

ବଲାଙ୍ଗୀର, ୨୧ ଜୁନ୍(ହି.ସ.) – ଆଜି ସକାଳ ୫.୩୦ରେ ବଲାଙ୍ଗୀର ଗାୟତ୍ରୀ ଶକ୍ତି ପୀଠରେ ଗୋପାଳଜୀଉ ମନ୍ଦିର ପରିସରରେ ୧୨ ତମ ଆନ୍ତର୍ଜାତିକ ଯୋଗ ଦିବସ ପାଳନ କରାଯାଇଥିଲା। ଗାୟତ୍ରୀ ପରିବାରର ସଦସ୍ୟ ସଦସ୍ୟାମାନଙ୍କ ବ୍ୟତୀତ, ପ୍ରଜାପିତା ବ୍ରହ୍ମକୁମାରୀ ଇଶ୍ୱରୀୟ ବିଦ୍ୟାଳୟ ଭାତୃ ଭଗିନୀ। ବିଭିନ୍ନ ଅନୁଷ୍ଠାନର ସଦସ୍ୟମାନେ ଏହି କାର୍ଯ୍ୟକ୍ରମରେ ଯୋଗଦେବା ସହିତ ସୁସ୍ଥ ଜୀବନ ପାଇଁ ଯୋଗକୁ ଜୀବନ ଶୈଳୀ ସହିତ ଯୋଡ଼ି ରଖିଲେ ସୁସ୍ଥ ଜୀବନ ନିରୋଗ ରହି ପାରିବ ବୋଲି ପ୍ରକାଶ କରିଥିଲେ। ପତଞ୍ଜଳୀ ଅନୁଷ୍ଠାନର ଯୋଗଗୁରୁ ଦୀନବନ୍ଧୁ ପଧାନ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ସମସ୍ତଙ୍କୁ ଯୋଗ ଅଭ୍ୟାସ କରାଇବା ସହିତ ବିଭିନ୍ନ ଆସନ ସ୍ୱାସ୍ଥ୍ୟ ଉପରେ କ’ଣ ପ୍ରଭାବ ପଡ଼ିଥାଏ ତାହା କହିଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ