକ ହେଲା ଡ଼ଙ୍ଗରା ଗ୍ରାମର ବାବୁଲୁ ଏଲିୟସ ଗିରିଧାର ନାୟକ କ୍ଷ ଏହି ମାମଲା ରେ ଗତ ୪ ତାରିଖରେ ୫
ଘରର ଝରଙ୍ଗା ଭାଙ୍ଗି ଲକ୍ଷା ଧିକ ଟଙ୍କାର  ସୁନା ଗହଣା ଚୋରି


ଜୟପୁର, ୨୦ ଜୁନ୍ (ହି.ସ.) ୨ କାଜୁ ମିଲ ମାଲିକଙ୍କୁ ମାଡମିରା ଲୁଟ ମାମଲା ଅନ୍ୟ ଏକ ଅଭିଯୁକ୍ତ ଗିରଫ

ଲୁଟ ମାମଲା ରେ ଆଜି ଅନ୍ୟ ଏକ ଅଭିଯୁକ୍ତ କୁ ଗିରଫ କରିଛି ଜୟପୁର ସଦର ପୋଲିସ କ୍ଷ ଗିରଫ ଅଭିଯୁକ୍ତ ଜଣକ ହେଲା ଡ଼ଙ୍ଗରା ଗ୍ରାମର ବାବୁଲୁ ଏଲିୟସ ଗିରିଧାର ନାୟକ କ୍ଷ ଏହି ମାମଲା ରେ ଗତ ୪ ତାରିଖରେ ୫ ଅଭିଯୁକ୍ତ କୁ ଗିରଫ କରିଥିବା ବେଳେ ଆଜି ଅନ୍ୟ ଏକ ଅଭିଯୁକ୍ତ କୁ ଗିରଫ କରିଛି ।

୫ ଅଭିଯୁକୁ ଗିରଫ କରିଛି ଜୟପୁର ସଦର ପୋଲିସ ଲ ଗିରଫ ଅଭିଯୋଗ ଫୁଫୁଗାଁ ଗ୍ରାମର ରମେଶ ଆଲିଏସ ଆଲୋକ ହରିଜନ(୨୨), ସନ କେବିଡି ଗ୍ରାମର ଟୁକୁନା ହରିଜନ (୧୯), ଡ଼ଙ୍ଗରା ଗ୍ରାମର ଦୈତାରୀ ହରିଜନ (୨୨), ଦଣ୍ଡସେନାଗୁଡା ଗ୍ରାମର ଦମ୍ବୁରୁ ଧର ମାଝୀ (୩୦) ଓ ଡ଼ଙ୍ଗରା ଗ୍ରାମର ଫ୍ରଫୁଲ ନାୟକ (୨୨) ।

କୋରାପୁଟ ଜିଲ୍ଲା ଜୟପୁର ବ୍ଲକର କେବଡି ଗ୍ରାମପଂଚାୟତରେ ରହିଥିବା ଜଗତଜନନୀ କାଜୁ ମିଲର ଦୁଇ ମାଲିକ ଗତକାଲି ରାତି ୮ ସମୟରେ କାଜୁ ମିଲକୁ ବନ୍ଦ କରିବା ପରେ ବାଇକ ଯୋଗେ ଜୟପୁର ଘରକୁ ଫେରୁଥିବା ବେଳେ କେବିଡି ଗ୍ରାମ ଏବଂ ବିଜେ-୨ ଗ୍ରାମ ରାସ୍ତାର ଦଣ୍ଡସେନା ଗୁଡା ଗ୍ରାମ ନିକଟରେ ରାସ୍ତା ଉପରେ ପ୍ରାୟ ୫ଜଣ ମୁଖାଧାରୀ ଦୁର୍ବୃତ ମାନେ ସେମାନଙ୍କୁ ଅଟକାଇ ମାଡ ମାରିବା ସହିତ ସୁନାଚେନ, ମୁଦି ଏବଂ ୪ ହଜାର ଟଙ୍କା ଲୁଟି ନେଇଥିବା ନେଇ ଥାନାରେ ଗତ ୩୦ ତାରିଖ ରେ ଅଭିଯୋଗ ହୋଇଥିଲା କ୍ଷ ଅଭିଯୋଗ କୁ ଭିତି କରି ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ଦୁଇ କାଜୁ ମାଲିକ ଜୟପୁର ସହରର ଦାଶରୀ ସାହିର କେ. ଅମରନାଥ ଲିଖିତ ଅଭିଯୋଗ କରିଛନ୍ତି ଯେ, ସେ ଏବଂ ତାଙ୍କ ବ୍ୟବସାୟୀ ସହଯୋଗୀ ଜୟପୁର ସହର ଭୂପତି ସାହିର ଏସ. ବୈକୁଣ୍ଠ ନିଜ ନିଜ ବାଇକରେ ମିଶି ଘରକୁ ରାତିରେ ଫେରୁଥିବା ବେଳେ ରାସ୍ତାରେ ୫ଜଣ ମୁଖାଧାରୀ ସେମାନଙ୍କୁ ଅଟକାଇ ମାଡ ମାରିଥିଲେ ଏହିପରି ଅମରାନାଥ ପିନ୍ଧି ବେକର ସୁନା ଚେନ, ସୁନାମୁଦି ଏବଂ ୨ ହଜାର ଟଙ୍କା ଲୁଟି ନେଇଥିଲେ ଏବଂ ତାଙ୍କ ସହଯୋଗୀଙ୍କ ଠାରୁ ମଧ୍ୟ ୨ ହଜାର ଟଙ୍କା ଲୁଟି ନେଇଥିଲେ । ଏହିପରି ଅଭିଯୁକ୍ତ ମାନେ ସେଠାରୁ ଚମ୍ପଟ ମାରିଥିଲେ । ଦୁଇ କାଜୁ ବ୍ୟବସାୟୀ ସେଠାରୁ ଫେରି ସଦର ଥାନାରେ ର ଅଭିଯୋଗ କରିଥିଲେ । ଏହି ମାମଲା ରେ ମୋଟ ୬ ଅଭିଯୁକ୍ତ କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବିଷୟ ଥାନା ଅଧିକାରୀ ସଚିନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande