ଡାରୱିନ୍ ମହାବିଦ୍ୟାଳୟ ପରିସରରେ ଆନ୍ତର୍ଜାତୀୟ ଯୋଗ ଦିବସ ଅନୁଷ୍ଠିତ
ମାଲକାନଗିରି,୨୧ ଜୁନ୍ (ହି.ସ.)ଖଇରପୁଟ ବ୍ଲକ ଅନ୍ତର୍ଗତ ଡାରୱିନ୍ ସ୍ମାରକୀ ସ୍ନାତକ ମହାବିଦ୍ୟାଳୟ, କୁଡୁମୁଲୁଗୁମ୍ମା ପରିସରରେ ଆନ୍ତର୍ଜାତୀୟ ଯୋଗ ଦିବସ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଯୋଗ ପ୍ରଶିକ୍ଷକ ଭଗବାନ ସାହୁ ଯୋଗ ଦେଇଥିଲା ବେଳେ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଅଶୋକ କୁମାର ପ୍ରଧାନ
ଡାରୱିନ୍ ମହାବିଦ୍ୟାଳୟ ପରିସରରେ ଆନ୍ତର୍ଜାତୀୟ ଯୋଗ ଦିବସ ଅନୁଷ୍ଠିତ


ଡାରୱିନ୍ ମହାବିଦ୍ୟାଳୟ ପରିସରରେ ଆନ୍ତର୍ଜାତୀୟ ଯୋଗ ଦିବସ ଅନୁଷ୍ଠିତ


ମାଲକାନଗିରି,୨୧ ଜୁନ୍ (ହି.ସ.)ଖଇରପୁଟ ବ୍ଲକ ଅନ୍ତର୍ଗତ ଡାରୱିନ୍ ସ୍ମାରକୀ ସ୍ନାତକ ମହାବିଦ୍ୟାଳୟ, କୁଡୁମୁଲୁଗୁମ୍ମା ପରିସରରେ ଆନ୍ତର୍ଜାତୀୟ ଯୋଗ ଦିବସ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଯୋଗ ପ୍ରଶିକ୍ଷକ ଭଗବାନ ସାହୁ ଯୋଗ ଦେଇଥିଲା ବେଳେ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଅଶୋକ କୁମାର ପ୍ରଧାନ, ଓଡ଼ିଆ ଅଧ୍ୟାପିକା ସଞ୍ଜିତା ଖୋସଲା,ଏନ୍ ଏସ୍ ଏସ୍ କାର୍ଯ୍ୟକ୍ରମ ଅଧିକାରୀ ତଥା ଅଧ୍ୟାପକ ବିଶ୍ୱଜିତ୍ ମହାନ୍ତି, ଏନ୍ ସି ସି କାର୍ଯ୍ୟକ୍ରମ ଅଧିକାରୀ ଜହନ୍ କୋରା, କର୍ମଚାରୀ ଈଲୁପ୍ ମହାନ୍ତି, ଦିଲ୍ଲିପ କୁମାର ଡାକୁଆ ଓ ଶ୍ୟାମସୁନ୍ଦର ଦେଓ ପ୍ରମୁଖ ଉପସ୍ଥିତ ଥିଲେ । ଯୋଗ ପ୍ରଶିକ୍ଷକ ଶ୍ରୀ ସାହୁ ଯୋଗ ପ୍ରଟୋକଲ ଅନୁସାରେ ପ୍ରଥମେ ୟୋଗିକ୍ ଜଗିଙ୍ଗ, ବିଭିନ୍ନ ପ୍ରକାରର ଶାରିରୀକ କସରତ, ସୁକ୍ଷ୍ମ ବ୍ୟାୟାମ, ସୁର୍ଯ୍ୟ ନମସ୍କାର, ଭସ୍ତ୍ରିକା ପ୍ରାଣାୟମ, ଅନୁଲୋମ ବିଲୋମ, କପାଲଭାତ୍ତି,ନୋଲିକ୍ରିୟା, ଭ୍ରାମରୀ, ସିଂହାସନ ଓ ହାସ୍ୟାସନ ଭଳି ଯୋଗଶିକ୍ଷା ଦେଇଥିଲେ । କାର୍ଯ୍ୟକ୍ରମ ଶେଷରେ ଅଧ୍ୟକ୍ଷ ଶ୍ରୀ ପ୍ରଧାନ ସମସ୍ତଙ୍କୁ ଧନ୍ୟବାଦ ଦେବା ସହ କହିଥିଲେ ଯେ ବର୍ତ୍ତମାନ ପରିସ୍ଥିତିରେ ବିଶ୍ଵ ପରିବେଶ ଯେଉଁଭଳି ଭାବେ ପ୍ରଦୁଷିତ ହେବାରେ ଲାଗିଛି, ଯେମିତିକି ବାୟୁ ପ୍ରଦୂଷଣ, ଜଳ ପ୍ରଦୂଷଣ ଓ ପ୍ରଦୁଷିତ ଖାଦ୍ୟ ସେବନ ଦ୍ଵାରା ନାନା ପ୍ରକାରର ରୋଗ ବ୍ୟାଧିର ସମ୍ମୁଖୀନ ହେବା ସହ ଅକାଳ ମୃତ୍ୟୁବରଣ କରୁଛନ୍ତି । ଏଭଳି ସ୍ଥିତିରେ ଯୋଗ, ପ୍ରାଣାୟମ, ଶାରିରୀକ କସରତ ଓ ବ୍ୟାୟାମ କରିବା ଦ୍ୱାରା ଦେହ ସୁସ୍ଥ ଓ ମନ ପ୍ରଫୁଲ୍ଲିତ ରଖିବାରେ ସହାୟକ ହୋଇଥାଏ ଓ ଖାସକରି ପାଠ ପଢ଼ୁଥିବା ପିଲାଙ୍କ ମଧ୍ୟରେ ଏକାଗ୍ରତା ଓ ସ୍ମରଣ ଶକ୍ତି ବୃଦ୍ଧି ପାଇଥାଏ । ଆଜିର କାର୍ଯ୍ୟକ୍ରମରେ ମହାବିଦ୍ୟାଳୟ ର ଜାତୀୟ ସେବା ଯୋଜନା , ଯୂବ ରେଡକ୍ରସ ବାହିନୀ ଓ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀର ପାଖାପାଖି ୫୦ ରୁ ଉର୍ଦ୍ଧ ସ୍ୱେଚ୍ଛାସେବୀ ଯୋଗ ଦେଇଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande