ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ରାଜ୍ୟପାଳ
ଭୁବନେଶ୍ୱର, 20 ଜୁନ୍ (ହି.ସ.)- ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ରାଜ୍ୟପାଳ ଡ.ହରିବାବୁ କମ୍ଭମପତି । ଏନେଇ ସୋସିଆଲ ମିଡିଆ ଏକ୍ସରେ ଏକ ବାର୍ତ୍ତା ଜାରି କରି ରାଜ୍ୟପାଳ କହିଛନ୍ତି ଯେ, ଜନ୍ମଦିନ ଅବସରରେ ଭାରତର ମାନନୀୟ ରାଷ୍ଟ୍ରପ
ରାଷ୍ଟ୍ରପତି ଦ୍ରୌପଦୀ     ମୁର୍ମୁଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ରାଜ୍ୟପାଳ


ଭୁବନେଶ୍ୱର, 20 ଜୁନ୍ (ହି.ସ.)- ରାଷ୍ଟ୍ରପତି

ଦ୍ରୌପଦୀ ମୁର୍ମୁଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ରାଜ୍ୟପାଳ ଡ.ହରିବାବୁ କମ୍ଭମପତି ।

ଏନେଇ ସୋସିଆଲ ମିଡିଆ ଏକ୍ସରେ ଏକ ବାର୍ତ୍ତା ଜାରି କରି ରାଜ୍ୟପାଳ କହିଛନ୍ତି ଯେ, ଜନ୍ମଦିନ ଅବସରରେ

ଭାରତର ମାନନୀୟ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଜୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ।

ରାଜ୍ୟପାଳ କହିଛନ୍ତି ଯେ, ବିନମ୍ରତା, ସଂଘର୍ଷଶୀଳତା ଏବଂ ଜନସେବା ପ୍ରତି ଅଟୁଟ ସମର୍ପଣରେ ଚିହ୍ନିତ ତାଙ୍କର ପ୍ରେରଣାଦାୟକ

ଜୀବନଯାତ୍ରା ଆଜି ଦେଶର କୋଟି କୋଟି ଲୋକଙ୍କୁ ପ୍ରେରିତ କରୁଛି। ଅବହେଳିତ ଓ ବଞ୍ଚିତ ବର୍ଗର

କଲ୍ୟାଣ ସହିତ ସମାବେଶୀ ବିକାଶ ପ୍ରତି ତାଙ୍କର ଅଦମ୍ୟ ପ୍ରତିବଦ୍ଧତା ଉତ୍କୃଷ୍ଟ ନେତୃତ୍ୱର ସର୍ବୋତ୍ତମ ମୂଲ୍ୟବୋଧକୁ ପ୍ରତିଫଳିତ କରେ।

ରାଷ୍ଟ୍ରପତି ମହୋଦୟାଙ୍କ

ସୁସ୍ୱାସ୍ଥ୍ୟ,

ସୁଖ ଓ ସମୃଦ୍ଧି କାମନା କରୁଛି,

ଏବଂ ସେ ଆଗାମୀ ଦିନଗୁଡ଼ିକରେ ଦେଶସେବାରେ ଏଭଳି ଅବଦାନ

ରଖନ୍ତୁ ବୋଲି ଶୁଭେଚ୍ଛା ଜଣାଉଛି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande