୧୫ ଓଡ଼ିଶା ବାଟାଲିୟନ୍ ଏନସିସି, ଜୟପୁର ପକ୍ଷରୁ ୟେଲୋ ଡ୍ୟାମ୍ ଠାରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ
ଜୟପୁର, ୨୧ ଜୁନ୍ (ହି.ସ.)- ଓଡ଼ିଶା ବାଟାଲିୟନ୍ ଏନସିସି, ଜୟପୁର ପକ୍ଷରୁ ୟେଲୋ ଡ୍ୟାମ୍ ପରିସରରେ ଆନ୍ତର୍ଜାତୀୟ ଯୋଗ ଦିବସ ଉତ୍ସାହ ଓ ଉଦ୍ଦୀପନାର ସହ ପାଳନ କରାଯାଇଥିଲା। ପ୍ରକୃତିର ମନୋରମ ପରିବେଶ, ସବୁଜ ପାହାଡ଼ ଓ ଜଳରାଶିର ମଧ୍ୟରେ ଅନୁଷ୍ଠିତ ଏହି ଯୋଗ କାର୍ଯ୍ୟକ୍ରମ କ୍ୟାଡେଟମାନଙ୍କ ମନରେ ନୂତନ
୧୫ ଓଡ଼ିଶା ବାଟାଲିୟନ୍ ଏନ୍ସିସି, ଜୟପୁର ପକ୍ଷରୁ ୟେଲୋ ଡ୍ୟାମ୍ ଠାରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ


ଜୟପୁର, ୨୧ ଜୁନ୍ (ହି.ସ.)- ଓଡ଼ିଶା ବାଟାଲିୟନ୍ ଏନସିସି, ଜୟପୁର ପକ୍ଷରୁ ୟେଲୋ ଡ୍ୟାମ୍ ପରିସରରେ ଆନ୍ତର୍ଜାତୀୟ ଯୋଗ ଦିବସ ଉତ୍ସାହ ଓ ଉଦ୍ଦୀପନାର ସହ ପାଳନ କରାଯାଇଥିଲା। ପ୍ରକୃତିର ମନୋରମ ପରିବେଶ, ସବୁଜ ପାହାଡ଼ ଓ ଜଳରାଶିର ମଧ୍ୟରେ ଅନୁଷ୍ଠିତ ଏହି ଯୋଗ କାର୍ଯ୍ୟକ୍ରମ କ୍ୟାଡେଟମାନଙ୍କ ମନରେ ନୂତନ ଉତ୍ସାହ ସୃଷ୍ଟି କରିଥିଲା।

ଏହି କାର୍ଯ୍ୟକ୍ରମକୁ ୧୫ ଓଡ଼ିଶା ବାଟାଲିୟନ ର କମାଣ୍ଡିଂ ଅଫିସର ଲେଫ୍ଟନାଣ୍ଟ କର୍ଣ୍ଣେଲ ପ୍ରୀତି ରଞ୍ଜନ ଦାସ ଉଦ୍ଘାଟନ କରିଥିଲେ। ସେ ନିଜ ଅଭିଭାଷଣରେ କହିଥିଲେ ଯେ, ଯୋଗ କେବଳ ଶାରୀରିକ ବ୍ୟାୟାମ ନୁହେଁ, ବରଂ ଏହା ଶୃଙ୍ଖଳା, ଏକାଗ୍ରତା ଓ ମାନସିକ ସନ୍ତୁଳନର ଏକ ପ୍ରଭାବଶାଳୀ ମାଧ୍ୟମ। ଏନ୍ସିସି କ୍ୟାଡେଟମାନଙ୍କ ଜୀବନରେ ଯୋଗର ନିୟମିତ ଅଭ୍ୟାସ ସେମାନଙ୍କୁ ଜଣେ ସୁଦକ୍ଷ ଓ ସୁସ୍ଥ ନାଗରିକ ଭାବେ ଗଢ଼ି ତୋଳିବ ବୋଲି ସେ ମତ ପ୍ରକାଶ କରିଥିଲେ।

ଏହି ଯୋଗ ଶିବିରରେ ବିକ୍ରମ ଦେବ ବିଶ୍ୱବିଦ୍ୟାଳୟ, ପ୍ରକାଶ ବିଦ୍ୟାଳୟ ଓ ଜାଭିୟର ସ୍କୁଲର ଏନ୍ସିସି କ୍ୟାଡେଟମାନେ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ। ଆର୍ଟ ଅଫ୍ ଲିଭିଂର ଯୋଗଗୁରୁ ମିହିର ପଟ୍ଟନାୟକ ଓ ଶ୍ରୀମତୀ ମମତା ମିଶ୍ର କ୍ୟାଡେଟମାନଙ୍କୁ ବିଭିନ୍ନ ଯୋଗାସନ, ପ୍ରାଣାୟାମ ଏବଂ ଧ୍ୟାନର ବ୍ୟବହାରିକ ପ୍ରଦର୍ଶନ କରାଇଥିଲେ। ସେମାନେ ଦୈନନ୍ଦିନ ଜୀବନରେ ଯୋଗର ଆବଶ୍ୟକତା, ଏହାର ସ୍ୱାସ୍ଥ୍ୟଗତ ଉପକାରିତା ଏବଂ ମାନସିକ ପ୍ରଶାନ୍ତି ଲାଭ ପାଇଁ ଯୋଗର ଭୂମିକା ସମ୍ପର୍କରେ କ୍ୟାଡେଟମାନଙ୍କୁ ବିସ୍ତୃତ ଭାବେ ଅବଗତ କରାଇଥିଲେ।

ୟେଲୋ ଡ୍ୟାମ୍ ର ସୁନ୍ଦର ପାହାଡ଼ିଆ ପରିବେଶ ଓ ମନୋରମ ଜଳଭଣ୍ଡାର କ୍ୟାଡେଟମାନଙ୍କୁ ବେଶ୍ ଆକର୍ଷିତ କରିଥିଲା। ପ୍ରକୃତିର କୋଳରେ ଯୋଗାଭ୍ୟାସ କରି ସମସ୍ତେ ଏକ ନିଆରା ଅନୁଭୂତି ଲାଭ କରିଥିଲେ।

ଏହି କାର୍ଯ୍ୟକ୍ରମରେ ବାଟାଲିୟନ୍ ର ସମସ୍ତ ଏଏନ୍ଓ ଓ ପିଆଇ ଷ୍ଟାଫ୍ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ। ସମସ୍ତଙ୍କ ମିଳିତ ପ୍ରୟାସ ଓ ଉତ୍ସାହପୂର୍ଣ୍ଣ ସହଭାଗିତାରେ ଆନ୍ତର୍ଜାତୀୟ ଯୋଗ ଦିବସ କାର୍ଯ୍ୟକ୍ରମ ସଫଳତାର ସହ ସମାପ୍ତ ହୋଇଥିଲା।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande