
ଭୁବନେଶ୍ୱର, 20 ଜୁନ୍ (ହି.ସ.)- ରାଷ୍ଟ୍ରପତି
ଦ୍ରୌପଦୀ ମୁର୍ମୁଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।
ଏନେଇ ସୋସିଆଲ ମିଡିଆ ଏକ୍ସରେ ଏକ ବାର୍ତ୍ତା ଜାରି କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଓଡ଼ିଶା
ମାଟିର ଅନନ୍ୟ ଗୌରବ, ସମଗ୍ର ରାଷ୍ଟ୍ରର
ପ୍ରେରଣା ଓ ଅଦମ୍ୟ ସଂକଳ୍ପର ପ୍ରତୀକ, ମାନ୍ୟବର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଜନ୍ମଦିନର ହାର୍ଦ୍ଦିକ ଶୁଭେଚ୍ଛା ଓ
ଅଭିନନ୍ଦନ।
ମୁଖ୍ୟମନ୍ତ୍ରୀ କହିଛନ୍ତି
ଯେ, ଆପଣଙ୍କର ଐତିହାସିକ ଜୀବନ-ଯାତ୍ରା ଭାରତୀୟ ଗଣତନ୍ତ୍ରର ଶକ୍ତି ଏବଂ ଆମ ମାତୃଶକ୍ତିର
ସର୍ବଶ୍ରେଷ୍ଠ ବିଜୟ। ସମସ୍ତ ସଂଘର୍ଷ ଓ ପ୍ରତିକୂଳତାକୁ ପରାହତ କରି ଆପଣ ଯେଉଁ ସୁଦୃଢ଼ ନେତୃତ୍ୱ ଓ ମର୍ଯ୍ୟାଦାର ସହ ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦବୀକୁ ଅଳଙ୍କୃତ କରିଛନ୍ତି,
ତାହା କୋଟି କୋଟି ଭାରତୀୟଙ୍କ ମନରେ ନୂତନ ଆତ୍ମବିଶ୍ୱାସ ଜାଗ୍ରତ କରିଛି। ଆପଣଙ୍କର ସେହି ସହଜ
ସରଳତା, ସ୍ନେହପୂର୍ଣ୍ଣ ବ୍ୟକ୍ତିତ୍ୱ ଏବଂ ମାଟି ପ୍ରତି ଥିବା ନିବିଡ଼ ଆତ୍ମୀୟତା
ପ୍ରତିଟି ଓଡ଼ିଆଙ୍କ ପାଇଁ ସଦାସର୍ବଦା ଏକ ଶ୍ରେଷ୍ଠ ଆଦର୍ଶ।
ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ
ନିକଟରେ ତାଙ୍କର ଉତ୍ତମ ସ୍ୱାସ୍ଥ୍ୟ,
ଦୀର୍ଘ ଜୀବନ ଓ ମଙ୍ଗଳ କାମନା କରିଛନ୍ତି
ମୁଖ୍ୟମନ୍ତ୍ରୀ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା