ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ ତରଫରୁ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ
ଚମ୍ପୁଆ, ୨୧ ଜୁନ୍ (ହି.ସ.)- ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ବୌଦ୍ଧିକ ମଣ୍ଡପଠାରେ ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ ତରଫରୁ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଚମ୍ପୁଆ ଖଣ୍ଡ କାର୍ଯ୍ଯବାହ ଦୁଷ୍ମନ୍ତ କୁମାର ମହାନ୍ତ ଯୋଗ ଶିକ୍ଷା ପ୍ରଦାନ କରିଥିଲେ । ଏଥିରେ ବନବାସୀ କଲ୍
ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ ତରଫରୁ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ


ଚମ୍ପୁଆ, ୨୧ ଜୁନ୍ (ହି.ସ.)- ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ବୌଦ୍ଧିକ ମଣ୍ଡପଠାରେ ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ ତରଫରୁ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଚମ୍ପୁଆ ଖଣ୍ଡ କାର୍ଯ୍ଯବାହ ଦୁଷ୍ମନ୍ତ କୁମାର ମହାନ୍ତ ଯୋଗ ଶିକ୍ଷା ପ୍ରଦାନ କରିଥିଲେ । ଏଥିରେ ବନବାସୀ କଲ୍ୟାଣ ଆଶ୍ରମର ଓଡ଼ିଶା ପ୍ରାନ୍ତ ପ୍ରକଳ୍ପ ପ୍ରମୁଖ ମହୀରାମ ମହାନ୍ତ ଯୋଗ ଦେଇ ନିରୋଗ ରହିବାର ଆଧାର ହିଁ ଯୋଗ ଓ ଏହାର ବିଶ୍ଵ ସ୍ତରରେ ପ୍ରଭାବ ସମ୍ପର୍କରେ ସ୍ୱୟଂ ସେବକ ମାନଙ୍କୁ ଅବଗତ କରିଥିଲେ ।

ଏଥିରେ ସ୍ୱୟଂ ସେବକ ଗଙ୍ଗାଧର କର, ରମାକାନ୍ତ ପ୍ରଧାନ, ଧରଣୀଧର ଦାସ, ବିଷ୍ଣୁ ଚରଣ ବାରିକ, କାର୍ତ୍ତିକ ସାହୁ, ରାଜେଶ ଆଚାର୍ଯ୍ୟ, ଚିତ୍ତରଞ୍ଜନ ମହାନ୍ତ, ବୃନ୍ଦାବନ ରାମ, ଭାସ୍କର ଚନ୍ଦ୍ର ମହାକୁଡ଼, ସରୋଜ କୁମାର ପାତ୍ର, ଅମିତ୍ ରାମ, ରବିନ କୁମାର ମହାନ୍ତ, ସୋମନାଥ ମହାନ୍ତ, ସିଦ୍ଧାର୍ଥ ମହାନ୍ତ, ତରଣୀସେନ ମହାନ୍ତ ଆଦି ଯୋଗ ଦେଇ ଯୋଗ ଅଭ୍ୟାସ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / Trinath Mahanta


 rajesh pande