
ଭୁବନେଶ୍ୱର, 21 ଜୁନ (ହି.ସ.) ଉପ ମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
ସେ ସୋସିଆଲ ମିଡିଆରେ ଲେଖିଛନ୍ତି, ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା। ଶରୀର, ମନ ଏବଂ ଆତ୍ମାର ସମନ୍ୱୟ ସୃଷ୍ଟି କରିବାର ମାଧ୍ୟମ ହେଉଛି ଯୋଗ ଯାହା ବିଶ୍ୱକୁ ଉପହାର ସ୍ୱରୂପ ପ୍ରଦାନ କରିଛି ଆମ ପ୍ରାଚୀନ ଭାରତୀୟ ପରମ୍ପରା l ଯୋଗକୁ ନିଜର ଦିନଚର୍ଯ୍ୟାରେ ସାମିଲ କରନ୍ତୁ ଏବଂ ନିୟମିତ ଯୋଗାଭ୍ୟାସ କରି ଏକ ସୁସ୍ଥ, ସମୃଦ୍ଧ ଓ ନିରାମୟ ଜୀବନ ଗଠନ କରନ୍ତୁ।
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ