ବ୍ଲକ ସ୍ତରୀୟ ସ୍ୱାବଲମ୍ବୀ ଯୁବା - ସମୃଦ୍ଧ ଓଡ଼ିଶା ସମାବେଶ
ଭୁବନ , ୨୦ ଜୁନ୍ (ହି.ସ.) - ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଏବଂ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ, ଓଡ଼ିଶା ସରକାର ଆନୁକୂଲ୍ୟରେ ଭୁବନ ପଂଚାୟତ ସମିତି ସହଯୋଗରେ ସ୍ଥାନୀୟ ବାଜି ରାଉତ କଲ୍ୟାଣ ମଣ୍ଡପ ଠାରେ ବ୍ଲକ ସ୍ତରୀୟ ସ୍ୱାବଲମ୍ବୀ ଯୁବା - ସମୃଦ୍ଧ ଓଡ଼ିଶା କାର୍ଯ୍ୟକ୍ରମ ଅନୁଷ୍ଠିତ
ସ୍ୱାବଲମ୍ବୀ ଯୁବା


ଭୁବନ , ୨୦ ଜୁନ୍ (ହି.ସ.) - ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଏବଂ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ, ଓଡ଼ିଶା ସରକାର ଆନୁକୂଲ୍ୟରେ ଭୁବନ ପଂଚାୟତ ସମିତି ସହଯୋଗରେ ସ୍ଥାନୀୟ ବାଜି ରାଉତ କଲ୍ୟାଣ ମଣ୍ଡପ ଠାରେ ବ୍ଲକ ସ୍ତରୀୟ ସ୍ୱାବଲମ୍ବୀ ଯୁବା - ସମୃଦ୍ଧ ଓଡ଼ିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଡ଼ିଓ ଶ୍ରୀମତୀ ଆୟୁଷି ମହାପାତ୍ର କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି କହିଥିଲେ ଯେ,ଯୁବ ବର୍ଗ ସଶକ୍ତ ହେଲେ ଆମ ଦେଶ ସମୃଦ୍ଧ ହେବ । ଯୁବ ବର୍ଗଙ୍କ ଆତ୍ମନିଯୁକ୍ତି ପାଇଁ ସରକାର ଅଣୁ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ (ଏମ ଏସ ଏମ ଇ ୟୁନିଟ୍) କୁ ପ୍ରୋତ୍ସାହନ ଦେଉଛନ୍ତି । ଦୁଇ ବର୍ଷରେ ୨୦୭ ଏମ ଏସ ଏମ ଇ ୟୁନିଟ୍ କୁ ୪୪ କୋଟି ଟଙ୍କା ପ୍ରୋତ୍ସାହନ ଦିଆଯାଇଥିବା ବେଳେ କ୍ରେଡିଟ ଗ୍ୟାରେଂଟି ଫଣ୍ଡ ଟ୍ରଷ୍ଟ ( ସି ଜି ଟି ଏମ୍ ଏସ ଇ) ରେ ୨୩ ହଜାର କୋଟି ବନ୍ଧକ ବିହୀନ ଋଣ ସହାୟତାରେ ୧ ଲକ୍ଷ ୭୬ ହଜାର ରୁ ଉର୍ଦ୍ଧ୍ୱ ଉଦ୍ୟୋଗ ପ୍ରତିଷ୍ଠା ହୋଇଛି । ଶିଳ୍ପ କ୍ଷେତ୍ରରେ ଆଗୁଆ ଜିଲ୍ଲା ଗୁଡ଼ିକରେ ଉଦ୍ୟୋଗ ପାଇଁ ସ୍ୱତନ୍ତ୍ର ପ୍ରୋତ୍ସାହନ ଏବଂ ମହିଳା , ଅନୁସୂଚିତ ଜାତି, ଜନଜାତି ଓ ଭିନ୍ନକ୍ଷମ ଙ୍କ ପାଇଁ ଅତିରିକ୍ତ ପ୍ରୋତ୍ସାହନ ରହିଥିବା ସମ୍ପର୍କରେ ବିଡ଼ିଓ ଶ୍ରୀମତୀ ମହାପାତ୍ର କହିଥିଲେ । ଏହି କାର୍ଯ୍ୟକ୍ରମକୁ ପଂଚାୟତ ସମିତି ଅଧ୍ୟକ୍ଷା ସିପ୍ରା ବରାଳ ଆନୁଷ୍ଠାନିକ ଭାବେ ଉଦଘାଟନ କରି ସରକାରଙ୍କ ବିଭିନ୍ନ ଯୋଜନାର ଉପକାରିତା ସମ୍ପର୍କରେ ଲୋକଙ୍କୁ ଜଣାଇବା ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ବୋଲି କହିବା ସହ ସ୍ୱାବଲମ୍ବୀ ଯୁବା ସମୃଦ୍ଧ ଓଡ଼ିଶା କାର୍ଯ୍ୟକ୍ରମ ସହାୟତାରେ ଯୁବକ, ଯୁବତୀ ଓ ମହିଳାମାନେ ଆତ୍ମ ନିର୍ଭରଶୀଳ ହୋଇ ପାରିଲେ ସରକାରଙ୍କ ସରକାରଙ୍କ ଲକ୍ଷ୍ୟ ସାଧନ ହେବା ସହ ରାଷ୍ଟ୍ରର ବିକାଶ ହେବ ଓ ଯୋଜନା ସଫଳ ହେବ ବୋଲି ମତବ୍ୟକ୍ତ କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଭିନ୍ନ କମ୍ପାନୀ, ୟୁନିଟ୍ ହେଡ ମାନେ ଯୋଗଦେଇ ଛାତ୍ର ଛାତ୍ରୀ ଙ୍କୁ ମାର୍ଗ ଦର୍ଶନ କରିଥିଲେ। ବ୍ଲକ କର୍ମଚାରୀ ମାନେ ସକ୍ରିୟ ଅଂଶ ଗ୍ରହଣ ଓ ସହଯୋଗ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ସୁଶାନ୍ତ


 rajesh pande