ଗାଧୋଇବାକୁ ଯାଇ ବୁଡ଼ିଗଲେ ଯୁବକ
ସୁବର୍ଣ୍ଣପୁର, ୨୦ ଜୁନ୍(ହି.ସ.) – ଆଜି ମଧ୍ୟାହ୍ନରେ ନିକଟ ଜୋରକୁ ଗାଧୋଇବାକୁ ଯାଇ ଜଣେ ଯୁବକ ପାଣିରେ ବୁଡି ପ୍ରାଣ ହରାଇଛନ୍ତି। ଖବର ଅନୁସାରେ ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ଚରଦା ଗ୍ରାମର ପ୍ରଶାନ୍ତ ଥନାପତି(୫୨) ଆଜି ମଧ୍ୟାହ୍ନରେ ନିକଟସ୍ଥ ଚୌକି ଜୋରକୁ ଗାଧୋଇବାକୁ ଯାଇଥିବାବେଳେ ପାଣିରେ ବୁ
ଗାଧୋଇବାକୁ ଯାଇ ବୁଡ଼ି ଗଲେ ଯୁବକ ।


ସୁବର୍ଣ୍ଣପୁର, ୨୦ ଜୁନ୍(ହି.ସ.) – ଆଜି ମଧ୍ୟାହ୍ନରେ ନିକଟ ଜୋରକୁ ଗାଧୋଇବାକୁ ଯାଇ ଜଣେ ଯୁବକ ପାଣିରେ ବୁଡି ପ୍ରାଣ ହରାଇଛନ୍ତି। ଖବର ଅନୁସାରେ ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ଚରଦା ଗ୍ରାମର ପ୍ରଶାନ୍ତ ଥନାପତି(୫୨) ଆଜି ମଧ୍ୟାହ୍ନରେ ନିକଟସ୍ଥ ଚୌକି ଜୋରକୁ ଗାଧୋଇବାକୁ ଯାଇଥିବାବେଳେ ପାଣିରେ ବୁଡି ପ୍ରାଣ ହରାଇଥିଲେ। ଗ୍ରାମର କିଛି ବ୍ୟକ୍ତି ଯୁବକଙ୍କ ଶବ ଭାସୁଥିବା ଦେଖିବାକୁ ପାଇ ଭୟଭୀତ ହୋଇ ପଡ଼ିଥିଲେ। ପୁଣି ଜୋର ଖଣ୍ଡିରେ ଉକ୍ତ ଯୁବକଙ୍କ ମଟର ସାଇକେଲ ଦେଖିବା ପରେ ପ୍ରଶାନ୍ତ ବୋଲି ଜାଣି ତୁରନ୍ତ ଘର ଲୋକଙ୍କୁ ଖବର ଦେଇଥିଲେ। ଘର ଲୋକ ଘଟଣା ସ୍ଥଳକୁ ପହଂଚି ୧୦୮ ଆମ୍ବୁଲାନ୍ସକୁ ଖବର ଦେଇ ଚିକିତ୍ସା ପାଇଁ ବିନିକା ଡାକ୍ତରଖାନାକୁ ଆଣିଥିଲେ। ଡାକ୍ତର ତାଙ୍କୁ ଦେଖି ମୃତ ଘୋଷଣା କରିଥିଲେ। ଏହି ଘଟଣା ପ୍ରଘଟ ହେବାପରେ ଯୁବ ପ୍ରେମୀ ମହଲରେ ଶୋକର ଲହରୀ ଖେଳିଯାଇଛି ।

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande