
ସୁବର୍ଣପୁର, ୨୧ ଜୁନ୍ (ହି.ସ.) - ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଓ ଯୋଗ ମହୋତ୍ସବ ସମିତି ଓଡ଼ିଶା ସରକାର ଙ୍କ ସହଯୋଗ ରେ ନୂଆଁ ଟାଉନ୍ ହଲ୍ ଠାରେ ସମାରୋହ ରେ ଅନ୍ତର୍ଜାତୀୟ ଯୋଗ ଦିବସ ୨୦୨୬ ପାଳିତ ହୋଇଯାଇଛି । ଏହି ଅବସରରେ ବୀର ମହାରାଜପୁର ବିଧାୟକ ଇଂ. ରଘୁନାଥ ଜଗଦଲା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଆତ୍ମା ପରେ ଜୀବନ ର ପ୍ରକୃତ ବନ୍ଧୁ ହେଉଛି ଆମ ଶରୀର ବୋଲି କହି ଖାଦ୍ୟ ପେୟ ଉପରେ ମଧ୍ୟ ଆମେ ନିୟନ୍ତ୍ରଣ ରଖିବା ଅତି ଜରୁରୀ ବୋଲି କହିଥିଲେ ଏବଂ ଜୀବନକୁ ସୁସ୍ଥ ଓ ସୁନ୍ଦର ରଖିବାର ଏକ ମାତ୍ର ପ୍ରକ୍ରିୟା ହିଁ ଯୋଗ ବୋଲି ଆଜିର ଅତିଥି ସୁବର୍ଣ୍ଣପୁର ଜିଲ୍ଲାପାଳ ଡ଼. ନୃପରାଜ ସାହୁ ମତ ରଖିଥିଲେ । ଶେଷରେ ନିରୋଗ ଓ ସୁସ୍ଥ ଜୀବନ ପାଇଁ ଯୋଗ ଉପରେ ଅତିଥି ମାନେ ଉପସ୍ଥିତ ଯୋଗୀ ମାନଙ୍କୁ ଶପଥ ପାଠ କରାଇଥିଲେ । ମହିଳା ଯୋଗ ସମିତି ସହ ସହର ର ବିଭିନ୍ନ୍ ଯୋଗ ଅନୁଷ୍ଠାନ, ସ୍ୱେଛାସେବୀ ଅନୁଷ୍ଠାନର ଶତାଧିକ କର୍ମ କର୍ତା ଯୋଗ ଦେଇଥିଲେ ।
ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ରାଜେନ୍ଦ୍ର ମାଝୀ, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଅଞ୍ଜଳୀନା ପ୍ରଧାନ ଯୋଗ ଦେଇଥିବା ବେଳେ ଯୋଗ ଗୁରୁ ମନୋଜ ପଣ୍ଡା , ଯୋଗ ସମିତିରୁ ସଞ୍ଜୟ ମହାପାତ୍ର ଏବଂ ଯୁଦିଷ୍ଠିର ଖମାରି କାର୍ଯ୍ୟକ୍ରମର ଆୟୋଜନ କରିବାରେ ସାହାଯ୍ୟ କରିଥିଲେ । ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଜିଲ୍ଲା କ୍ରୀଡା ଅଧିକାରୀ ଚିତରଞ୍ଜନ ମିଶ୍ର । ଏହି ଯୋଗ ଶିବିର ରେ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମକୁ ଜିଲ୍ଲା ପ୍ରଶାସନ, ଜିଲ୍ଲା ଯୋଗ ସମିତିର ସହାୟତାରେ ଆୟୋଜନ କରାଯାଇଥିଲା ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ