

ମାଲକାନଗିରି,୨୧ ଜୁନ୍ (ହି.ସ.)- ସରକାରୀ ପଲିଟେକ୍ନିକ ପରିସରରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମରେ ସିବଜନ ହରିଜନ, ଯୋଗ ପ୍ରଶିକ୍ଷକ ଏବଂ ମୁଖ୍ୟ ଅତିଥି ଭାବେ ଡକ୍ଟର ରଞ୍ଜନ କୁମାର ସ୍ୱାଇଁ ଯୋଗଦେଇ, ସୁସ୍ଥ ଜୀବନ ପାଇଁ ଯୋଗର ଆବଶ୍ୟକତା ସମ୍ପର୍କରେ ଆଲୋଚନା କରିଥିଲେ।
ଅନୁଷ୍ଠାନର ଅଧ୍ୟକ୍ଷ ପ୍ରୀତିରଞ୍ଜନ ପ୍ରିୟଦର୍ଶୀ ପାତ୍ରଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମେକାନିକାଲ ବରିଷ୍ଟ ଅଧ୍ୟାପିକା ମିସ୍ ଶର୍ମିଳା ସବର, ଇଲେକ୍ଟ୍ରିକାଲ ବରିଷ୍ଟ ଅଧ୍ୟାପକ ପ୍ରିୟବ୍ରତ ବଳିଆରସିଂହ ନାୟକ, ସେକ୍ସନ ଅଫିସର ମାନସ ରଞ୍ଜନ ରାଉତ, ଆଶିଷ ଶର୍ମା, ସିଦ୍ଧାର୍ଥ କାମିଲା, ଶ୍ରୀମତୀ ଦୀପିକା ସରକାରଙ୍କ ସମେତ ଅନ୍ୟ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ।
ଏହି ଅବସରରେ ସମସ୍ତେ ଏକତ୍ରିତ ହୋଇ ସାମୂହିକ ଯୋଗାଭ୍ୟାସ କରିବା ସହ ଦୈନନ୍ଦିନ ଜୀବନରେ ଯୋଗ କରିବା ପାଇଁ ସଂକଳ୍ପ ନେଇଥିଲେ। ସମସ୍ତଙ୍କ ସହଯୋଗରେ ଏହି କାର୍ଯ୍ୟକ୍ରମଟି ସଫଳତାର ସହ ସମ୍ପନ୍ନ ହୋଇଛି।
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ