ଚମ୍ପୁଆ କୋର୍ଟ ପରିସରରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ : ଯୋଗ ଦ୍ଵାରା ଶରୀର ଓ ମନ ସୁସ୍ଥ ରହେ
ଚମ୍ପୁଆ, ୨୧ ଜୁନ୍ (ହି.ସ.)- ଚମ୍ପୁଆ କୋର୍ଟ ପରିସରରେ ଅନ୍ତର୍ଜାତୀୟ ଯୋଗ ଦିବସ ବେଶ୍ ଉତ୍ସାହର ସହ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ଏଡିଜେ ପ୍ରଣୟ କୁମାର ଦାଶଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା। ଯୋଗ ଦିବସ ଅବସରରେ କୋର୍ଟର ସମସ୍ତ ବିଚାରପତି ଓ କର୍ମଚାରୀମାନେ ଏକାଠି ହୋଇ ଯୋଗାଭ
ଚମ୍ପୁଆ କୋର୍ଟ ପରିସରରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ : ଯୋଗ ଦ୍ଵାରା ଶରୀର ଓ ମନ ସୁସ୍ଥ ରହେ


ଚମ୍ପୁଆ, ୨୧ ଜୁନ୍ (ହି.ସ.)- ଚମ୍ପୁଆ କୋର୍ଟ ପରିସରରେ ଅନ୍ତର୍ଜାତୀୟ ଯୋଗ ଦିବସ ବେଶ୍ ଉତ୍ସାହର ସହ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ଏଡିଜେ ପ୍ରଣୟ କୁମାର ଦାଶଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା। ଯୋଗ ଦିବସ ଅବସରରେ କୋର୍ଟର ସମସ୍ତ ବିଚାରପତି ଓ କର୍ମଚାରୀମାନେ ଏକାଠି ହୋଇ ଯୋଗାଭ୍ୟାସ କରିଥିଲେ।ଏହି ସମାରୋହରେ ଅନ୍ୟମାନଙ୍କ ମଧ୍ୟରେ ସବଜଜ ଜିତେନ୍ଦ୍ର ଦାସ, ଏସଡିଜେଏମ ସାଧଞ୍ଜୀତ ପଣ୍ଡା, ବରିଷ୍ଠ ଓକିଲ ରମେଶ ଚନ୍ଦ୍ର ପ୍ରଧାନ, ରମେଶ ଗିରୀ, ବିଷ୍ଣୁ ପାଣି, ଏବଂ ବିଷ୍ଣୁ ରାଠୋର ପ୍ରମୁଖ ଉପସ୍ଥିତ ରହି ଯୋଗର ମହତ୍ତ୍ୱ ଉପରେ ଆଲୋକପାତ କରିଥିଲେ।

ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମକୁ ରାମକୃଷ୍ଣ ଜିତ ସଫଳତାର ସହ ପରିଚାଳନା କରିଥିଲେ। ଉପସ୍ଥିତ ଅତିଥିମାନେ ପ୍ରତିଦିନ ଜୀବନରେ ଯୋଗକୁ ସାମିଲ କରି ସୁସ୍ଥ ଓ ନିରୋଗ ରହିବା ପାଇଁ ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ।

ହିନ୍ଦୁସ୍ଥାନ ସମାଚାର / Trinath Mahanta


 rajesh pande