କେନ୍ଦ୍ରାପଡ଼ା ସ୍ୱଂୟଶାସିତ ମହାବିଦ୍ୟାଳୟରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ
କେନ୍ଦ୍ରାପଡ଼ା, ୨୧ ଜୁନ୍(ହି.ସ.) – କେନ୍ଦ୍ରାପଡ଼ା: ଆଜି ପବିତ୍ର ଆନ୍ତର୍ଜାତୀୟ ଯୋଗ ଦିବସ ଅବସରରେ କେନ୍ଦ୍ରାପଡ଼ା ଜିଲ୍ଲା ଅନ୍ତର୍ଗତ କେନ୍ଦ୍ରାପଡ଼ା ସ୍ୱଂୟଶାସିତ ମହାବିଦ୍ୟାଳୟର ଇନ୍ଦୋର ଷ୍ଟାଡିୟମ ଠାରେ ଏକ ଭବ୍ୟ ଯୋଗ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ସ୍ଥାନୀୟ ଜନସାଧ
---------------କେନ୍ଦ୍ରାପଡ଼ା ସ୍ୱଂୟଶାସିତ ମହାବିଦ୍ୟାଳୟରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ:


କେନ୍ଦ୍ରାପଡ଼ା, ୨୧ ଜୁନ୍(ହି.ସ.) – କେନ୍ଦ୍ରାପଡ଼ା: ଆଜି ପବିତ୍ର ଆନ୍ତର୍ଜାତୀୟ ଯୋଗ ଦିବସ ଅବସରରେ କେନ୍ଦ୍ରାପଡ଼ା ଜିଲ୍ଲା ଅନ୍ତର୍ଗତ କେନ୍ଦ୍ରାପଡ଼ା ସ୍ୱଂୟଶାସିତ ମହାବିଦ୍ୟାଳୟର ଇନ୍ଦୋର ଷ୍ଟାଡିୟମ ଠାରେ ଏକ ଭବ୍ୟ ଯୋଗ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ସ୍ଥାନୀୟ ଜନସାଧାରଣ ଓ ଛାତ୍ରଛାତ୍ରୀ ଯୋଗଦେଇ ପ୍ରାଣାୟାମ ଓ ଯୋଗାସନ କରିଥିଲେ। ଏହି ବିଶେଷ ଶିବିରରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ରାପଡ଼ା ବିଡିଓ ଅଭିଷେକ ରାଉତ, ବିଜେପି ନାରୀ ନେତ୍ରୀ ଗୀତାଞ୍ଜଳି ସେଠୀ, କିଶୋର କୁମାର ପଣ୍ଡା ଓ ଉପିନ କୁମାର ରାଉତ ପ୍ରମୁଖ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମରେ ଯୋଗ ଗୁରୁ ବିଭୁପ୍ରସାଦ ଦାସ ଏବଂ ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ, ଉପସ୍ଥିତ ରହି ଶିବିରାର୍ଥୀମାନଙ୍କୁ ଯୋଗର ବିଭିନ୍ନ କୌଶଳ ପ୍ରଦର୍ଶନ କରିବା ସହ ଦୈନନ୍ଦିନ ଜୀବନରେ ଯୋଗର ଆବଶ୍ୟକତା ଓ ଏହାର ଉପାଦେୟତା ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିଥିଲେ। ନିରୋଗ ଓ ସୁସ୍ଥ ଶରୀର ଗଠନ ପାଇଁ ପ୍ରତ୍ୟେକ ବ୍ୟକ୍ତି ନିଜ ଜୀବନଶୈଳୀରେ ଯୋଗକୁ ସାମିଲ କରିବା ଉଚିତ ବୋଲି ଅତିଥିମାନେ ନିଜ ନିଜ ଅଭିଭାଷଣରେ ମତବ୍ୟକ୍ତ କରିଥିଲେ। ଏହି ଅବସରେ ରେ ନୃସିଂହ ତ୍ରିପାଠୀ, ଶିବାନୀ ଦାସ, ସନ୍ତୋଷ ସାହୁ, ନେହେରୁ ସାହୁ, ନନ୍ଦିତା ସୂତାର, ବିଶ୍ୱନାଥ ବେହେରା, ବିଜେପି ନଗର ସଭାପତି ନିହାରିକା ଦାସ, ଅଭିଷେକ ରାଉତ, ବିନୋଦ ବେହେରା, ଜିତେନ୍ଦ୍ର ନନ୍ଦ ଓ କଲେଜର ଏନ୍ସିସି କ୍ୟାଡେଟ ଓ ଛାତ୍ର ଛାତ୍ରୀମାନେ ଯୋଗ ଦେଇଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande