
ଭୁବନେଶ୍ୱର, 21 ଜୁନ (ହି.ସ.) ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ସଂଘର ସଂସ୍ଥାପକ ଡଃ କେଶବ ବଳିରାମ ହେଡଗେୱାରଙ୍କ ପୁଣ୍ୟତିଥିରେ ଶ୍ରଦ୍ଧାଂଜଳି ଜଣାଇଛନ୍ତି ।
ସେ ସୋସିଆଲ ମିଡିଆରେ ଲେଖିଛନ୍ତି,ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘର ପ୍ରତିଷ୍ଠାତା ପରମ ପୂଜ୍ୟ ଡ. କେଶବ ବଳିରାମ ହେଡଗେୱାରଙ୍କ ପୁଣ୍ୟତିଥିରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି। ସାମାଜିକ ସଂସ୍କାର ଠାରୁ ଆରମ୍ଭ କରି ଭାରତୀୟ ସଂସ୍କୃତିର ପ୍ରଚାର ପ୍ରସାର କ୍ଷେତ୍ରରେ ତାଙ୍କର ଅବଦାନ ଚିର ସ୍ମରଣୀୟ ହୋଇ ରହିବ।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ