ବଲାଙ୍ଗୀର ଜିଲ୍ଲା ସଂକିର୍ତନ୍ୟ କଳା ସଂସ୍କୃତି ମହାସଂଘ ଟ୍ରଷ୍ଟର ଲୋଗୋ ଉନ୍ମୋଚନ
ବଲାଙ୍ଗୀର, ୨୧ ଜୁନ୍(ହି.ସ.) – ବଲାଙ୍ଗୀର ଜିଲ୍ଲା ସଂକିର୍ତନ୍ୟ କଳା ସଂସ୍କୃତି ମହାସଂଘ ଟ୍ରଷ୍ଟ ର ଲୋଗୋ ଉନ୍ମୋଚନ ସୁଦପଡା କଲ୍ୟାଣ ମଣ୍ଡପରେ ପାଳନ କରାଯାଇଛି। ଉକ୍ତ ଉତ୍ସବରେ ସୁଦପଡା ଶିତଳ ଷଷ୍ଠୀ ମହୋତ୍ସବ ନାମଯଜ୍ଞ ସହଯୋଗ ସରିଲା ପରେ ୧୪ଟି ବ୍ଲକରୁ ୧୦ଟି ସଂକିର୍ତନ୍ୟ ଦଳ ତଥା ୩୦୦ରୁ ଉର୍ଦ୍ଧ୍ୱ ସଂ
ବଲାଙ୍ଗିର ଜିଲ୍ଲା ସଂକିର୍ତ୍ତନ୍ୟ କଳା ସଂସ୍କୃତି ମହାସଂଘ ଟ୍ରଷ୍ଟ ର ଲୋଗୋ ଉନ୍ମୋଚନ


ବଲାଙ୍ଗୀର, ୨୧ ଜୁନ୍(ହି.ସ.) – ବଲାଙ୍ଗୀର ଜିଲ୍ଲା ସଂକିର୍ତନ୍ୟ କଳା ସଂସ୍କୃତି ମହାସଂଘ ଟ୍ରଷ୍ଟ ର ଲୋଗୋ ଉନ୍ମୋଚନ ସୁଦପଡା କଲ୍ୟାଣ ମଣ୍ଡପରେ ପାଳନ କରାଯାଇଛି। ଉକ୍ତ ଉତ୍ସବରେ ସୁଦପଡା ଶିତଳ ଷଷ୍ଠୀ ମହୋତ୍ସବ ନାମଯଜ୍ଞ ସହଯୋଗ ସରିଲା ପରେ ୧୪ଟି ବ୍ଲକରୁ ୧୦ଟି ସଂକିର୍ତନ୍ୟ ଦଳ ତଥା ୩୦୦ରୁ ଉର୍ଦ୍ଧ୍ୱ ସଂକିର୍ତନ୍ୟ କଳାକାରଙ୍କୁ ନେଇ ଉକ୍ତ ସମାରୋହ ଆୟୋଜିତ ହୋଇଥିଲା। ଏଥିରେ ମୁଖ୍ୟଅତିଥି ଅତିରିକ୍ତ ଜିଲ୍ଲାପାଳ ପବିତ୍ର ବେହେରା, ସମ୍ମାନିତ ଅତିଥି ଭାବେ ଜିଲ୍ଲା ସଂସ୍କୃତି ଅଧିକାରୀ ରଶ୍ମି ରଂଜନ ମିଶ୍ର, ନିମନ୍ତ୍ରିତ ଅତିଥି ଭାବରେ ସତ୍ୟନାରାୟଣ ଭୋଇ, ଗୁରୁ ପରମାନନ୍ଦ ମାଝି, ଦୁର୍ଗା ପ୍ରସାଦ ବେହେରା, ରାକେଶ ଦୋରା, ଅରୁଣ ରଣା ସହାୟତା ରେ ଲୋଗୋ ଉନ୍ମୋଚନ କରାଗଲା। ଉକ୍ତ ଉତ୍ସବରେ ପ୍ରଭଞ୍ଜନ ମାଝି, ବିରଂଚି ମହାପାତ୍ର, ନରେନ୍ଦ୍ର ବାରିକ, ମାନିିନି ବାଗ, ମାର୍କଣ୍ଡ ବାଗ, ଗଦାଧର ଦଣ୍ଡସେନା, ବିଶି ବିଶ୍ୱାଲ, ବିଭିଷଣ ପୁଝାରି, ସହଦେବ ପଣ୍ଡା, ସୁଦାମ ସାହୁ, ଚୋଉବନ ବାଗ, ସୁଦାମ ବାଗ, ବନବିହାରି ପଟେଲ, ବାଞ୍ଛାବଟ ନାଏକ, ଗଜାନନ ଭାଟି, ସୁଲୋଚନା ବାଗ, ଉଜ୍ଜଳ ପଟେଲ, ପ୍ରଶନ୍ନ ଭଇଁସାଲ, ଅବନି ପ୍ରଧାନ, ଅରୁଣ ଖଡିଆ, ନରେନ୍ଦ୍ର ସାହୁ, ଦିଲିପ ପାଣ୍ଡିଆ ସମେତ କାର୍ଯ୍ୟକର୍ତା ସହିତ ୩୦୦ରୁ ଉର୍ଦ୍ଧ୍ୱ କଳାକାର ଉପସ୍ଥିତ ଥିଲେ। ପରିଶେଷରେ ସଂଘର ସଭାପତି ତଥା ରାଷ୍ଟ୍ର ସଂଗଠକ ଜିତେନ୍ଦ୍ର ତ୍ରିପାଠି ଧନ୍ୟବାଦ ଅର୍ପଣ କରିଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande