ବୁଗୁଡ଼ା ବ୍ଲକ ଅଧ୍ୟକ୍ଷା ପ୍ରିୟଦର୍ଶିନୀ ଆଚାରୀ ବିଜେଡିରେ ମିଶିବା ପ୍ରସଙ୍ଗ :ମନ୍ତ୍ରୀ ଗୋକୁଳାନନ୍ଦଙ୍କ ସାଂଘାତିକ ଅଭିଯୋଗ: ଲୁଟିବାକୁ ସୁଯୋଗ ମିଳିଲାନି, ତେଣୁ ଦଳ ଛାଡ଼ିଲେ
ବେଆଇନ ପଥର ଖଣି ଖନନର ହେବ ତଦନ୍ତ, ଆଦାୟ ହେବ ପେନାଲ୍ଟି: ମନ୍ତ୍ରୀ ଭୁବନେଶ୍ୱର, 21 ଜୁନ (ହି.ସ.) ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବ୍ଲକ ବୁଗୁଡ଼ା ବ୍ଲକ ଅଧ୍ୟକ୍ଷା ପ୍ରିୟଦର୍ଶିନୀ ଆଚାରୀ ବିଜେପି ଛାଡ଼ି ବିଜେଡି ଶିବିରରେ ସାମିଲ ହେବା ବେଳେ ବିଜେପି ଦଳରେ ତାଙ୍କୁ କାମ କରିବାକୁ ଦିଆଯାଉ ନଥିବା ଏବଂ ସ
ବୁଗୁଡ଼ା  ବ୍ଲକ ଅଧ୍ୟକ୍ଷା ପ୍ରିୟଦର୍ଶିନୀ ଆଚାରୀ ବିଜେଡିରେ ମିଶିବା ପ୍ରସଙ୍ଗ :ମନ୍ତ୍ରୀ ଗୋକୁଳାନନ୍ଦଙ୍କ ସାଂଘାତିକ ଅଭିଯୋଗ: ଲୁଟିବାକୁ ସୁଯୋଗ ମିଳିଲାନି, ତେଣୁ ଦଳ ଛାଡ଼ିଲେ


ବେଆଇନ ପଥର ଖଣି ଖନନର ହେବ ତଦନ୍ତ, ଆଦାୟ ହେବ ପେନାଲ୍ଟି: ମନ୍ତ୍ରୀ

ଭୁବନେଶ୍ୱର, 21 ଜୁନ (ହି.ସ.) ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବ୍ଲକ ବୁଗୁଡ଼ା ବ୍ଲକ ଅଧ୍ୟକ୍ଷା ପ୍ରିୟଦର୍ଶିନୀ ଆଚାରୀ ବିଜେପି ଛାଡ଼ି ବିଜେଡି ଶିବିରରେ ସାମିଲ ହେବା ବେଳେ ବିଜେପି ଦଳରେ ତାଙ୍କୁ କାମ କରିବାକୁ ଦିଆଯାଉ ନଥିବା ଏବଂ ସ୍ଥାନୀୟ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଓ ତାଙ୍କ ସମର୍ଥକମାନେ ଅସହଯୋଗ କରୁଥିବା ନେଇ ସେ ସାଂଘାତିକ ଅଭିଯୋଗ ଆଣିଥିଲେ। ତେବେ ଅଧ୍ୟକ୍ଷାଙ୍କ ଏହି ଅଭିଯୋଗ ଉପରେ କଡ଼ା ଜବାବ ରଖିଛନ୍ତି ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ। ମନ୍ତ୍ରୀ କହିଛନ୍ତି ଯେ, ବିଜେପି ହେଉଛି ଲୋକଙ୍କ ସେବା ଓ ସମର୍ପଣର ଦଳ। ଏଠାରେ ଲୁଟ୍‌ତରାଜ୍ କରିବାକୁ କାହାକୁ ସୁଯୋଗ ଦିଆଯିବ ନାହିଁ। ମନ୍ତ୍ରୀ ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି ଯେ, ପ୍ରିୟଦର୍ଶିନୀ ଆଚାରୀ ପୂର୍ବରୁ ବିଜେଡିରେ ରହି ଯେଉଁ ସବୁ କାର୍ଯ୍ୟ କରୁଥିଲେ, ବିଜେପିରେ ସେସବୁକୁ ପ୍ରଶ୍ରୟ ଦିଆଗଲା ନାହିଁ। ନିଜେ ଅଧ୍ୟକ୍ଷା ଓ ତାଙ୍କ ସ୍ୱାମୀ କୁନା ଆଚାରୀ ନିଜର ସ୍ୱାର୍ଥ ସାଧନ ହୋଇ ନପାରିବାରୁ ହିଁ ଦଳ ଛାଡ଼ିଛନ୍ତି। ବିଜେଡି କେବଳ ପୁରୁଣା ଲୋକଙ୍କୁ ନେଇ ଏକ ଲୋକଦେଖାଣିଆ 'ଶୋ-ବାଜି' କରିଛି, ଯେଉଁଥିରେ ବିଜେପିର ଜଣେ ହେଲେ ସଦସ୍ୟ ସାମିଲ ନାହାନ୍ତି। ଏଭଳି ଲୋକଙ୍କ ଆସିବା ଯିବା ଦ୍ୱାରା ବିଜେପି ଉପରେ କୌଣସି ଫରକ୍ ପଡ଼ିବ ନାହିଁ ବୋଲି ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି। କେବଳ ଦଳ ବଦଳ ନୁହେଁ, ବ୍ଲକ ଅଧ୍ୟକ୍ଷାଙ୍କ ବିରୋଧରେ ବେଆଇନ ପଥର ଖଣି ଖନନର ସଂଗୀନ ଅଭିଯୋଗ ଆଣିଛନ୍ତି ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ। ଗ୍ରାମବାସୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଖଣିରେ ବ୍ଲାଷ୍ଟିଂ କରିବାକୁ ପ୍ରଶାସନ ଅନୁମତି ଦେଇ ନଥିଲା। ମାତ୍ର ସମସ୍ତ ସରକାରୀ ନିୟମକୁ ଧୂଳିସାତ୍ କରି ପ୍ରାୟ ୫୦ ଫୁଟ୍ ଗଭୀର ପର୍ଯ୍ୟନ୍ତ ବେଆଇନ ଭାବେ ପଥର ଉତ୍ତୋଳନ କରାଯାଇଛି। ମାଇନିଂ ନିୟମର ଉଲ୍ଲଂଘନ କରିଥିବାରୁ ଏହାର ସତ୍ୟାସତ୍ୟ ସାମ୍ନାକୁ ଆଣିବା ପାଇଁ ଖଣି ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ ବେଆଇନ ଭାବେ ଉତ୍ତୋଳନ ହୋଇଥିବା ପଥରର ମୂଲ୍ୟ ରିକଭରି କରାଯିବ ଏବଂ ଜରିମାନା ଲଗାଯିବ ବୋଲି ମନ୍ତ୍ରୀ ଚେତାବନୀ ଦେଇଛନ୍ତି। ରାଜ୍ୟରେ ବିଜେପି ସରକାର ଆସିବା ପରେ ପୂର୍ବଭଳି ଫଲ୍ସ ବିଲ୍ କରିବାର ସୁଯୋଗ ବନ୍ଦ ହୋଇଯାଇଛି। ବୁଗୁଡ଼ାରେ ଏବେ 'ଆମ ଗାଁ ଆମ ବିକାଶ' ଯୋଜନା ସ୍ୱଚ୍ଛତାର ସହ ଚାଲିଛି। ଅଧ୍ୟକ୍ଷା ନିଜ ଚାମ୍ବରରେ ଦୁର୍ନୀତିର ପଇସାରେ ଏସି ଓ ଦାମୀ ଆସବାବପତ୍ର ଲଗାଇଥିବା ନେଇ ମନ୍ତ୍ରୀ ଆକ୍ଷେପ କରିଛନ୍ତି। ସମୟ ଆସିଲେ ଏହାର ଉପଯୁକ୍ତ ଜବାବ ଦିଆଯିବ ବୋଲି କହିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande