ଚିନ୍ମୟ ଅମୃତ ବାହିନୀ ସମ୍ବର୍ଦ୍ଧନା ସଭା
ଗଞ୍ଜାମ, ୨୧ ଜୁନ୍ (ହି.ସ.)- ଚିନ୍ମୟ ମିଶନ୍ ବ୍ରହ୍ମପୁର ତରଫରୁ ହୀରକ ଜୟନ୍ତୀ ଅବସରରେ ଚିନ୍ମୟ ଅମୃତ ବାହିନୀର ସମ୍ବର୍ଦ୍ଧନା ସଭା ମହାରାଜା କୃଷ୍ଣ ଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟର ଠାରେ ଚିନ୍ମୟ ମିଶନ ମୁଖ୍ୟ ସ୍ୱାମୀ ସଦାଶିବାନାନ୍ଦାଜିଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆୟୋଜିତ ହୋଇଥିଲା | ଏହି କ
Mj


ଗଞ୍ଜାମ, ୨୧ ଜୁନ୍ (ହି.ସ.)- ଚିନ୍ମୟ ମିଶନ୍ ବ୍ରହ୍ମପୁର ତରଫରୁ ହୀରକ ଜୟନ୍ତୀ ଅବସରରେ ଚିନ୍ମୟ ଅମୃତ ବାହିନୀର ସମ୍ବର୍ଦ୍ଧନା ସଭା ମହାରାଜା କୃଷ୍ଣ ଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟର ଠାରେ ଚିନ୍ମୟ ମିଶନ ମୁଖ୍ୟ ସ୍ୱାମୀ ସଦାଶିବାନାନ୍ଦାଜିଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆୟୋଜିତ ହୋଇଥିଲା | ଏହି କାର୍ଯ୍ୟକ୍ରମକୁ ସର୍ବଭାରତୀୟ ଚିନ୍ମୟ ଯୁବକେନ୍ଦ୍ରର ଉପଦେଷ୍ଟା ପୂଜ୍ୟ ସ୍ବାମୀ ମିତ୍ରାନନ୍ଦଜୀ ଉଦଘାଟନ କରି ସ୍ବାମୀ ଚିନ୍ମୟାନନ୍ଦଙ୍କୁ ଜଣେ ରାଷ୍ଟ୍ରଋଷି ଭାବରେ ପ୍ରତିପାଦନ କରିଥିଲେ| ଚିନ୍ମୟ ମିଶନ୍ ଓଡ଼ିଶାର ପ୍ରାନ୍ତୀୟ ମୁଖ୍ୟ ପୂଜ୍ୟ ସ୍ବାମୀ ସଦାନନ୍ଦଜୀ ମହାରାଜ, ଦିବ୍ୟ ଜୀବନସଂଘର ବରିଷ୍ଠ ସ୍ବାମୀ ଶିବ ଚିଦାନନ୍ଦଜୀ ଓ ଚିନ୍ମୟ ମିଶନ୍ ରାଉରକେଲାର ଆଚାର୍ଯ୍ୟ ସ୍ୱ।ମୀ ନିର୍ ଲିପ୍ତାନନ୍ଦଜୀଙ୍କ ସମେତ ପାରଳାଖେମୁଣ୍ଡି, ସ୍ବାମୀ ନିଗମାନନ୍ଦଜୀ, କଟକ ଜଗତପୁର ରାଉରକେଲା, ଜଟଣୀ,ଦେବଗଡର ପୂରୀ, କୋଇମ୍ବାତୁର, ଥିରୁବନ୍ତାପୁର ର ସ୍ୱାମୀଜୀ ଓ ସ୍ୱାମୀନୀଙ୍କ ସମେତ ଚିନ୍ମୟ ଯୁବା ବାହିନୀ ସଦସ୍ୟବୃନ୍ଦ ଯୋଗଦେଇଥିଲେ|

ଚିନ୍ମୟ ମିଶନ୍ ବ୍ରହ୍ମପୁରର ସଭାପତି ଇଂ. ଜଗନ୍ନାଥ ପାଢ଼ୀ, ସମ୍ପାଦକ ତରୁଣ ପାଢ଼ୀ, କୋଷାଧ୍ୟକ୍ଷ ଅଖିଳ ପାତ୍ର, ଇଂ.ସୂର୍ଯକାନ୍ତ ପଣ୍ଡା, ସୁରେଶ ପଣ୍ଡା, ପବିତ୍ର ମୋହନ ପଣ୍ଡା, ଶ୍ରୀ ପୁରୁଷୋତ୍ତମ ଦାସ,କିର୍ତନ ସାହୁ, ପ୍ରକାଶ ପାଣିଗ୍ରାହୀ,ଅନିଲ କୁମାର ପାତ୍ର, ସୁବାସ ଦାସ, ସୁଚିତ୍ରା ବେହେରା,ଗୀତାଞ୍ଜଳି ସାହୁ, ସରିତା ଶତପଥୀ,ଅନିତା ପାଢ଼ୀ, ସିମାଚଳ ପାଣିଗ୍ରାହୀ, ଅଶ୍ୱିନୀ ରାଉତ ଓ ଯୁବ କେନ୍ଦ୍ରର ଅନେକ ସଦସ୍ୟ ଉପସ୍ଥିତ ଥିଲେ।

ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଚିନ୍ମୟ ମିଶନ୍ ବ୍ରହ୍ମପୁରର ଉପଦେଷ୍ଟା ଡା. ସଙ୍କର୍ସଣ ପାତ୍ର। ଏହି କାର୍ଯ୍ୟକ୍ରମରେ ତିନି ଶତରୁ ଅଧିକ ଚିନ୍ମୟ ପ୍ରେମୀ ଭକ୍ତଯୋଗଦାନ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande