
ଭୁବନେଶ୍ୱର, 20 ଜୁନ୍ (ହି.ସ.)- ପୁଣି
ବାଲିଅନ୍ତାରେ ବାଲି ଉଠାଣକୁ କେନ୍ଦ୍ର କରି ତୁମୁଳକାଣ୍ଡ । ରାତି ଅଧିଆ ବାଲି ଚୋରା ଚାଲାଣକୁ
ସ୍ଥାନୀୟ ଲୋକଙ୍କ ବିରୋଧ । କୁଶଭଦ୍ରା ନଦୀରୁ ବାଲି ଉଠାଣ ବେଳେ ଘେରିଲେ ଗ୍ରାମବାସୀ । ଗାଁ
ଲୋକେ ଓ ବାଲି ମାଫିଆଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି । ବାଲି ବୋଝେଇ ହାଇୱା ଟ୍ରକକୁ ରାତି
ସାରା ଅଟକ ରଖିଲେ ଲୋକେ। ପରିସ୍ଥିତି ଅତି ଉତ୍ତେଜନାପୂର୍ଣ୍ଣ ହେବାରୁ ନିୟନ୍ତ୍ରଣ ପାଇଁ
ପହଞ୍ଚିଥିଲେ ବ୍ୟାପକ ପୋଲିସ ଟିମ । ୧୪ ଟି ପିସିଆର ସହ ୬ ଟି ଥାନାର ଥାନାଧିକାରୀ, ୧ ପ୍ଲାଟୁନ ଫୋର୍ସ
ପହଁଚି ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିଥିଲେ । ଶେଷରେ ବାଲି ଖାଲି କରି ହାଇୱା ଚାଲିଯିବାକୁ ବାଧ୍ୟ
ହୋଇଥିଲେ। ବାଲିଅନ୍ତା ପଞ୍ଚାୟତର ବଜାର ସାହିରେ ଏଭଳି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ପ୍ରବଳ
ଉଦବେଗ ପ୍ରକାଶ ପାଇଛି । ସ୍ଥାନୀୟ ଅଞ୍ଚଳରେ ବେଧଡକ ବାଲି ଚୋରାଚାଲାଣ ହେଉଥିବା ଅଭିଯୋଗ ହୋଇଛି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା