
ଭୁବନେଶ୍ୱର, 20 ଜୁନ୍ (ହି.ସ.)- ରାଷ୍ଟ୍ରପତି
ଦ୍ରୌପଦୀ ମୁର୍ମୁଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ଡ. ମୁକେଶ
ମହାଲିଙ୍ଗ । ଏନେଇ ସୋସିଆଲ ମିଡିଆ ଏକ୍ସରେ ଏକ ଶୁଭେଚ୍ଛା ବାର୍ତ୍ତା ଜାରି କରି ମନ୍ତ୍ରୀ
କହିଛନ୍ତି ଯେ, ଭାରତର ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କୁ ଜନ୍ମ ଦିନର ଅନେକ ଅନେକ
ଶୁଭେଚ୍ଛା ଓ ଅଭିନନ୍ଦନ। ମହାପ୍ରଭୁ ଶ୍ରୀ ଜଗନ୍ନାଥ ଏବଂ ମାଁ ସମଲେଶ୍ଵରୀଙ୍କ ନିକଟରେ ଆପଣଙ୍କ ସୁଖ, ସମୃଦ୍ଧି, ଉତ୍ତମ ସ୍ବାସ୍ଥ୍ୟ ଏବଂ ନିରାମୟ ଜୀବନ ପାଇଁ ପ୍ରାର୍ଥନା କରୁଛି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା