
ଭୁବନେଶ୍ୱର, 21 ଜୁନ (ହି.ସ.) ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରଖ୍ୟାତ ଲେଖକ ସୁରେନ୍ଦ୍ର ମହାନ୍ତିଙ୍କୁ ଜୟନ୍ତୀରେ ଶ୍ରଦ୍ଧାଂଜଳି ଅର୍ପଣ କରିଛନ୍ତି ।
ସେ ସୋସିଆଲ ମିଡିଆରେ ଲେଖିଛନ୍ତି, ବରିଷ୍ଠ ରାଜନେତା, ପ୍ରଖ୍ୟାତ ଲେଖକ ଓଡ଼ିଆ ସାହିତ୍ୟ ଜଗତର ବରେଣ୍ୟ ସ୍ରଷ୍ଟା ସୁରେନ୍ଦ୍ର ମହାନ୍ତିଙ୍କ ଜୟନ୍ତୀରେ ଭକ୍ତିପୂତ ପ୍ରଣାମ। ତାଙ୍କର ସାହିତ୍ୟ ସାଧନା ଓ ସୃଜନଶୀଳ ପ୍ରତିଭା ଓଡ଼ିଆ ଭାଷା ଓ ସଂସ୍କୃତିକୁ ସମୃଦ୍ଧ କରିବା ସହ ଏକ ନୂତନ ଦିଗ ପ୍ରଦାନ କରିଥିଲା। ତାଙ୍କର କାଳଜୟୀ କୃତି ଓ ଦୂରଦର୍ଶୀ ଚିନ୍ତାଧାରା ସର୍ବଦା ଆଗାମୀ ପିଢ଼ି ପାଇଁ ପ୍ରେରଣାର ଉତ୍ସ ହୋଇ ରହିବ।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ