



ବଲାଙ୍ଗିର ୨୧ ଜୁନ ( ହି. ସ.)ବଲାଙ୍ଗୀର, ଆଜି ବଲାଙ୍ଗୀରସ୍ଥ କଦମପଡାର ସରସ୍ବତୀ ଶିଶୁ ମନ୍ଦିରରେ ‘ବିଶ୍ବ ଯୋଗ ଦିବସ’ ବିଦ୍ୟାଳୟର ସଭାପତି ଡ.ଭବାନୀ ଶଙ୍କର ପଟେଲଙ୍କ ସଭାପତିତ୍ବରେ ପାଳନ କରା ଯାଇଛି । ଏଥିରେ ମୁଖ୍ୟ ଅତିଥି ରୂପେ ଅବସର ପ୍ରାପ୍ତ ବ୍ୟାଙ୍କ କର୍ମଚାରୀ ବିରଞ୍ଚି ମେହେର ଯୋଗ ଦେଇଥିଲେ । ଅତିଥି ପରିଚୟ ବିଦ୍ୟାଳୟର ପ୍ରଧାନାଚାର୍ଯ୍ୟ ସନାତନ ମିଶ୍ର କରିଥିଲେ । ସଂଯୋଜନା ଗୁରୁମା ଭାରତୀ ସାହୁ କରିଥିଲେ । ଏହାପରେ ସଭାପତି ମହୋଦୟ ମୁଖ୍ୟ ଅତିଥିଙ୍କୁ ଉପଢୈ।କନ ପ୍ରଦାନ ପୂର୍ବକ ସମ୍ମାନୀତ କରିଥିଲେ । ମୁଖ୍ୟ ଅତିଥି ନିଜ ବକ୍ତବ୍ୟରେ କହିଲେ ଯେ ଦେଶ ତଥା ଏହାର ପରମ୍ପରାକୁ ସୁସ୍ଥ ରଖିବାକୁ ହେଲେ ଆଜିର ଶିଶୁଙ୍କୁ ସୁସ୍ଥ ଓ ସବଳ କରି ଗଠନ କରିବାକୁ ହେବ, ଯାହା ପାଇଁ ଯୋଗ ହିଁ ଏକମାତ୍ର ମାଧ୍ୟମ । ପରେ ସଭାପତି ମହୋଦୟ ନିଜର ଅଭିଭାଷଣ ପ୍ରଦାନ କରିଥିଲେ ।
ଏହି ଅବସରରେ ବିଦ୍ୟାଳୟର ଯୋଗ ବିଭାଗର ଗୁରୁଜୀ ସଞ୍ଜୟ ପୁରୋହିତ ଓ ଶାରିରୀକ ବିଭାଗର ଗୁରୁଜୀ କିଶୋର ମଟାରୀ ପବନ ମୁକ୍ତାସନ,ବୃକ୍ଷାସନ, ପାଦ ହସ୍ତାସନ,ଅର୍ଦ୍ଧ ଚକ୍ରାସନ,ତ୍ରିକୋଣାସନ, ଭଦ୍ରାସନ, ପ୍ରଜାପତି ଆସନ, ବଜ୍ରାସନ, ଅର୍ଦ୍ଧ ଉଷ୍ଟ୍ରାସନ ଓ ପ୍ରାଣାୟମର ଆଦି ଶିକ୍ଷା ଓ ଅଭ୍ୟାସ କରାଇଥିଲେ । ଶେଷରେ ଗୁରୁଜୀ ରାଜକୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହିପରି ସମସ୍ତ ଗୁରୁଜୀ ଗୁରୁମାଙ୍କ ସହଯୋଗରେ ସଫଳତା ପୂର୍ବକ କାର୍ଯ୍ୟକ୍ରମଟି ସମପ୍ତ ହୋଇଥିଲା ।
---------------
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ