
ଭୁବନେଶ୍ୱର, 21 ଜୁନ (ହି.ସ.)ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ପକ୍ଷରୁ ଉତ୍ସାହ ଓ ଉଦ୍ଦୀପନାର ସହିତ ଯୋଗ ଦିବସ ପାଳନ କରାଯାଇଛି। ଏହି ଅବସରରେ ବହୁ ସଂଖ୍ୟକ ଅଧିକାରୀ, କର୍ମଚାରୀ ଏବଂ ଯୋଗପ୍ରେମୀ ଅଂଶଗ୍ରହଣ କରି ସାମୂହିକ ଯୋଗାଭ୍ୟାସ କରିଥିଲେ।
କାର୍ଯ୍ୟକ୍ରମରେ ଯୋଗର ଶାରୀରିକ ସୁସ୍ଥତା, ମାନସିକ ସ୍ୱାସ୍ଥ୍ୟ ଏବଂ ସର୍ବାଙ୍ଗୀଣ ବିକାଶ କ୍ଷେତ୍ରରେ ଥିବା ଗୁରୁତ୍ୱ ଉପରେ ବିଶେଷ ଆଲୋକପାତ କରାଯାଇଥିଲା। ନିୟମିତ ଯୋଗାଭ୍ୟାସ ଦ୍ୱାରା ଶରୀର ଓ ମନ ସୁସ୍ଥ ରହିବା ସହିତ ଜୀବନଶୈଳୀରେ ସକାରାତ୍ମକ ପରିବର୍ତ୍ତନ ଆସିଥାଏ ବୋଲି ବକ୍ତାମାନେ ମତ ପ୍ରକାଶ କରିଥିଲେ।
ଏହି ଅବସରରେ ଯୋଗକୁ ଦୈନନ୍ଦିନ ଜୀବନର ଅଂଶ ଭାବେ ଗ୍ରହଣ କରିବା ପାଇଁ ସମସ୍ତଙ୍କୁ ଆହ୍ୱାନ କରାଯାଇଥିଲା। ଏହା ଏକ ସୁସ୍ଥ, ସନ୍ତୁଳିତ ଏବଂ ସଚେତନ ସମାଜ ଗଠନରେ ସହାୟକ ହେବ ବୋଲି ବିଏମସି ପକ୍ଷରୁ କୁହାଯାଇଛି।
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ