ରାୟଗଡା କଲ୍ୟାଣସିଂପୁରରେ ଘଟିଥିବା ଅମାନୁସିକ ଘଟଣାକୁ ସମାଜସେବୀଙ୍କ ନିନ୍ଦା
କନ୍ଧମାଳ, ୨୦ ଜୁନ୍ (ହି.ସ.)- ରାୟଗଡା ଜିଲ୍ଲା କଲ୍ୟାଣସିଂପୁର ଥାନା ଅର୍ନ୍ତଗତ ଇନ୍ତାଲିଗୁଡାରେ ଘଟିଥିବା ଅମାନୁସିକ ଘଟଣାକୁ କନ୍ଧମାଳ ଜିଲ୍ଲାରେ ସାମାଜିକ କର୍ମୀ ମାନଙ୍କ ତରଫରୁ ନିନ୍ଦା କରାଯାଇଛି । କନ୍ଧମାଳ ଜିଲ୍ଲାର ଏକ ସ୍ୱେଚ୍ଛାସେବୀ ଅନୁଷ୍ଠାନର କର୍ମୀଙ୍କ ଉପରେ ହୋଇଥିବା ସାମୁହିକ ଆକ୍ରମଣ
ରାୟଗଡା କଲ୍ୟାଣସିଂପୁରରେ ଘଟିଥିବା ଅମାନୁସିକ ଘଟଣାକୁ ସମାଜସେବୀଙ୍କ ନିନ୍ଦା


କନ୍ଧମାଳ, ୨୦ ଜୁନ୍ (ହି.ସ.)- ରାୟଗଡା ଜିଲ୍ଲା କଲ୍ୟାଣସିଂପୁର ଥାନା ଅର୍ନ୍ତଗତ ଇନ୍ତାଲିଗୁଡାରେ ଘଟିଥିବା ଅମାନୁସିକ ଘଟଣାକୁ କନ୍ଧମାଳ ଜିଲ୍ଲାରେ ସାମାଜିକ କର୍ମୀ ମାନଙ୍କ ତରଫରୁ ନିନ୍ଦା କରାଯାଇଛି । କନ୍ଧମାଳ ଜିଲ୍ଲାର ଏକ ସ୍ୱେଚ୍ଛାସେବୀ ଅନୁଷ୍ଠାନର କର୍ମୀଙ୍କ ଉପରେ ହୋଇଥିବା ସାମୁହିକ ଆକ୍ରମଣ ଘଟଣା ସାରା ରାଜ୍ୟରେ ଚହଳ ପକାଇଥିବା ବେଳେ କନ୍ଧମାଳ ଜିଲ୍ଲାରେ ମଧ୍ୟ ଏହାର ବିରୋଧ ଦେଖିବାକୁ ମିଳିଛି । ଏହି ପରିପ୍ରେକ୍ଷିରେ ଆଜି ଏକ ସାଧାରଣ ସଭା କରି ବିଭିନ୍ନ ସାମାଜିକ କର୍ମୀ ମାନେ ଏକାଠି ଭାବରେ ଏହିପରି ଘଟଣାକୁ ବିରୋଧ କରିବା ସହିତ ଏଥିରେ ସମ୍ପୃକ୍ତ ବ୍ୟକ୍ତି ବିଶେଷ ମାନଙ୍କୁ ଦଣ୍ଡ ବିଧାନ ପାଇଁ ଦାବି କରିଛନ୍ତି । ସାମାଜିକ କର୍ମିଟିଏ ସର୍ବଦା ସମାଜର କଲ୍ୟାଣ ଦିଗରେ ଉପାନ୍ତ ଅଂଚଳ ବୁଲୁଥିବା ବେଳେ ତା'ର ସୁରକ୍ଷା ଓ ନିରାପତା ପ୍ରତି ସମାଜ ଓ ସରକାରଙ୍କର ଦାୟିତ୍ୱ ରହିବା ଏକାନ୍ତ ଆବଶ୍ୟକ । ମୂଖ୍ୟତଃ ମହିଳା ମାନଙ୍କର ସୁରକ୍ଷା ଓ ସ୍ୱେଚ୍ଛାସେବୀଙ୍କୁ ଉତମ ବ୍ୟବହାର ନହେଲେ ଆଗାମି ଦିନରେ ଗାଁ ଗାଁ ରେ ସାମାଜ ସଂସ୍କାର ଲୋପପାଇ କୁସଂସ୍କାର ଦାନା ବାନ୍ଧିବ ବୋଲି ଉପସ୍ଥିତ କର୍ମୀ ମାନେ ଆଲୋଚନା କରିଥିଲେ ।

ଏହି ସଭାରେ ଅଗ୍ରଣୀ ସମାଜସେବୀ ହରି ଶଙ୍କର ରାଉତ ଉପସ୍ଥିତ ରହି ଏହି କୁଶ୍ଚିତ ଘଟଣାକୁ ତୀବ୍ର ନିନ୍ଦା କରିବା ସହିତ ଆଗାମି ଦିନରେ ଏହାର ପୁନାରବୃତି ନଘଟିବା ପାଇଁ ବିହିତ ପଦକ୍ଷେପ ଗ୍ରହଣ ନିମନ୍ତେ ଜନସାଧାରଣ ଓ ସରକାରଙ୍କୁ ନିବେଦନ କରିଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ


 rajesh pande