୪ଟି ଚୋରି ମାମଲା : ୬ ଅଭିଯୁକ୍ତଙ୍କୁ କାବୁ କଲା ପୋଲିସ
ଜୟପୁର, ୨୦ ଜୁନ୍ (ହି.ସ.)- ଜୟପୁର ସହରରେ ୪ଟି ଚୋରି ମାମଲାରେ ଟାଉନ ପୋଲିସ ସଫଳତା ପାଇଛି । ସହରରେ ୪ଟି ଚୋରି ମାମଲାରେ ୩ ନାବାଳକ ସହ ୩ ଅଭିଯୁକ୍ତ ମୋଟ ୬ ଜଣଙ୍କୁ ଧରିବାରେ ସକ୍ଷମ ହୋଇଥିବା ନେଇ ଆଜି ଜୟପୁର ଟାଉନ ଥାନାରେ ଏକ ସାମ୍ବାଦିକ ସମ୍ମିଳନୀରେ ଏସଡିପିଓ ଅର୍ଚ୍ଚିତା ମିତ୍ତଲ ଉପସ୍ଥିତ ରହି ସ
ଚୋରି ମାମଲା ୬ ଅଭିଯୁକ୍ତ କୁ କାବୁ କଲା ପୋଲିସ


ଜୟପୁର, ୨୦ ଜୁନ୍ (ହି.ସ.)- ଜୟପୁର ସହରରେ ୪ଟି ଚୋରି ମାମଲାରେ ଟାଉନ ପୋଲିସ ସଫଳତା ପାଇଛି । ସହରରେ ୪ଟି ଚୋରି ମାମଲାରେ ୩ ନାବାଳକ ସହ ୩ ଅଭିଯୁକ୍ତ ମୋଟ ୬ ଜଣଙ୍କୁ ଧରିବାରେ ସକ୍ଷମ ହୋଇଥିବା ନେଇ ଆଜି ଜୟପୁର ଟାଉନ ଥାନାରେ ଏକ ସାମ୍ବାଦିକ ସମ୍ମିଳନୀରେ ଏସଡିପିଓ ଅର୍ଚ୍ଚିତା ମିତ୍ତଲ ଉପସ୍ଥିତ ରହି ସୂଚନା ଦେଇଛନ୍ତି । ଗିରଫ ତିନି ଅଭିଯୁକ୍ତ ହେଲେ ଓଡିଆ ମେଦ୍ରି ସାହିର ରିଙ୍କୁ ବାଗ (୨୦) ଓ ଗୋପବନ୍ଧୁ ନଗର ରବିନ୍ଦ୍ର ବାଘ (୩୨), ହାଟପଦାର ରଖେଲ ଖରା (୧୯) । ଗିରଫ ଅଭିଯୁକ୍ତ ମାନଙ୍କ ଠାରୁ ୩ ଲକ୍ଷ ଟଙ୍କା ଜବତ କରିଛି ପୋଲିସ ।

ପୋଲିସ ସୂଚନା ଅନୁଯାୟୀ ଗତ ୧୩ ତାରିଖରେ ଜୟପୁର ବିକ୍ରମ ଦେବ ଛାତ୍ରବାସରେ ଦୁର୍ବୁତମାନେ ଝରକା ଭାଙ୍ଗି ଫର୍ନିଚର ଓ ସାମଗ୍ରୀ ଚୋରି କରିଥିବା ନେଇ ଟାଉନ ଥାନାରେ ଅଭିଯୋଗ ହୋଇଥିଲା । ଏହି ମାମଲାରେ ଅଭିଯୁକ୍ତ ରିଙ୍କୁ ବାଗକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଠାରୁ ଲୁହା ଖଟ, ପ୍ଲାଷ୍ଟିକ ଚେୟାର, ଅଟୋ ଜବତ କରିଛି । ସେହିପରି ଜୁନ ୧୬ ତାରିଖରେ ବାଙ୍କେଶ୍ୱର ମହାଦେବ ମନ୍ଦିର ଓ ଗୋପୀନାଥ ମନ୍ଦିରରୁ ଅର୍ଥ ଓ ମୁକୁଟ ଚୋରି ମାମଲାରେ ଅଭିଯୁକ୍ତ ରବିନ୍ଦ୍ର ବାଘକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଠାରୁ ୨ ହଜାର ୩୫୦ ଟଙ୍କା ଜବତ କରିଛି । ସେହିପରି ମେ ୨୬ ତାରିଖରେ ଗାନ୍ଧୀ ଛକ ସ୍ଥିତ ଏକ ସ୍ପେୟାର ପାର୍ଟସ ଦୋକାନରେ ଚୋରି ମାମଲାରେ ୨ ଜଣ ନାବାଳକକୁ କାବୁ କରିଛି । ସେମାନଙ୍କ ଠାରୁ ୨ ହଜାର ୫ ଶହ ଟଙ୍କା ସହ ୨ ହଜାର ୩ଶହ ଟଙ୍କା ମୂଲ୍ୟର କମ୍ପାନୀ କ୍ୟାସ ଟୋକେନ ଜବତ କରିଛି । ସେହିପରି ଜୁନ ୭ ତାରିଖରେ କେନାଲ ରୋଡ ସ୍ଥିତ ଏକ ବ୍ୟବସାୟୀ ପ୍ରତିଷ୍ଠାନରୁ ୬ ଲକ୍ଷ ୮୫ ହଜାର ଟଙ୍କା ଚୋରି ମାମଲାରେ ହାଟପଦାର ରଖେଲ ଖରା ସମେତ ଜଣେ ନାବାଳକକୁଗିରଫ କରିଛି । ସେମାନଙ୍କ ଠାରୁ ୨ ଲକ୍ଷ ୭୫ ହଜାର ୫ ଶହ ଟଙ୍କା ଜବତ କରିଛି । ଅଭିଯୁକ୍ତ ରିଙ୍କୁ ବାଗ ନାମରେ ଜୟପୁର ଟାଉନ ଥାନାରେ ୯ଟି ଅପରାଧିକ ମାମଲା ରହିଥିବା ବେଳେ ରବିନ୍ଦ୍ର ବାଘ ନାମରେ ୭ଟି, ରଖେଲ ଖରା ନାମରେ ୩ଟି ଅପରାଧିକ ମାମଲା ରହିଛି । ୩ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ବେଳେ ୪ ଜଣ ନାବାଳକଙ୍କୁ ଜୁଭେଲାଇନ ଜଷ୍ଟିସ ବୋର୍ଡ ନିକଟରେ ହାଜର କରାଯାଇଛି ।

ଏହି ସାମ୍ବାଦିକ ସମ୍ମାଳନିରେ ଟାଉନ ଥାନା ଅଧିକାରି ଉଲ୍ଲାସ ଚନ୍ଦ୍ର ଚନ୍ଦ୍ର ରାଉତ, ଏସଆଇ ସିଦ୍ଧାନ୍ତ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande