ଶୀତଳଷଷ୍ଠୀ ଶୋଭାଯାତ୍ରାରେ ବ୍ୟାନର ଦୋହରାଇଲା ପୂର୍ବ ପ୍ରତିଶ୍ରୁତି
ସମ୍ବଲପୁର, ୨୦ ଜୁନ୍(ହି.ସ.) – ନବ ବିବାହିତ ଦେବ ଦମ୍ପତିଙ୍କ ପବିତ୍ର ଶୀତଳଷଷ୍ଠୀ ପାଇଁ ପଶ୍ଚିମ ଓଡ଼ିଶାର ରାଜଧାନୀ ସମ୍ବଲପୁର ସହରର ବେଶ୍ ଉତ୍ସବମୁଖର ହୋଇପଡିଛି। ସମ୍ବଲପୁର ସହର ସମେତ ଆଖପାଖ ଜିଲାର ବିଭିନ୍ନ ସ୍ଥାନରୁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼ ହୋଇଥିଲା। ଲୋକଙ୍କ ସୁରକ୍ଷା ଓ ଟ୍ରାଫିକ୍ ନିୟନ୍ତ
ଶୀତଳଷଷ୍ଠୀ ଶୋଭାଯାତ୍ରାରେ ବ୍ୟାନର ଦୋହରାଇଲା ପୂର୍ବ ପ୍ରତିଶ୍ରୁତି


ଶୀତଳଷଷ୍ଠୀ ଶୋଭାଯାତ୍ରାରେ ବ୍ୟାନର ଦୋହରାଇଲା ପୂର୍ବ ପ୍ରତିଶ୍ରୁତି


ଶୀତଳଷଷ୍ଠୀ ଶୋଭାଯାତ୍ରାରେ ବ୍ୟାନର ଦୋହରାଇଲା ପୂର୍ବ ପ୍ରତିଶ୍ରୁତି


ଶୀତଳଷଷ୍ଠୀ ଶୋଭାଯାତ୍ରାରେ ବ୍ୟାନର ଦୋହରାଇଲା ପୂର୍ବ ପ୍ରତିଶ୍ରୁତି


ଶୀତଳଷଷ୍ଠୀ ଶୋଭାଯାତ୍ରାରେ ବ୍ୟାନର ଦୋହରାଇଲା ପୂର୍ବ ପ୍ରତିଶ୍ରୁତି


ସମ୍ବଲପୁର, ୨୦ ଜୁନ୍(ହି.ସ.) – ନବ ବିବାହିତ ଦେବ ଦମ୍ପତିଙ୍କ ପବିତ୍ର ଶୀତଳଷଷ୍ଠୀ ପାଇଁ ପଶ୍ଚିମ ଓଡ଼ିଶାର ରାଜଧାନୀ ସମ୍ବଲପୁର ସହରର ବେଶ୍ ଉତ୍ସବମୁଖର ହୋଇପଡିଛି। ସମ୍ବଲପୁର ସହର ସମେତ ଆଖପାଖ ଜିଲାର ବିଭିନ୍ନ ସ୍ଥାନରୁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼ ହୋଇଥିଲା। ଲୋକଙ୍କ ସୁରକ୍ଷା ଓ ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ଅତି ଶୃଙ୍ଖଳିତ ବ୍ୟବସ୍ଥା ମଧ୍ୟ ହୋଇଥିଲା। ନବ ଦେବଦମ୍ପତିଙ୍କ ବିବାହ ଶୋଭାଯାତ୍ରା ସହର ପରିକ୍ରମା କରୁଥିବା ବେଳେ କିଛି ସମାଜସେବୀ ସରକାରଙ୍କ ସ୍ମରଣ ଉଦ୍ଧେଶ୍ୟରେ ହାତରେ ବଡ଼ବଡ଼ ବ୍ଯାନର ଧରିଥିବା ସମସ୍ତଙ୍କ ଦୃଷ୍ଟି ଗୋଚର ହୋଇଥିଲା। ବର୍ତମାନ ସମ୍ବଲପୁର ସହରର ବିଭିନ୍ନ କୋଣ ଅନୁକୋଣର ବସ୍ତି ଗୁଡିକରେ ଅପରିଚିତ ବ୍ଯକ୍ତି ବିଶେଷଙ୍କ ସଂଖ୍ୟା ବୃଦ୍ଧିକୁ ରୋକିବା ପାଇଁ ଏହି ବ୍ୟାନର ଉଦ୍ଦିଷ୍ଟ ଥିବା ମନେ ହେଉଥିଲା। ଗତ କିଛି ମାସ ଧରି ସମ୍ବଲପୁର ସହରର ବିଭିନ୍ନ ଥାନା ଅଂଚଳରେ ଘଟୁଥିବା ଅପରାଧ ଓ ଅପରାଧିକ କାର୍ଯ୍ୟକଳାପରେ ସମ୍ପୃକ୍ତ ଅଭିଯୁକ୍ତମାନଙ୍କ ବିରୋଧରେ ଜିଲ୍ଲା ପ୍ରଶାସନ ସେପରି କୌଣସି ଦୃଷ୍ଟାନ୍ତମୂଳକ ପଦକ୍ଷେପ ନେଉନଥିବା ଯୋଗୁଁ ସହରର ବହୁ ସଚେତନ ନାଗରିକ ଉଦବେଗ ପ୍ରକାଶ କରୁଛନ୍ତି। ପ୍ରଶାସନିକ ବିଧି ବ୍ୟବସ୍ଥାରେ ଦିନ ୧୦ ଠାରୁ ୫ଟା ପର୍ଯ୍ୟନ୍ତ ଅଫିସ କାମ ସାରିଦେଇ ସମସ୍ତେ ନିଜ ନିଜ ଘରକୁ ଚାଲି ଯାଉଥିବା ବେଳେ ସମ୍ବଲପୁର ସହରରେ କି କି ପ୍ରକାରର ସମସ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି ସେଥିପ୍ରତି କେହି ବି ଦୃଷ୍ଟି ଦେଉନାହାନ୍ତି। ଫଳରେ ଜିଲାର ବହୁ ସ୍ଥାନରେ ବାଙ୍ଗଲାଦେଶୀ ରୋହିଙ୍ଗିଆ ଆତ୍ମଗୋପନ କରି ବଂଶ ବିସ୍ତାର କରିବା ସହ ଅପରାଧିକ କାର୍ଯ୍ୟକଳାପ ବୃଦ୍ଧିର କାରଣ ପାଲଟିଥିବା ଅଭିଯୋଗ ହେଉଛି। ଏହି ଅସ୍ଥିରତା ଦିଗପ୍ରତି କୌଣସି ରାଜନୈତିକ ନେତା, ପ୍ରଶାସନିକ ଅଧିକାରୀ, ସମାଜସେବୀ ଓ ଗଣମାଧ୍ୟମର ଦୃଷ୍ଟି ନପଡିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଘଟଣା। ଶୀତଳଷଷ୍ଠୀ ଉତ୍ସବ ମାହୋଲରେ ଲକ୍ଷାଧିକ ଲୋକଙ୍କ ଭିତରେ କିଛି ସମାଲୋଚକ ଏବଂ ସମାଜସେବୀଙ୍କ ପକ୍ଷରୁ ଅଭିନବ ପ୍ରକାରର ବ୍ୟାନର ପ୍ରଦର୍ଶିତ କରାଇ ରାଜ୍ୟ ସରକାରଙ୍କ ସହିତ ଜିଲ୍ଲା ପ୍ରଶାସନକୁ ମଧ୍ୟ ଏଦିଗରେ ପଦକ୍ଷେପ ନେବାପାଇଁ ବାଧ୍ୟ କରିଥିବା ଦେଖିବାକୁ ମିଳିଥିଲା। ତେବେ ଭିଡ଼ ଭିତରେ ଏହି ବ୍ୟାନରକୁ ନେଇ ସେଭଳି କୌଣସି ଉତେଜନା ପ୍ରକାଶ ପାଇନଥିଲେ ମଧ୍ୟ କିଛି ପୋଲିସ କର୍ମଚାରୀ ଭିଡ଼ ଭିତରୁ ଏହି ବ୍ୟାନରକୁ ନେଇଯାଇଥିବା ଦେଖିବାକୁ ମିଳିଥିଲା।

.......................................

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande