
ରାଇରଙ୍ଗପୁର, ୨୧ ଜୁନ୍ (ହି.ସ.)- ଭାରତୀୟ ମଜଦୁର ସଂଘ ଦ୍ବାରା ପରିଚାଳିତ ପର୍ଯ୍ଯାବରଣ ମଂଚ ଅଖିଳ ଭାରତୀୟ ପର୍ଯ୍ଯାବରଣ ମଂଚ ବୈଠକ ଛତିଶଗଡ ଏନ୍.ଟି.ପି.ସି. ସିପତ ବିଳାସପୁର ଠାରେ ଗତ ୨୦ ଓ ୨୧ ଜୁନ ଦୁଇଦିନ ଧରି ମଙ୍ଗଳଭବନ ଠାରେ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ଯକ୍ରମରେ ୨୦ଟି ରାଜ୍ଯର ରାଜ୍ଯ ସଂଯୋଜକ ଓ ସହ-ସଂଯୋଜକ ମାନଙ୍କ ବୈଠକ ଅନୁଷ୍ଠିତ ହୋଇଥିଲା l ଏଥିରେ ଓଡିଶାର ପର୍ଯ୍ଯାବରଣ ମଂଚର ପ୍ରଦେଶ ସଂଯୋଜକ ଶ୍ରୀନିବାସ ଖୁଣ୍ଟିଆ ଓ ସହ ସଂଯୋଜକ ନିଗମାନନ୍ଦ ପଟ୍ଟନାୟକ ସହିତ ୨୦ଟି ପ୍ରଦେଶରୁ ସଂଯୋଜକମାନେ ଉପସ୍ଥିତ ଥାଇ ସୁମନ୍ତବ୍ଯ ପ୍ରଦାନ କରିଥିଲେ l ଏଥିରେ ସଭାପତିତ୍ବ କରନ୍ତି ପୂର୍ବ ଅଖିଳ ଭାରତୀୟ ସଭାପତି ହିରଣ୍ମୟ ପାଣ୍ଡିଆ, ରାଷ୍ଟୀୟ ସ୍ବୟଂ ସେବକ ସଂଘର ଛତିଶଗଡ ପ୍ରାନ୍ତ ସହ ପ୍ରଚାରକ, ଅଖିଳ ଭାରତୀୟ ସହ - ସଂଯୋଜକ ଇନାମୁଲ ହକ୍ ପ୍ରମୁଖ ମଂଚାସୀନ ଥିଲେ l ଭାରତ ବର୍ଷରେ ପର୍ଯ୍ଯାବରଣ ମଂଚ ଦ୍ବାରା ବିଭିନ୍ନ କାର୍ଯ୍ଯକ୍ରମ ମଧ୍ୟରୁ ଏକକ୍ ପ୍ଲାଷ୍ଟିକ ବନ୍ଦ, ପ୍ରଦ୍ଯୁଷଣ ରୋକିବାକୁ ବିଭିନ୍ନ ଧର୍ମ ଅନୁଷ୍ଠାନ ଓ ସ୍କୁଲ କଲେଜର ଛାତ୍ରଛାତ୍ରୀ ମାନଙ୍କୁ ନେଇ ଜାଗରଣ କରିବା, ବୁଦ୍ଧିଜିବୀ ମହଲରେ ଜନ ଜାଗରଣ କରିବା, ବୃକ୍ଷ ଲଗାଇବା ଯେତିକି ଗୁରୁତ୍ବ ଅଛି ତା ଠାରୁ ପ୍ରକୃତ ଭାବରେ ବଞ୍ଚେଇ ଦାୟିତ୍ବକୁ ଅଧିକ ଗୁରୁତ୍ବ ଦିଆଯାଇଥିଲା l ସେଥିପାଇଁ ସମସ୍ତେ ସଂକଳ୍ପ ମଧ୍ୟ ନେଇଥିଲେ l ଆଲୋଚନାର ବିଷୟ ଥିଲା ଭାରତୀୟ ମଜଦୁର ସଂଘ କେବଳ ଏକମାତ୍ର ସଂଗଠନ ଯିଏ କି ଶ୍ରମିକ ହିତ ଦୃଷ୍ଟିରୁ କାମ କରିବା ସହିତ ରାଷ୍ଟୀୟ ହିତକୁ ପ୍ରାଧାନ୍ଯ ଦେଇ ପର୍ଯ୍ଯାବରଣ ଓ ସଂରକ୍ଷଣର କାର୍ଯ୍ଯ ୧୯୯୧ ରୁ ଅଧ୍ଯାବଧି ଅନବରତ କାର୍ଯ୍ଯ କରିଆସୁଅଛି l
ଏହି କାର୍ଯ୍ଯକ୍ରମରେ ଏନ.ଟି.ପି.ସି. ସିପଥ କଲୋନୀ ଠାରେ ବୁକ୍ଷରୋପଣ କରାଯାଇଥିଲା l ଦ୍ବିତୀୟ ଦିନ ପ୍ରାତଃ ୬ଟା ସମୟରେ ଏନ.ଟିପି.ସି. ଷ୍ଟାଡିୟମ ଠାରେ ସମସ୍ତ କାର୍ଯ୍ଯକର୍ତ୍ତା ଯୋଗ ଦିବସ କାର୍ଯ୍ଯକ୍ରମରେ ସାମିଲ ହୋଇଥିଲେ l ଅଖିଳ ଭାରତୀୟ ସହ ସଂଯୋଜକ ଇନାମୁଲ ହକ୍ ଆଗାମୀ ଅଗଷ୍ଟ ୨୮ ତାରିଖ ରାଷ୍ଟୀୟ ପର୍ଯ୍ଯାବରଣ ଦିବସରେ ସର୍ବନିମ୍ନ ୫ଟି ଗଛ ଲଗାଇବା ପାଇଁ ସୁଚାଇଥିଲେ l ସେହିପରି ଏକକ୍ ପ୍ଲାଷ୍ଟିକ, ବାୟୁ ଓ ଜଳ ପ୍ରଦ୍ଯୁଷଣ ରୋକିବା ପାଇଁ ବୁଦ୍ଧିଜିବୀ ମହଲରେ ସଂଘୋଷ୍ଟି କରିବା ଓ ରାଜ୍ଯ ସରକାରଙ୍କୁ ଏହାର ନିଦାନ ପାଇଁ ପ୍ରତ୍ରାଚାର କରିବା ପାଇଁ ନିଷ୍ପତ୍ତି ନେଇଥିଲେ l ପରିଶେଷରେ ସମସ୍ତ କାର୍ଯ୍ଯକର୍ତ୍ତା ତଥା କାର୍ଯ୍ଯକ୍ରମକୁ ସଫଳ କରିଥିବା ସମସ୍ତଙ୍କୁ ଧନ୍ଯବାଦ ଦେଇ ସଭା ସାଙ୍ଗ କରାଯାଇଥିଲା l
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ