
ଗଞ୍ଜାମ, ୨୦ ଜୁନ୍ (ହି.ସ.)- ବ୍ରହ୍ମପୁର ବ୍ରଜନଗର ତୃତୀୟ ଲାଇନ ନିଵାସୀ ବିଶିଷ୍ଟ ଶିକ୍ଷାଵିତ୍ ଉପେନ୍ଦ୍ର ପାଣିଗ୍ରାହିଙ୍କ ପ୍ରଥମ ବାର୍ଷିକ ଶ୍ରାଦ୍ଧ ଦିବସ ଗୀତା ଭଵନ ଠାରେ ଅନୁଷ୍ଠିତ ହୋଇଯାଇଛି। ଗଞ୍ଜାମ ଜିଲ୍ଲା ଓ ଜିଲା ଵାହାରୁ ଵହୁ ଵ୍ଯକ୍ତି ବିଶେଷ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ସ୍ବର୍ଗତ ଆତ୍ମା ପ୍ରତି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ। ପରିଶେଷରେ ତାଙ୍କ ଦୁଇ ପୁତ୍ର ଅଜିତ କୁମାର ପାଣିଗ୍ରାହୀ ଓ କାହ୍ନୂଚରଣ ଚରଣ ପାଣିଗ୍ରାହୀ ଉପସ୍ଥିତ ଅତିଥିମାନଙ୍କୁ ପ୍ରସାଦ ସେବନରେ ଆପ୍ୟାୟିତ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ