ବ୍ରହ୍ମପୁରରେ ଭବ୍ୟ ସମାରୋହରେ ପାଳିତ ହେଲା ଅନ୍ତର୍ଜାତୀୟ ଯୋଗ ଦିବସ
ଗଞ୍ଜାମ, ୨୧ ଜୁନ୍ (ହି.ସ.)- ବ୍ରହ୍ମପୁର ମହାନଗର ନିଗମ ଓ ବିବେକାନନ୍ଦ କେନ୍ଦ୍ର କନ୍ୟାକୁମାରୀ, ବ୍ରହ୍ମପୁର ଶାଖାର ମିଳିତ ଆନୁକୂଲ୍ୟରେ ରବିବାର ପ୍ରାତଃ ୬ଟାରେ ମହାତ୍ମା ଗାନ୍ଧୀ କ୍ରୀଡାଙ୍ଗନ ଠାରେ ଭବ୍ୟ ଭାବରେ ଅନ୍ତର୍ଜାତୀୟ ଯୋଗ ଦିବସ–୨୦୨୬ ପାଳିତ ହୋଇଯାଇଛି। ଏହି ଅବସରରେ ସହରର ବିଭିନ୍ନ ସାମା
Kk


ଗଞ୍ଜାମ, ୨୧ ଜୁନ୍ (ହି.ସ.)- ବ୍ରହ୍ମପୁର ମହାନଗର ନିଗମ ଓ ବିବେକାନନ୍ଦ କେନ୍ଦ୍ର କନ୍ୟାକୁମାରୀ, ବ୍ରହ୍ମପୁର ଶାଖାର ମିଳିତ ଆନୁକୂଲ୍ୟରେ ରବିବାର ପ୍ରାତଃ ୬ଟାରେ ମହାତ୍ମା ଗାନ୍ଧୀ କ୍ରୀଡାଙ୍ଗନ ଠାରେ ଭବ୍ୟ ଭାବରେ ଅନ୍ତର୍ଜାତୀୟ ଯୋଗ ଦିବସ–୨୦୨୬ ପାଳିତ ହୋଇଯାଇଛି। ଏହି ଅବସରରେ ସହରର ବିଭିନ୍ନ ସାମାଜିକ, ଶିକ୍ଷାନୁଷ୍ଠାନ, ଯୋଗ ସଂଗଠନ ଓ ସ୍ୱେଚ୍ଛାସେବୀ ଅନୁଷ୍ଠାନର ଶତାଧିକ ଯୋଗସାଧକ ଯୋଗଦେଇ ସମ୍ମିଳିତ ଭାବେ ଯୋଗାଭ୍ୟାସ କରିଥିଲେ।

କାର୍ଯ୍ୟକ୍ରମରେ ବ୍ରହ୍ମପୁର ଲୋକସଭା ସାଂସଦ ଡ଼ଃ. ପ୍ରଦୀପ କୁମାର ପାଣିଗ୍ରାହୀ ମୁଖ୍ୟ ଅତିଥି, ବ୍ରହ୍ମପୁର ବିଧାୟକ କେ. ଅନିଲ କୁମାର ବିଶିଷ୍ଟ ଅତିଥି ଭାବେ ଯୋଗଦେଇଥିଲେ। ସେହିପରି ବ୍ରହ୍ମପୁର ମହାନଗର ନିଗମ କମିଶନର ଶ୍ରୀମତୀ ଅକାଭରମ ସାସ୍ୟା ରେଡ୍ଡୀ, (ଆଇ.ଏ.ଏସ) ସମ୍ମାନିତ ଅତିଥି ଭାବେ ଉପସ୍ଥିତ ରହିଥିଲେ।

କାର୍ଯ୍ୟକ୍ରମ ଆରମ୍ଭରେ ଡ଼ଃ. ଶଙ୍କର ମାଝୀ ଅତିଥିମାନଙ୍କୁ ମଞ୍ଚାସୀନ କରାଇଥିବା ବେଳେ ଆୟୋଜକ କମିଟିର ପରାମର୍ଶଦାତା ଶୁଶାନ୍ତ କୁମାର ସାବତ ସ୍ୱାଗତ ଭାଷଣ ପ୍ରଦାନ କରି ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ। ପରେ ଅତିଥିମାନଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା। ଅତିଥିମାନେ ନିଜ ଅଭିଭାଷଣରେ ଯୋଗକୁ ଭାରତର ଅମୂଲ୍ୟ ସାଂସ୍କୃତିକ ଐତିହ୍ୟ ଭାବେ ବର୍ଣ୍ଣନା କରିବା ସହ ଏହା ଶାରୀରିକ, ମାନସିକ ଓ ଆଧ୍ୟାତ୍ମିକ ବିକାଶର ଏକ ଶ୍ରେଷ୍ଠ ମାଧ୍ୟମ ବୋଲି ମତ ପ୍ରକାଶ କରିଥିଲେ। ନିୟମିତ ଯୋଗାଭ୍ୟାସ ମାଧ୍ୟମରେ ସୁସ୍ଥ ଶରୀର, ଶାନ୍ତ ମନ ଓ ସୁସଂଗଠିତ ସମାଜ ଗଠନ ସମ୍ଭବ ବୋଲି ସେମାନେ କହିଥିଲେ। ପରେ ବିଭାଗ ସଂଗଠିକା ସୁଶ୍ରୀ ନୀଳାକ୍ଷୀ ଦିଦିଙ୍କ ନେତୃତ୍ୱରେ ରୁନୀ ମଲ୍ଲିକ ଓ ହେମନ୍ତ ସାବରଙ୍କ ସହଯୋଗରେ ବିଭିନ୍ନ ଯୋଗାସନ ଓ ପ୍ରାଣାୟାମର ସଫଳ ପ୍ରଦର୍ଶନ କରାଯାଇଥିଲା। ଉପସ୍ଥିତ ଯୋଗସାଧକମାନେ ଉତ୍ସାହର ସହିତ ଏଥିରେ ଅଂଶଗ୍ରହଣ କରିଥିଲେ। ଡ଼ଃ ଶଙ୍କର ମାଝୀଙ୍କ ଦ୍ୱାରା ଯୋଗ ସଙ୍କଳ୍ପ ପାଠ କରାଯାଇଥିଲା, ଯେଉଁଥିରେ ସମସ୍ତେ ମାନସିକ ସନ୍ତୁଳନ, ସ୍ୱାସ୍ଥ୍ୟ, ଶାନ୍ତି ଓ ସାମାଜିକ ସମନ୍ୱୟ ପାଇଁ ନିଜକୁ ସମର୍ପିତ କରିବାର ପ୍ରତିଜ୍ଞା କରିଥିଲେ। ଶେଷରେ ଶ୍ରୀ ଅଙ୍କିତ ସେନାପତିଙ୍କ ନେତୃତ୍ୱରେ “ସର୍ବେ ଭବନ୍ତୁ ସୁଖିନଃ, ସର୍ବେ ସନ୍ତୁ ନିରାମୟାଃ” ଶାନ୍ତିପାଠ କରାଯାଇଥିଲା। କାର୍ଯ୍ୟକ୍ରମର ସମନ୍ୱୟକ ଡଃ. ସମରେନ୍ଦ୍ର କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ବିବେକାନନ୍ଦ କେନ୍ଦ୍ରର କର୍ମକର୍ତ୍ତା, ସ୍ୱେଚ୍ଛାସେବୀ ଓ ବ୍ରହ୍ମପୁର ମହାନଗର ନିଗମର ସହଯୋଗରେ ସମଗ୍ର କାର୍ଯ୍ୟକ୍ରମ ସୁଚାରୁରୂପେ ପରିଚାଳିତ ହୋଇଥିଲା। ଏବଂ ବ୍ରହ୍ମପୁର ମହାନଗର ନିଗମ ପୌରପାଳିକା ତରଫରୁ ଉପସ୍ଥିତ ଯୋଗସାଧକ ମାନଙ୍କୁ ଯୋଗ ଗଞ୍ଜି ବଣ୍ଟନ କରାଯାଇଥିଲା ।

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande