
ଭୁବନେଶ୍ୱର, ୨୧ ଜୁନ୍ (ହି.ସ.)- ଗତ ୨୪ ଘଂଟା ମଧ୍ୟରେ ରାଜ୍ୟର କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଛି । ଗଞ୍ଜାମ ଜିଲ୍ଲାର ଜଗନ୍ନାଥ ପ୍ରସାଦରେ ସର୍ବାଧିକ ୬୫.୦ ମି.ମି. ବର୍ଷା ରେକର୍ଡ ହୋଇଛି ।
ସେହିପରି ବୌଦ୍ଧ ଜିଲ୍ଲାର ହରଭଙ୍ଗାରେ ୬୦.୦ ମି.ମି., ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁରରେ ୩୯.୮ ମି.ମି., ଅନୁଗୁଳ ଜିଲ୍ଲାର ଛେଣ୍ଡିପଦାରେ ୩୫.୬ ମି.ମି., ରାୟଗଡ଼ା ଜିଲ୍ଲାର ମୁନିଗୁଡାରେ ୩୧.୨ ମି.ମି., ଗୁଡାରିରେ ୨୪.୮ ମି.ମି., ଗଞ୍ଜାମ ଜିଲ୍ଲାର ପୋଲସରାରେ ୨୨.୪ ମି.ମି., ଦିଗପହଣ୍ଡିରେ ୨୧.୫ ମି.ମି., କୁକୁଡ଼ାଖଣ୍ଡିରେ ୨୧.୦ ମି.ମି., ସୋରଡ଼ାରେ ୨୦.୮ ମି.ମି., ପାତ୍ରପୁରରେ ୨୦.୪ ମି.ମି., ରାୟଗଡ଼ା ଜିଲ୍ଲାର ପଦ୍ମପୁରରେ ୨୦.୦ ଏବଂ ଗଞ୍ଜାମ ଜିଲ୍ଲାର ଚିକିଟିରେ ୧୮.୪ ମି.ମି. ବର୍ଷା ରେକର୍ଡ ହୋଇଛି । ଭୁବନେଶ୍ୱର ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ରବିବାର ଜାରି ହୋଇଥିବା ଟ୍ୱିଟ୍ ରୁ ଏହି ସୂଚନା ମିଳିଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ