ଜମନକିରାରେ 'ବିକାଶର ଧାରା, ଓଡିଶା ସାରା' କାର୍ଯ୍ୟକ୍ରମ । ଯୋଗଦେଲେ ପଂଚାୟତି ରାଜ୍ ମନ୍ତ୍ରୀ ରବିନାରାୟଣ ନାଏକ
ଜମନକିରାରେ 'ବିକାଶର ଧାରା, ଓଡିଶା ସାରା' କାର୍ଯ୍ୟକ୍ରମ । ଯୋଗଦେଲେ ପଞ୍ଚାୟତି ରାଜ୍ ମନ୍ତ୍ରୀ ରବିନାରାୟଣ ନାଏକ
ଜମନକିରାରେ 'ବିକାଶର ଧାରା, ଓଡିଶା ସାରା' କାର୍ଯ୍ୟକ୍ରମ । ଯୋଗଦେଲେ ପଞ୍ଚାୟତି ରାଜ୍ ମନ୍ତ୍ରୀ ରବିନାରାୟଣ ନାଏକ


ସମ୍ବଲପୁର, ୨୧ ଜୁନ୍ (ହି.ସ.) - ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡ ଜମନକିରା ବ୍ଲକ ପରିସରରେ 'ବିକାଶର ଧାରା, ଓଡିଶା ସାରା' କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜମନକିରା ବ୍ଲକ୍ ବିଡିଓଙ୍କ ଅଧ୍ୟକ୍ଷତାରେ ଗତ ୧୮ ତାରିଖରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ଆଜି ଉଦଯାପିତ ହୋଇଯାଇଛି। ଆଜିର କାର୍ଯ୍ୟକ୍ରମରେ ଓଡିଶା ସରକାରଙ୍କ ପଂଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାଏକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ କୁଚିଣ୍ଡା ପୂର୍ବତନ ବିଧାୟକ ବୃନ୍ଦାବନ ମାଝୀ, ଜମନକିରା ବ୍ଲକ ସାଂସଦ ପ୍ରତିନିଧି ରମେଶ ସାହୁ, ଜମନକିରା ତହସିଲଦାର ପ୍ରବୀଣା ବିଲୁଙ୍ଗ, ସମ୍ବଲପୁର ଜିଲ୍ଲା ଏସଡ଼ିଶୀ ଅଧ୍ୟକ୍ଷ ଭଗିନ୍ଦ୍ର କିଷାନ, ସମ୍ବଲପୁର ଜିଲ୍ଲା ଏସଟି ମୋର୍ଚା ଅଧ୍ୟକ୍ଷ ବେଣୁଧର ପଧାନ, ସମ୍ବଲପୁର ଜିଲ୍ଲା ବିଜେପି ଉପ ସଭାପତି ଦୁଷ୍ମନ୍ତ ନାୟକ, ଜମନକିରା ମଣ୍ଡଳ ସଭାପତି ମନୋଜ ମାଝୀ, ବିଜୟ କୁମାର ନାଏକ ପ୍ରମୁଖ ମଂଚାସିନ ରହିଥିଲେ। ଏହି କାର୍ଯ୍ୟକ୍ରମକୁ ଜମନକିରା ବ୍ଲକ ଏପିଓ ମନୋଜ ଭୋଇ ସଭା ପରିଚାଳନା ସହିତ ଅତିଥି ପରିଚୟ କରିଥିଲେ। କେନ୍ଦ୍ର ସରକାର ଙ୍କ ୧୨ ବର୍ଷ ଏବଂ ରାଜ୍ୟ ସରକାର ଙ୍କ ୨ବର୍ଷ ଉପଲବ୍ଧି ଉପଲକ୍ଷେ ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ସରକାର ପକ୍ଷରୁ ଅନୁଷ୍ଠିତ ହୋଇଥିବା ଅନେକ ଯୋଜନା ସମ୍ପର୍କରେ ଉପଲବ୍ଧି ସମ୍ବନ୍ଧରେ ଅତିଥିଗଣ ନିଜ ବକ୍ତବ୍ୟରେ କହିଥିଲେ। ଏହି କାର?୍ୟ୍ୟକ୍ରମ ଉପଲକ୍ଷେ ୭ଜଣ ଛାତ୍ର ଛାତ୍ରୀଙ୍କୁ ସହିଦ ମାଧୋସିଂ ହାତ ଖର୍ଚ୍ଚ, ଜମନକିରା ବ୍ଲକ ଅଧିନସ୍ଥ ୧୮ ଜଣ ନୂତନ ହିତାଧିକାରୀ ଙ୍କୁ ରାସନ କାର୍ଡ, ୯ ଜଣ ନୂତନ ହିତାଧିକାରୀ ଲେବରକାର୍ଡ, ଅନ୍ତୋର୍ଦୟଗୃହ ଯୋଜନାରେ ନୂତନ ୨୦ ଜଣ ହିତାଧିକାରୀଙ୍କୁ ଗୃହ ନିର୍ମାଣ ପାଇଁ ୱାର୍କ ଅଡର, ବସୁନ୍ଧରା ଯୋଜନାରେ ୧୧ ଜଣ ହିତାଧିକାରୀଙ୍କୁ ଜମି ପଟ୍ଟା, ୧୮ ଜଣ ନୂତନ ହିତାଧିକାରୀଙ୍କୁ ଭତା କାର୍ଡ, ପ୍ରମୁଖ ମନ୍ତ୍ରୀଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା। ସେହିପରି ଅଂଚଳର ଚାଷି, ସମାଜ ସେବି, ଅବସର ପ୍ରାପ୍ତ ଶିକ୍ଷକ, ଏସ.ଏଚ.ଜି ଗ୍ରୁପଙ୍କୁ ତାଙ୍କ ଅତୁଳନୀୟ କାର୍ଯ୍ୟ ପାଇଁ ଫୁଲ ତୋଡ଼ା ଏବଂ ଉପଢୌକନ ପ୍ରଦାନ କରି ସମ୍ମାନିତ କରାଯାଇଥିଲା। ସେହିପରି ଜମନକିରା ବ୍ଲକ ଅଧିନସ୍ଥ ସର୍ଡକ୍ଷ ଗ୍ରାମ ପଂଚାୟତ ନେସନେଲ କାର୍ଯ୍ୟକ୍ରମରେ ଦ୍ୱିତୀୟ ସ୍ଥାନ ଅଧିକାର କରିଥିବାରୁ ସର୍ଡକ୍ଷ ସରପଂଚ ଗୀତା ବାଘଙ୍କୁ ତାଙ୍କ ଉଲ୍ଲେଖନିୟ କାର୍ଯ୍ୟ ପାଇଁ ସମ୍ମାନିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଅଂଚଳର ଅନେକ ଜନସାଧାରଣ ଉପସ୍ଥିତ ଥିଲେ ।

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande