ଯୋଗ କେବଳ ଶାରୀରିକ ସୁସ୍ଥତା ନୁହେଁ, ବରଂ ମାନସିକ ଶାନ୍ତି, ଆତ୍ମବିଶ୍ୱାସ ଏବଂ ସୁସ୍ଥ ଜୀବନଶୈଳୀର ମୂଳମନ୍ତ୍ର- ଜିଲ୍ଲପାଳ
ଭଦ୍ରକ, ୨୧ ଜୁନ୍ (ହି.ସ.) - ଅଖିଳ ଭୁମଣ୍ଡଳୀୟ ସର୍ବଶିରୋମଣି ମୁନି ସମାଜ (ଓଡିଶା ପ୍ରାନ୍ତ ) ତରଫରୁ ରାଣୀତାଲ ଠାରେ ଯୋଗ ଦିବସ ପାଳନ ଅବସରରେ ମୁଖ୍ୟ ଅତିଥି ଭାବେ ଭଦ୍ରକ ଜିଲ୍ଲପାଳ ଡ଼ ଦିଲ୍ଲୀପ ରାଉତରାୟ ଯୋଗଦେଇ ଯୋଗ କେବଳ ଶାରୀରିକ ସୁସ୍ଥତା ନୁହଁ ବରଂ ମାନସିକ ଶାନ୍ତି, ଆତ୍ମା ବିଶ୍ୱାସ ଓ ସ୍ୱାସ୍ଥ
JOGA KEBALA SARIRIKA SUSTATA NUHEN


ଭଦ୍ରକ, ୨୧ ଜୁନ୍ (ହି.ସ.) - ଅଖିଳ ଭୁମଣ୍ଡଳୀୟ ସର୍ବଶିରୋମଣି ମୁନି ସମାଜ (ଓଡିଶା ପ୍ରାନ୍ତ ) ତରଫରୁ ରାଣୀତାଲ ଠାରେ ଯୋଗ ଦିବସ ପାଳନ ଅବସରରେ ମୁଖ୍ୟ ଅତିଥି ଭାବେ ଭଦ୍ରକ ଜିଲ୍ଲପାଳ ଡ଼ ଦିଲ୍ଲୀପ ରାଉତରାୟ ଯୋଗଦେଇ ଯୋଗ କେବଳ ଶାରୀରିକ ସୁସ୍ଥତା ନୁହଁ ବରଂ ମାନସିକ ଶାନ୍ତି, ଆତ୍ମା ବିଶ୍ୱାସ ଓ ସ୍ୱାସ୍ଥ୍ୟ ଜୀବନ ଶୈଳୀର ମୂଳମନ୍ତ୍ର ବୋଲି ପ୍ରକାଶ କରିଥିଲେ। ଓଡିଶା ପ୍ରାନ୍ତ ଅଧକ୍ଷ ଯୋଗାଚାର୍ଯ୍ୟ ଦଶରଥ ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଯୋଗ ଶିବିରରେ ସମ୍ମାନିତ ଅତିଥି ଭାବେ ଭଦ୍ରକ ବରିଷ୍ଠ ନାଗରିକ ସଙ୍ଘର ସମ୍ପାଦକ କୈଳାଶ ଚନ୍ଦ୍ର ମହାପାତ୍ର, ମୁଖ୍ୟବକ୍ତା ଭାବେ ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଭାଗିରଥି ନାୟକ, ଅନ୍ୟତମ ସମ୍ମାନିତ ଅତିଥି ଭାବେ ଜଗଦଳପୁର ସରପଂଚ ତିଳୋତମା ମହାପାତ୍ର, ସମ୍ମାନିତ ବକ୍ତା ଭାବେ କୃଷିକବି ଡ଼ ଅରୁଣ କୁମାର ପାତ୍ର ଯୋଗ ଦେଇଥିଲେ। ଏହି ଅବସରରେ ଯୋଗୀ ବିନୋଦ ମୁନି ଙ୍କ ରଚିତ ଚତ ବିନୋଦିନୀ ପୁସ୍ତକର ଲୋକାର୍ପଣ କରାଯାଇଥିଲା। ବିଭିନ୍ନ କ୍ଷେତ୍ରରେ ଉଲେଖନୀୟ ଅବଦାନ ପାଇଁ ସୁରଭି ସମ୍ମାନ, ସ୍ୱେଚ୍ଛାସେବୀ ସମ୍ମାନ ପ୍ରଦାନ କରାଯାଇଥିଲା। ଯୋଗୀ ବସନ୍ତ ମୁନି ସଭାକୁ ଅତିଥିଙ୍କୁ ନିମନ୍ତ୍ରଣ କରିଥିବା ବେଳେ ସମ୍ପାଦକ ଯୋଗାଚାର୍ଯ୍ୟ ଲକ୍ଷ୍ମୀଧର ସାହୁ ଧନ୍ୟବାଦ ପ୍ରଦାନ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande