ସୁସ୍ଥ ଜୀବନ ପାଇଁ ଯୋଗ କଲେ ଶତାଧିକ ଲୋକ
ସୁବର୍ଣପୁର, ୨୧ ଜୁନ୍(ହି.ସ.) – ବର୍ତମାନ ପରିପ୍ରେକ୍ଷୀରେ ନିଜକୁ ଖାପ ଖୁଆଇବା ସହିତ ସୁସ୍ଥ ଜୀବନ ଯାପନ ପାଇଁ ଠିକ ଭାବରେ ଖାଦ୍ୟପେୟ ଗ୍ରହଣ କରିଲେ ଏବଂ ନୀତି ପ୍ରତିଦିନ ପ୍ରାଣାୟାମ ବ୍ୟାୟାମ କଲେ ନିଶ୍ଚିତ ସଫଳତା ମିଳିବ।ଯାହାକି ଆଦର୍ଶ ବ୍ୟକ୍ତିଙ୍କ ପାଇଁ ଯୋଗର ଭୂମିକା ଗୁରୁତ୍ୱପୂର୍ଣ୍ଣ ହୋଇଥିବା
ସୁସ୍ଥ ଜୀବନ ପାଇଁ ଯୋଗ କଲେ ଶତାଧିକ ଲୋକ।


ସୁସ୍ଥ ଜୀବନ ପାଇଁ ଯୋଗ କଲେ ଶତାଧିକ ଲୋକ।


ସୁବର୍ଣପୁର, ୨୧ ଜୁନ୍(ହି.ସ.) – ବର୍ତମାନ ପରିପ୍ରେକ୍ଷୀରେ ନିଜକୁ ଖାପ ଖୁଆଇବା ସହିତ ସୁସ୍ଥ ଜୀବନ ଯାପନ ପାଇଁ ଠିକ ଭାବରେ ଖାଦ୍ୟପେୟ ଗ୍ରହଣ କରିଲେ ଏବଂ ନୀତି ପ୍ରତିଦିନ ପ୍ରାଣାୟାମ ବ୍ୟାୟାମ କଲେ ନିଶ୍ଚିତ ସଫଳତା ମିଳିବ।ଯାହାକି ଆଦର୍ଶ ବ୍ୟକ୍ତିଙ୍କ ପାଇଁ ଯୋଗର ଭୂମିକା ଗୁରୁତ୍ୱପୂର୍ଣ୍ଣ ହୋଇଥିବାରୁ ଆଜି ବିଶ୍ଵ ଆନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ବିନିକା ସହର ସମେତ ବ୍ଲକ ଅଞ୍ଚଳର ବିଭିନ୍ନ ସ୍ଥାନରେ ଶତାଧିକ ପୁରୁଷ ଓ ମହିଳା ଯୋଗ ଅଭ୍ୟାସ କରିଛନ୍ତି ।ସ୍ଥାନୀୟ ସିଦ୍ଧାର୍ଥ ଡିଗ୍ରୀ କଲେଜ ଗରୁଡ଼ କ୍ୟାମ୍ପସ ଠାରେ ବିନିକା ବ୍ଲକ ତରଫରୁ ଅନୁଷ୍ଟିତ ଯୋଗ ଅଭ୍ୟାସ କାର୍ଯ୍ୟକ୍ରମରେ ଶତାଧିକ ପୁରୁଷ ଓ ମହିଳା ଅଂଶ ଗ୍ରହଣ କରିଥିଲେ।ସେହିଏଏପରି ବ୍ଲକ ଅଧିନସ୍ଥ ବିଶାଳପାଳି ଉପର ପ୍ରାଥମିକ ବିଦ୍ୟାଳୟ ଠାରେ ପ୍ରଧାନ ଶିକ୍ଷକ ମାନଭଞ୍ଜନ ବାଘଙ୍କ ପ୍ରତେକ୍ଷ୍ୟ ତତ୍ତ୍ୱାବଧାନରେ ଅନୁଷ୍ଠିତ ଯୋଗ ଶିବିରରେ ସ୍କୁଲ ଷ୍ଟାଫ,ୱାର୍ଡ ପ୍ରତିନିଧି ଯୋଗଦେଇ ଯୋଗ ଅଭ୍ୟାସ କରିଥିଲେ ।ଅନ୍ୟ ପକ୍ଷରେ ବ୍ଳକ କାର୍ଯ୍ୟାଳୟ,ସିଦ୍ଧାର୍ଥ ଡ଼ିଗ୍ରୀ କଲେଜ,ବାଉଁସୁନି ଶ୍ରୀ ଜଗନ୍ନାଥ କଲେଜ,ବିନିକା ମହିଳା ଜୁନିଅର କଲେଜ,ଆଦର୍ଶ ବିଦ୍ୟାଳୟ ସମେତ ବିଭିନ୍ନ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ଯୋଗ ଦିବସ ପାଳିତ ହୋଇଯାଇଛି।ମାନସିକ ସ୍ତରରେ ସୁସ୍ଥ ରହିବା ପାଇଁ ଯୋଗ ଜରୁରୀ ଥିବାରୁ ଏଥିରେ ଛାତ୍ର ଛାତ୍ରୀ ଯୋଗଦେଇ ଯୋଗ ପ୍ରାଣାୟାମ ବ୍ୟାୟାମ କରିଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande