ମୁଖ୍ୟମନ୍ତ୍ରୀ , ପ୍ରଧାନମନ୍ତ୍ରୀଙ୍କ ସହ ମନ୍ତ୍ରୀ ମଣ୍ଡଳର ଇସ୍ତଫା ଦାବୀରେ ନବନିର୍ମାଣ କୃଷକ ସଂଗଠନର ବିକ୍ଷୋଭ
ଭୁବନେଶ୍ୱର, ୨୦ ଜୁନ୍ (ହି.ସ.) - ନବନିର୍ମାଣ କୃଷକ ସଂଗଠନ ତରଫରୁ ଶନିବାର ଦିନ ଓଡ଼ିଶାରେ ୨ବର୍ଷ ଓ କେନ୍ଦ୍ରରେ ୧୨ ବର୍ଷର ଡବଲ ଇଂଜିନ୍ ବିଜେପି ସରକାର ତାଙ୍କର ପ୍ରତିଶୃତି ପୂରଣ କରିବାରେ ସଂପୂର୍ଣ୍ଣ ବିଫଳ ହୋଇଥିବା ଉପଲକ୍ଷେ ସଂଗଠନର ପ୍ରତିଷ୍ଠାତା ତଥା ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାରଙ୍କ ନେତୃ
uyio7t8


ଭୁବନେଶ୍ୱର, ୨୦ ଜୁନ୍ (ହି.ସ.) - ନବନିର୍ମାଣ କୃଷକ ସଂଗଠନ ତରଫରୁ ଶନିବାର ଦିନ ଓଡ଼ିଶାରେ ୨ବର୍ଷ ଓ କେନ୍ଦ୍ରରେ ୧୨ ବର୍ଷର ଡବଲ ଇଂଜିନ୍ ବିଜେପି ସରକାର ତାଙ୍କର ପ୍ରତିଶୃତି ପୂରଣ କରିବାରେ ସଂପୂର୍ଣ୍ଣ ବିଫଳ ହୋଇଥିବା ଉପଲକ୍ଷେ ସଂଗଠନର ପ୍ରତିଷ୍ଠାତା ତଥା ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାରଙ୍କ ନେତୃତ୍ୱରେ ଏକ ବିଶାଳ ରାଲି ଓ ବିକ୍ଷୋଭ ମାଷ୍ଟର କ୍ୟାଂଟିନ ଠାରେ ଅନୁଷ୍ଠିତ ହୋଇଯାଇଛି। “ନରେନ୍ଦ୍ର ମୋଦୀ ଇସ୍ତଫା ଦିଅ, ଧର୍ମେନ୍ଦ୍ର ପ୍ରଧାନ ଇସ୍ତଫା ଦିଅ ଓ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଇସ୍ତଫା ଦିଅ” “ଓଡ଼ିଶାର ଧାରା, ବିକାଶର ନୁହେଁ- ବିନାଶର ଧାରା” ସ୍ଲୋଗାନ୍ ଇତ୍ୟାଦି ଦେଇ ଆଗକୁ ବଢ଼ିଥିଲେ।

ଲୋକଙ୍କୁ ଦେଇଥିବା ପ୍ରତିଶୃତିକୁ ପାଳନ ନକରିପାରୁଥିବା ବେଳେ ସେମାନଙ୍କୁ ଅନ୍ଧାର ଭିତରକୁ ଠେଲିଦେବା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାର ଏବଂ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସରକାର ତାଙ୍କ ମନ୍ତ୍ରୀ ମଣ୍ଡଳଙ୍କ ସହିତ ଇସ୍ତଫା ଦେଇ କ୍ଷମତାରୁ ଅପସରି ଯିବା ସେମାନଙ୍କର ନୈତିକ ଦାୟିତ୍ୱ ହେବା ଉଚିତ୍ ବୋଲି ଅକ୍ଷୟ କୁମାର ତାଙ୍କ ବକ୍ତବ୍ୟରେ କହିଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande