ଭବାନୀପାଟଣା ସହରରେ ବୁଲୁଛି ଭାଲୁ, ଉଦ୍ଧାର ପାଇଁ ବନ ବିଭାଗର ଉଦ୍ୟମ ଜାରି
ଭବାନୀପାଟଣା, ୨୧ ଜୁନ୍ (ହି.ସ.)- କଳାହାଣ୍ଡି ଜିଲା ଭବାନୀପାଟଣା ସହରକୁ ଗତକାଲି ରାତିରେ ଜଙ୍ଗଲୀ ଭାଲୁ ପଶିଆସିବା ଯୋଗୁ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଭୟ ପ୍ରକାଶ ପାଇଛି । ସହରର ଜନବସତି ଅଂଚଳରେ ଏହି ଭାଲୁଟି ମୁକ୍ତ ଭାବେ ବୁଲୁଥିବା ଦେଖିବାକୁ ମିଳିଛି । ସୂଚନା ଅନୁଯାୟୀ, ଗତକାଲି ରାତିରେ ଭବା
ଦେୱାନ ସାହେବ ପଡା, ଭବାନୀପାଟଣାରେ ଭାଲୁ ବୁଲୁଛି


ଭବାନୀପାଟଣା, ୨୧ ଜୁନ୍ (ହି.ସ.)- କଳାହାଣ୍ଡି ଜିଲା ଭବାନୀପାଟଣା ସହରକୁ ଗତକାଲି ରାତିରେ ଜଙ୍ଗଲୀ ଭାଲୁ ପଶିଆସିବା ଯୋଗୁ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଭୟ ପ୍ରକାଶ ପାଇଛି । ସହରର ଜନବସତି ଅଂଚଳରେ ଏହି ଭାଲୁଟି ମୁକ୍ତ ଭାବେ ବୁଲୁଥିବା ଦେଖିବାକୁ ମିଳିଛି ।

ସୂଚନା ଅନୁଯାୟୀ, ଗତକାଲି ରାତିରେ ଭବାନୀପାଟଣା ସହରର ବାପୁଜୀ ସ୍କୁଲ ନିକଟରେ ରହୁଥିବା ଅବସରପ୍ରାପ୍ତ ଜିଲ୍ଲା ଜଜ୍ ଉଦୟଭାନୁ ଜେନାଙ୍କ ବାସଭବନ ହତା ଭିତରକୁ ହଠାତ୍ ଏହି ଜଙ୍ଗଲୀ ଭାଲୁଟି ପଶିଯାଇଥିଲା । ଘର ବଗିଚାରେ ଭାଲୁକୁ ଦେଖି ପରିବାର ଲୋକେ ଓ ସ୍ଥାନୀୟ ଅଂଚଳବାସୀ ଭୟଭୀତ ହୋଇପଡ଼ିଥିଲେ । ତେବେ କିଛି ସମୟ ପରେ ଭାଲୁଟି ସେହି ସ୍ଥାନ ଅତିକ୍ରମ କରି ଦେୱାନ ସାହେବ ପଡ଼ା ମେଡ଼ିକାଲ ପଛପଟକୁ ଚାଲିଯାଇଥିଲା । ବର୍ତମାନ ଭାଲୁଟି ସମ୍ପୃକ୍ତ ଅଂଚଳରେ ବୁଲୁଥିବା ଜଣାପଡିଛି ।

ଅନ୍ୟପକ୍ଷରେ ଭବାନୀପାଟଣା ସହର ଭିତରକୁ ଭାଲୁ ପଶିବା ଖବର ପାଇ ବନ ବିଭାଗ ତତ୍ପର ହୋଇଉଠିଛି । ବନ୍ୟପ୍ରାଣୀ ବିଭାଗର ଏକ ସ୍ୱତନ୍ତ୍ର ଟିମ୍ ଘଟଣାସ୍ଥଳରେ ପହଂଚି ଭାଲୁଟିକୁ ସୁରକ୍ଷିତ ଭାବେ କାବୁ କରିବା ପାଇଁ ଜାଲ ଓ ଅନ୍ୟାନ୍ୟ ସରଞ୍ଜାମ ସହ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି । ଭାଲୁଟି ଜନଗହଳିପୂର୍ଣ୍ଣ ଅଂଚଳରେ ଥିବାରୁ ସ୍ଥାନୀୟ ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । ଏପରିକି ଲୋକେ ଭାଲୁଟିକୁ ଘଉଡ଼ାଇବା ପାଇଁ ଚେଷ୍ଟା ନକରି ତା’ର ଗତିବିଧି ଉପରେ ନଜର ରଖିବାକୁ ପରାମର୍ଶ ଦେଇଛି ବନ ବିଭାଗ ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande