ଦିବ୍ୟାଙ୍ଗଜନଙ୍କ ପାଇଁ ଦକ୍ଷତା ବିକାଶ, ପୁନର୍ବାସ ଓ ସଶକ୍ତିକରଣ କେନ୍ଦ୍ରର ଆନ୍ତର୍ଜାତିକ ଯୋଗ ଦିବସ ପାଳନ
ଯୋଗ ମାଧ୍ୟମରେ ବାର୍ଦ୍ଧକ୍ୟ ନିୟନ୍ତ୍ରଣ ଓ ସୁସ୍ଥ ଜୀବନ ଉପରେ ସଚେତନତା କାର୍ଯ୍ୟକ୍ରମ ବଲାଙ୍ଗୀର, ୨୧ ଜୁନ୍(ହି.ସ.) – ଦିବ୍ୟାଙ୍ଗଜନଙ୍କ ପାଇଁ ଦକ୍ଷତା ବିକାଶ, ପୁନର୍ବାସ ଓ ସଶକ୍ତିକରଣ କେନ୍ଦ୍ର (ସିଆର୍ସିଏସ୍ଆଇ), ବଲାଙ୍ଗିର ପକ୍ଷରୁ ଆନ୍ତର୍ଜାତୀୟ ଯୋଗ ଦିବସ ଉତ୍ସାହ ଓ ଆନନ୍ଦର ସହିତ ପାଳନ କରାଯାଇ
ଦିବ୍ୟାଙ୍ଗଜନଙ୍କ ପାଇଁ ଦକ୍ଷତା ବିକାଶ, ପୁନର୍ବାସ ଓ ସଶକ୍ତିକରଣ କେନ୍ଦ୍ର ର ଆନ୍ତର୍ଜାତିକ ଯୋଗ ଦିବସ ପାଳନ


ଯୋଗ ମାଧ୍ୟମରେ ବାର୍ଦ୍ଧକ୍ୟ ନିୟନ୍ତ୍ରଣ ଓ ସୁସ୍ଥ ଜୀବନ ଉପରେ ସଚେତନତା କାର୍ଯ୍ୟକ୍ରମ

ବଲାଙ୍ଗୀର, ୨୧ ଜୁନ୍(ହି.ସ.) – ଦିବ୍ୟାଙ୍ଗଜନଙ୍କ ପାଇଁ ଦକ୍ଷତା ବିକାଶ, ପୁନର୍ବାସ ଓ ସଶକ୍ତିକରଣ କେନ୍ଦ୍ର (ସିଆର୍ସିଏସ୍ଆଇ), ବଲାଙ୍ଗିର ପକ୍ଷରୁ ଆନ୍ତର୍ଜାତୀୟ ଯୋଗ ଦିବସ ଉତ୍ସାହ ଓ ଆନନ୍ଦର ସହିତ ପାଳନ କରାଯାଇଥିଲା। ଏହି ଅବସରରେ ସିଆରସିଏସଆଇ ବଲାଙ୍ଗୀର ପରିସରରୁ ବାଇପାସ୍ ଛକ ପର୍ଯ୍ୟନ୍ତ ଏକ ମିନି ମାରାଥନ୍ ଆୟୋଜନ କରାଯାଇଥିଲା। ଏହି ମାରାଥନ୍ ମାଧ୍ୟମରେ ସ୍ୱାସ୍ଥ୍ୟ ସଚେତନତା, ନିୟମିତ ବ୍ୟାୟାମ ଓ ଯୋଗକୁ ଦୈନନ୍ଦିନ ଜୀବନର ଅଂଶ କରିବା ପାଇଁ ସନ୍ଦେଶ ଦିଆଯାଇଥିଲା। ଏହି କାର୍ଯ୍ୟକ୍ରମରେ ରୋଗୀ, ଯତ୍ନଦାତା, ଛାତ୍ରଛାତ୍ରୀ, ପ୍ରଫେସର, ଅଧ୍ୟାପକ, କର୍ମଚାରୀ ଓ କେନ୍ଦ୍ରର ସଦସ୍ୟମାନେ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମରେ ଯୋଗ ଗୁରୁ ରାଜ କିଶୋର ଶତପଥୀ ଉପସ୍ଥିତ ହୋଇ “ବାର୍ଦ୍ଧକ୍ୟ ନିୟନ୍ତ୍ରଣ ଓ ସୁସ୍ଥ ଜୀବନ ପାଇଁ ଯୋଗ” ବିଷୟରେ ବିସ୍ତୃତ ଆଲୋଚନା କରିଥିଲେ। ସେ ଦୈନନ୍ଦିନ ଜୀବନରେ ଯୋଗର ଆବଶ୍ୟକତା, ଶାରୀରିକ ସୁସ୍ଥତା, ମାନସିକ ଶାନ୍ତି, ଚାପ ହ୍ରାସ, ଶରୀରର ଲଚିଳାପଣ ଏବଂ ସୁସ୍ଥ ଜୀବନଶୈଳୀ ବିଷୟରେ ସଚେତନ କରାଇଥିଲେ। ପ୍ରତିଦିନ ଯୋଗ ଅଭ୍ୟାସ ଦ୍ୱାରା ଯତ୍ନଦାତା, ଛାତ୍ରଛାତ୍ରୀ ଓ କର୍ମଜୀବୀ ସମସ୍ତଙ୍କ ପାଇଁ କିପରି ଉପକାରୀ ହୋଇପାରିବ, ସେ ବିଷୟରେ ମଧ୍ୟ ଯୋଗ ଗୁରୁ ମତାମତ ରଖିଥିଲେ। ଏହି କାର୍ଯ୍ୟକ୍ରମ ଗୁରବକ୍ଷ ଚାନ୍ଦ ଜାଗୋଟା, ନିର୍ଦ୍ଦେଶକ, ସିଆର୍ସିଏସ୍ଆଇଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଥିଲା। ଦୀପକ କୁମାର ନାୟକ, ପ୍ରଶାସନିକ ଅଧିକାରୀ ଓ କର୍ମଚାରୀ ଶମ୍ଭୁ ସାହୁ ମଧ୍ୟ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମର ସମନ୍ୱୟ ଓ ପରିଚାଳନା ପୁନର୍ବାସ ଅଧିକାରୀ ସୌମ୍ୟ ଶେଖର ପାଣିଗ୍ରାହୀଙ୍କ ଦ୍ୱାରା କରାଯାଇଥିଲା। ତାଙ୍କର ସୂଚାରୁ ପରିଚାଳନାରେ କାର୍ଯ୍ୟକ୍ରମ ସଫଳତାର ସହିତ ସମ୍ପନ୍ନ ହୋଇଥିଲା। ଶେଷରେ ଶ୍ରୀ ପାଣିଗ୍ରାହୀ ଧନ୍ୟବାଦ ଜ୍ଞାପନ କରି ଯୋଗ ଗୁରୁ, ଅତିଥିବୃନ୍ଦ, କର୍ମଚାରୀ ଓ ସମସ୍ତ ଅଂଶ ଗ୍ରହଣ କାରୀଙ୍କୁ କୃତଜ୍ଞତା ଜଣାଇଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande