
ଜୟପୁର, ୨୧ ଜୁନ୍ (ହି.ସ.)- ଓଡ଼ିଶା ଅମଲା ସଂଘ ର ପ୍ରତିଷ୍ଠା ଦିବସ ଧୁମ୍ ଧାମରେ ପାଳନ କରିବା ନିମନ୍ତେ ଜୟପୁର ଯାଦବ ଭବନ ଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି l ଓଡ଼ିଶା ଅମଲା ସଂଘ କୋରାପୁଟ ଜିଲ୍ଲା ଶାଖା ସଂଗଠନିକ ସମ୍ପାଦକ ତଥା ରାଜ୍ୟ ଖଣ୍ଡିୟ ସମ୍ପାଦକ ଓଡ଼ିଶା ଅମଲା ସଂଘଙ୍କ କୈଳାଶ ସାମନ୍ତରା ଆୟୋଜିତ ବୈଠକ ରେ ମୁଖ୍ୟଅତିଥିଭାବେ ଓଡ଼ିଶା ଅମଲା ସଂଘ ର ଅତିରିକ୍ତ ସାଧାରଣ ସମ୍ପାଦକ ଶଶୀ ଭୂଷଣ ଦାସ ଯୋଗଦାନ କରିଥିଲେ lଓଡ଼ିଶା ଅମଲା ସଂଘ କୋରାପୁଟ ଜିଲ୍ଲା ଶାଖା ସଭାପତି ଜଗନ୍ନାଥ ମାଝୀ , ଓଡ଼ିଶା ଅମଲା ସଂଘ କୋରାପୁଟ ଜିଲ୍ଲା ଶାଖାର ଯୁଗ୍ମ ସମ୍ପାଦକ ରାଜେନ୍ଦ୍ର ନାରାୟଣ ପଢ଼ି ଅତିଥି ଭାବେ ଯୋଗଦେଇ ନିଜ ନିଜର ଅଭିଭାଷଣ ପ୍ରଦାନ କରିଥିଲେ l ପୂର୍ବ ବର୍ଷ ଭଳି ଏହି ବର୍ଷ ମଧ୍ୟ ଓଡ଼ିଶା ଅମଲା ସଂଘର ୮୩ ବର୍ଷ ପୁର୍ତି ଉତ୍ସବ ତା ୧୯.୦୭.୨୦୨୬ ରିଖ ଦିନ ସଙ୍ଗମ୍ କଲ୍ୟାଣ ମଣ୍ଡପ ଜୟନଗର ଜୟପୁର ଠାରେ ଧୁମ୍ ଧାମରେ ପାଳନ କରିବା ନିମନ୍ତେ ସମସ୍ତେ ମତାମତ ପ୍ରଦାନ କରିଥିଲେ lପୁର୍ବ ବର୍ଷ ଠାରୁ ଆହୁରି ଧୁମ୍ ଧାମରେ ପାଳନ କରିବା ନିମନ୍ତେ ସ୍ଥିର କରାଯାଇଥିଲା lକୋରାପୁଟ ଜିଲ୍ଲା ର ଆଦିବାସୀ ସଙ୍ଗୀତ ନୃତ୍ୟ, ଆରାଧନା ଗୃପ୍ ଦ୍ବାରା ସଙ୍ଗିତ ନୃତ୍ୟ କାର୍ଯ୍ୟକ୍ରମ ଓ ସୁନାମ ଧନ୍ୟ ଓଡିଶି ନୃତ୍ୟଶିଳ୍ପୀ ଙ୍କ ଦ୍ଵାରା ଓଡିଶି ନୃତ୍ୟ ପରିବେଷଣ ସହିତ ମନୋରଞ୍ଜନର କାର୍ଯ୍ୟକ୍ରମ ଆୟୋଜନ କରିବା ନିମନ୍ତେ ସ୍ଥିର ହୋଇଥିଲା lଉକ୍ତ କାର୍ଯ୍ୟକ୍ରମରେ ବରିଷ୍ଠ ସଦସ୍ୟ ସୁଦର୍ଶନ ସାହୁ, ତ୍ରିନାଥ ପଣ୍ଡା , ଓଡ଼ିଶା ଅମଲା ସଂଘ କୋରାପୁଟ ଜିଲ୍ଲା ଶାଖା ପୂର୍ବତନ ସମ୍ପାଦକ ସଞ୍ଜୟ କୁମାର ପଣ୍ଡା , କୋଷାଧକ୍ଷ ନାଗେଶ୍ଵର ରାଓ , ଉପ ସଭାପତି ରଜନିକାନ୍ତ ଘଡେ଼ଇ, ଶ୍ରୀ ବାଳ ଗୋପାଳ ମୀଶ୍ର ଙ୍କ ସମେତ ବହୁ ସଦସ୍ୟ ଯୋଗଦାନ କରିଥିଲେ l
ହିନ୍ଦୁସ୍ଥାନ ସମାଚାର / ପିକେପି