
କନ୍ଧମାଳ, ୨୧ ଜୁନ୍ (ହି.ସ.)- ଫୁଲବାଣୀ ଜିଲ୍ଲା ଆଇନସେବା ପ୍ରାଧିକରଣ ଆନୁକୁଲ୍ୟରେ ସ୍ଥାନୀୟ ପଞ୍ଚାୟତ ଭବନସ୍ଥିତ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଆଜି ପ୍ରବାସୀ ଶ୍ରମିକମାନଙ୍କ ବିଭିନ୍ନ ସମସ୍ୟା ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହିତ ଯୋଗ୍ୟ ହିତାଧିକାରୀଙ୍କୁ ଆଇନ ସମ୍ମତ କଲ୍ୟାଣମୂଳକ ଯୋଜନା ଅନ୍ତର୍ଗତ ବିଭିନ୍ନ ସହାୟତା ବଣ୍ଟନ କରାଯାଇଥିଲା ।
ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଜଜ୍ଜ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ରାମ ଶଙ୍କର ହୋତା, ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ, ଅନ୍ୟତମ ଅତିଥି ଭାବେ ସ୍ବତନ୍ତ୍ର ଭିଜିଲାନ୍ସ ବିଚାରପତି ରାଜେଶ ଦାଶ, ପୋକ୍ସୋ କୋର୍ଟ ର ବିଚାରପତି ମନୋରଞ୍ଜନ ଦାଶ, ସ୍ଥାୟୀ ଲୋକ ଅଦାଲତ ଅଧ୍ୟକ୍ଷ ଫୁଲବାଣୀ, ଦୋଳଗୋବିନ୍ଦ ବାରିକ, ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ରମାକାନ୍ତ ମହାନ୍ତି, ରେଜିଷ୍ଟ୍ରାର, ସିଭିଲ କୋର୍ଟ, ଫୁଲବାଣୀ ପ୍ରିୟ ରଞ୍ଜନ ଓଝା, ଜେ.ଏମ୍.ଏଫ.ସି, ଫୁଲବାଣୀ ବଦ୍ରିନାରାୟଣ ବିଶ୍ବାଳ, ପବ୍ଲିକ ପ୍ରୋଷିକ୍ୟୁଟର ଶ୍ରୀଯୁକ୍ତ ପୂର୍ଣ୍ଣଚନ୍ଦ୍ର ନାଗ, ସରକାରୀ ଅଧିବକ୍ତା ଜ୍ଞାନୀନ୍ଦ୍ର ନାଥ ପାଢୀ, ଡି.ଏସ.ପି., ଫୁଲବାଣୀ ବିବେକାନନ୍ଦ ସ୍ବାଇଁ, ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଚିକିତ୍ସା ଅଧିକାରୀ ଡାକ୍ତର ଅରବିନ୍ଦ ଦାସ, ଜିଲ୍ଲା ଆଇନ ସେବା ସମୁଖ କାର୍ଯ୍ୟାଳୟର ରିଟେନର ପୀତାମ୍ବର ସାହୁ, ଚିଫ ଲିଗାଲ ଏଡ ଡିଫେନ୍ସ କାଉନ୍ସେଲ ଶ୍ରୀଯୁକ୍ତ ଦେବବ୍ରତ ପ୍ରଧାନ, ଡେପୁଟି ଚିଫ ଲିଗାଲ ଏଡ ଡିଫେନ୍ସ କାଉନ୍ସେଲ ନିରୋଦ କୁମାର ପାତ୍ର, ସହକାରୀ ଲିଗାଲ ଏଡ ଡିଫେନ୍ସ କାଉନ୍ସେଲ କେ. ଲକ୍ଷ୍ମୀ ନାରାୟଣ ଦୋରା, ଜିଲ୍ଲା ଶ୍ରମ ଅଧିକାରୀ ବିଶ୍ବ ରଞ୍ଜନ କଂହର, ସହକାରୀ ଶ୍ରମ ଅଧିକାରୀ ଶ୍ରୀମତୀ ସ୍ପିନିତା ଦେବୀ, ସହକାରୀ ଶ୍ରମ ଅଧିକାରୀ ପ୍ରମୋଦ କୁମାର ଦେହୁରୀ, ସହକାରୀ ଶ୍ରମ ଅଧିକାରୀ ସମ୍ବିତ ପ୍ରଧାନ, ପାରା ଲିଗାଲ ସ୍ଵେଚ୍ଛାସେବି ଓ ବହୁ ସଂଖ୍ୟକ ଶ୍ରମିକ ଯୋଗଦେଇଥିଲେ ।
ଏହି କାର୍ଯ୍ୟକ୍ରମରେ ପ୍ରବାସୀ ଶ୍ରମିକମାନଙ୍କର ବର୍ତ୍ତମାନର ବିଭିନ୍ନ ସମସ୍ୟା, ସେମାନଙ୍କର ଆଇନଗତ ଅଧିକାର, ଉପଲବ୍ଧ ଶ୍ରମ ଆଇନ, ନିଶୁଳ୍କ ଆଇନ ସହାୟତା ଏବଂ ବିଭିନ୍ନ ଆଇନ ସମ୍ମତ କଲ୍ୟାଣମୂଳକ ଯୋଜନା ସମ୍ପର୍କରେ ସଚେତନତା ପ୍ରଦାନ କରାଯାଇଥିଲା । ପ୍ରବାସୀ ଶ୍ରମିକମାନେ କିପରି ଆଇନ ସମ୍ମତ ଯୋଜନାର ଲାଭ ଉଠାଇପାରିବେ ଓ ନିଜ ଅଧିକାର ସୁରକ୍ଷିତ ରଖିପାରିବେ ସେ ନେଇ ବିସ୍ତୃତ ଆଲୋଚନା ହୋଇଥିଲା ।
ଏହି ଅବସରରେ ଉପସ୍ଥିତ ବିଶିଷ୍ଟ ଅତିଥିମାନଙ୍କ ଦ୍ୱାରା ବିଭିନ୍ନ କଲ୍ୟାଣ ଯୋଜନା ଅଧୀନରେ ଯୋଗ୍ୟ ହିତାଧିକାରୀମାନଙ୍କୁ ବିଭିନ୍ନ ସହାୟତା ଯଥା ଶିକ୍ଷା ସହାୟତା, ମୃତ୍ୟୁ କାଳୀନ ସହାୟତା, ବିବାହ ସହାୟତା, ପ୍ରସୂତିକାଳିନ ସହାୟତା ପ୍ରଦାନ କରାଯିବା ସହିତ ଶ୍ରମିକ ପରିଚୟ ପତ୍ର ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ପ୍ରବାସୀ ଶ୍ରମିକମାନଙ୍କ ମଧ୍ୟରେ ଆଇନ ସଚେତନତା ସୃଷ୍ଟି କରିବା ସହ ବିଭିନ୍ନ କଲ୍ୟାଣ ମୂଳକ ଯୋଜନାର ସୁଫଳ ପହଞ୍ଚାଇବା କ୍ଷେତ୍ରରେ ଏକ ପ୍ରୟାସ କରାଯାଇଥିଲା ।
ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ