କନ୍ଧମାଳ ଜିଲ୍ଲାର ୯ ନେତା କଂଗ୍ରେସରୁ ନିଲମ୍ବିତ
ଭୁବନେଶ୍ୱର,୨୦ ଜୁନ୍ (ହି.ସ.) - ଗତ ଜୁନ୍ ୪ ତାରିଖ ଦିନ କନ୍ଧମାଳ ଜିଲ୍ଲାର ଫୁଲବାଣୀ ଠାରେ ଜିଲ୍ଲା କଂଗ୍ରେସ କମିଟି ଦ୍ୱାରା ଆୟୋଜିତ ଜିଲ୍ଲା ପରିବର୍ଦ୍ଧିତ କାର୍ଯ୍ୟକାରୀ କମିଟିର ବୈଠକରେ ଅଖିଳ ଭାରତୀୟ କଂଗ୍ରେସ କମିଟି ସମ୍ପାଦକ ଶ୍ରୀ ଜେ.ଟି. କୁସୁମକୁମାରଙ୍କ ଉପସ୍ଥିତିରେ ଦଳ ଭିତରେ ବିଶୃଙ୍ଖଳା
fh


ଭୁବନେଶ୍ୱର,୨୦ ଜୁନ୍ (ହି.ସ.) - ଗତ ଜୁନ୍ ୪ ତାରିଖ ଦିନ କନ୍ଧମାଳ ଜିଲ୍ଲାର ଫୁଲବାଣୀ ଠାରେ ଜିଲ୍ଲା କଂଗ୍ରେସ କମିଟି ଦ୍ୱାରା ଆୟୋଜିତ ଜିଲ୍ଲା ପରିବର୍ଦ୍ଧିତ କାର୍ଯ୍ୟକାରୀ କମିଟିର ବୈଠକରେ ଅଖିଳ ଭାରତୀୟ କଂଗ୍ରେସ କମିଟି ସମ୍ପାଦକ ଶ୍ରୀ ଜେ.ଟି. କୁସୁମକୁମାରଙ୍କ ଉପସ୍ଥିତିରେ ଦଳ ଭିତରେ ବିଶୃଙ୍ଖଳା ଆଚରଣ ପ୍ରଦର୍ଶନ କରିବା ସହିତ ଦଳିୟ ଶୃଙ୍ଖଳା ଭଙ୍ଗ କରିବା ଅଭିଯୋଗରେ ଜିଲ୍ଲାର ୯ କଂଗ୍ରେସ ନେତାଙ୍କୁ ଦଳରୁ ନିଲମ୍ବନ କରାଯାଇଛି। ନିଲମ୍ବିତ ନେତା ମାନେ ହେଲେ ଅମିର ଚାନ୍ଦ ନାୟକ-ଦାରିଙ୍ଗବାଡ଼ି ବ୍ଲ୍କ , ଶିବଶଙ୍କରବେହେରା -ଫୁଲବାଣୀ ମୁନିସ୍ପାଲଟି , ବଳଦେବ ବେହେରା-ଫୁଲବାଣୀ ମୁନିସ୍ପାଲଟି , ସେକ ଅବଦୁଲ ସକିର୍-ଫୁଲବାଣୀ ମୁନିସ୍ପାଲଟି , ଘନଶ୍ୟାମଶବର - ଫୁଲବାଣୀ ବ୍ଲକ , ପ୍ରକାଶ ପ୍ରଧାନ - ାଇକିଆ ବ୍ଲକ , ଜିତେନ୍ଦ୍ର ଦିଗାଲ- ନୂଆଗାଁ ବ୍ଲକ , ଗୌର ବେହେରା - ଖଜୁରିପଡ଼ା ବ୍ଲକ ଏବଂ ଅଜୟ ଦିଗଲ - ବାଲିଗୁଡ଼ା ଏନଏସି । ଓଡ଼ିଶା ପ୍ରଦେଶ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ କମିଟି ଅଧ୍ୟକ୍ଷ ସୁଜୀତ ୍କୁମାର ପାଢ଼ୀ ଏହି ସୂଚନା ଦେଇଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande